ଯାତ୍ରୀଙ୍କୁ ଝଟକା , ଏଣିକି ଟିକେଟ ଥିଲେ ବି ଚଢ଼ିପାରିବେନି ଟ୍ରେନ୍‌

Above Post Content

ନୂଆଦିଲ୍ଲୀ: ଏଣିକି ପାଖରେ ଟିକେଟ୍ ଥିଲେ ବି ଯାତ୍ରୀ ଚଢିପାରିବେନି ଟ୍ରେନ । ଏଭଳି ନୂତନ ନିୟମ କରିଛି ରେଳବାଇ । ରେଳବାଇର ଏଭଳି ନିଷ୍ପତ୍ତି ଯାତ୍ରୀଙ୍କୁ ବଡ଼ ଝଟକା ଦେଇଛି । ଲୋକଙ୍କୁ ସୁଲଭ ମୂଲ୍ୟରେ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛି ଭାରତୀୟ ରେଳବାଇ । ନିୟମିତ ଅନ୍ତରାଳରେ ରେଳବାଇରେ ସଂସ୍କାର ଆଣିବା ପାଇଁ ଅନେକ ନିୟମରେ ପରିବର୍ତ୍ତନ ହୋଇଥାଏ । ଆଉ ଏବେ ଏଭଳି ହିଁ ନିୟମ ପରିବର୍ତ୍ତନ ହୋଇଛି । ଯାହାଫଳରେ ଆପଣଙ୍କ ନିକଟରେ ଟିକେଟ୍ ଥାଇ ମଧ୍ୟ ଆପଣ ଟ୍ରେନରେ ଯାତ୍ରା କରି ପାରିବେ ନାହିଁ ଖୋଦ୍ ରେଳ ଅଧିକାରୀ ସୂଚନା ଦେଇଛନ୍ତି ।

ଯାତ୍ରୀଙ୍କୁ ଠିକ୍ ସମୟରେ ଷ୍ଟେସନରେ ପହଞ୍ଚିବାକୁ ହେବ

After 2nd paragraph post ads
Middle post content

ଯାତ୍ରୀଙ୍କୁ ଟ୍ରେନରେ ଯାତ୍ରା କରିବାକୁ ହେଲେ ବର୍ତ୍ତମାନ ରିଜର୍ଭେସନ ଟିକେଟ କରିବାକୁ ପଡ଼ୁଥିଲା । ଟିକେଟ୍‌ରେ ଲିଖିତ ଷ୍ଟେସନରୁ ବସି ଯାତ୍ରା ଆରମ୍ଭ କରିବାକୁ ପଡ଼ୁଥିଲା । କୌଣସି କାରଣରୁ ଯାତ୍ରୀଙ୍କ ଟ୍ରେନ୍ ମିସ୍ ହେଲେ ଆଗ ଷ୍ଟେସନରୁ ବି ଯାତ୍ରୀ ଟ୍ରେନ୍‌ରେ ଚଢ଼ି ଯାତ୍ରା କରି ପାରୁଥିଲେ । କିନ୍ତୁ ଆଗକୁ ଏହା ଆଉ ସମ୍ଭବ ହେବନାହିଁ । କାରଣ ପୂର୍ବରୁ ଟ୍ରେନ୍ ଯାତ୍ରା ପାଇଁ ବଗିରେ ପ୍ରିଟେଣ୍ଡ ପେପର ଲଗାଯାଉଥିଲା, ଯେଉଁଥିରେ ଯାତ୍ରୀଙ୍କ ନାମ ଲିଖିତ ରହୁଥିଲା । ଏହାର ଗୋଟିଏ କପିକୁ ଟିଟିଇକୁ ମଧ୍ୟ ଦିଆଯାଉଥିଲା । ଫଳରେ ସିଟ୍ ଖାଲି ରହିଲେ ଟିଟିଇ ଗୋଟିଏ ଦୁଇଟି ଷ୍ଟେସନ୍ ପର୍ଯ୍ୟନ୍ତ ଯାତ୍ରୀଙ୍କ ଅପେକ୍ଷା କରୁଥିଲେ । କିନ୍ତୁ ଯାତ୍ରୀଙ୍କୁ ଆଉ ମଉକା ମିଳିବ ନାହିଁ । ଏହାକୁ ନେଇ ରେଳବାଇ ଅଧିକାରୀ ସୂଚନା ଦେଇଛନ୍ତି । ଯାହା ଫଳରେ ଯାତ୍ରୀଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଯାଇଛି । ଏଣିକି ଯାତ୍ରୀଙ୍କୁ ସଜାଗ ରହି ସମୟ ପୂର୍ବରୁ ରେଳ ଷ୍ଟେସନ୍‌ରେ ପହଞ୍ଚିବାକୁ ହେବ ।

ସେହି ସିଟ୍‌କୁ RAC ଓ Waitingରେ ଥିବା ଯାତ୍ରୀଙ୍କୁ ଆବଣ୍ଟିତ କରି ଦିଆଯିବ

ବିଗତ ବର୍ଷ ମଧ୍ୟରେ ଅନ୍‌ଲାଇନ୍ ରିଜର୍ଭେସନ ଓ ତତ୍କାଳ ଟିକେଟ୍ ବୁକିଂ ସଂଖ୍ୟାରେ ବୃଦ୍ଧି ଘଟିଛି । ପାଖରେ ଷ୍ଟେସନ ଥିଲେ ସୁଦ୍ଧା, ଅନ୍‌ଲାଇନ୍ ଉପରେ ନିର୍ଭରଶୀଳତା ବୃଦ୍ଧି ପାଇଛି । କିଛି ଯାତ୍ରୀ RAC ଓ Waiting ଟିକେଟ୍ ଥିଲେ ସୁଦ୍ଧା ଯାତ୍ରା କରନ୍ତି । ଆଶା ଥାଏ, କିଛି ସିଟ୍ ଖାଲି ଥିଲେ ସେମାନଙ୍କୁ ସିଟ୍ ମିଳିଥାଏ । ବିଗତ ଦିନଗୁଡ଼ିକରେ ଟିକେଟ୍ ଚେକ୍ କରିବା ତରିକାରେ ପରିବର୍ତ୍ତନ ଘଟିଛି । ଟ୍ରେନ୍ ଆରକ୍ଷଣ ବିବରଣୀ ଚେକ୍ କରିବା ପାଇଁ ଟିଟିଇଙ୍କୁ ଏଣିକି ଟ୍ୟାବ୍‌ଲେଟ୍ ମଧ୍ୟ ଯୋଗାଇ ଦିଆଯାଇଛି । ଯଦି କୌଣସି ଯାତ୍ରୀ ନିଶ୍ଚିତ ଥିବା ଷ୍ଟେସନରୁ ଟ୍ରେନ୍‌ରେ ନ ଚଢ଼ନ୍ତି, ତେବେ ଏହି ସିଟ୍‌କୁ RAC ଓ Waitingରେ ଥିବା ଯାତ୍ରୀଙ୍କୁ ଆବଣ୍ଟିତ କରିଦିଆଯିବ । ଏହାପରେ କୌଣସି ଷ୍ଟେସନ୍‌ରେ ଚଢ଼ି ରିଜର୍ଭେସନ କରାଇଥିବା ଯାତ୍ରୀ ନିଜ ବର୍ଥ ଉପରେ କୌଣସି ଦାବି କରି ପାରିବେ ନାହିଁ । ଏଥିରୁ ବର୍ତ୍ତିବାକୁ ହେଲେ ଯାତ୍ରୀମାନେ ଟ୍ରେନ୍‌ରେ ଚଢ଼ିବା ପରେ ନିଜ ଯାତ୍ରା ବିବରଣୀ ବଦଳାଇ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । ରେଳବାଇ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଯଦି ଏହି ନିୟମକୁ ଅଣଦେଖା କରାଯାଏ, ତେବେ ଯାତ୍ରୀ ଟିକେଟ୍ ଥାଇ ମଧ୍ୟ ଯାତ୍ରା କରିବା ମଉକା ହରାଇ ପାରନ୍ତି ଯାତ୍ରୀ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami