ଫାଇନାଲ୍‌ରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ

Above Post Content

ଅହମ୍ମଦାବାଦ୍‌: ଚଳିତ ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍‌ରେ ଟାଇଟଲ୍ ହାତେଇଛି ଅଷ୍ଟ୍ରେଲିଆ । ଆଉ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ବିଶ୍ୱକପ୍ ହାରିଛି ଭାରତ । ଟିମ ଇଣ୍ଡିଆକୁ ୬ ୱିକେଟରେ ହରାଇ ବିଶ୍ୱ ବିଜେତା ବନିଲା କଙ୍ଗାରୁ ଟିମ୍ । ପୁଣି ଥରେ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ଭାଙ୍ଗିଲା ସ୍ୱପ୍ନ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ ର ଫାଇନାଲ୍ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ୬ ୱିକେଟରେ ପରାସ୍ତ କରିଛି । ଅଷ୍ଟ୍ରେଲିଆର ଏହି ବିଜୟରେ ହିରୋ ବାମହାତୀ ଓପନର୍ ଟ୍ରାଭିସ୍ ହେଡ୍ ୧୩୭ ରନର ଚମତ୍କାର ଇନିଂସ ଖେଳି ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ । ଏହା ବ୍ୟତୀତ ଲାବୁସାଗ୍ନେ ୫୮ ରନ୍ ସ୍କୋର କରିଥିଲେ ।

Middle post content

ଅଷ୍ଟ୍ରେଲିଆ ୪୩ ଓଭରରେ ମ୍ୟାଚ ଜିତିଲା

After 2nd paragraph post ads

ଟାଇଟଲ ମ୍ୟାଚରେ ଅଷ୍ଟ୍ରେଲିଆ ଆରମ୍ଭରୁ ଭାରତ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା । ଏହା ଅଷ୍ଟ୍ରେଲିଆର ଷଷ୍ଠ ଦିନିକିଆ ବିଶ୍ୱକପ୍ ଟାଇଟଲ୍ ଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୨୪୦ ରନ୍ ସ୍କୋର କରିଥିଲା । ୨୪୧ ରନ୍‌ର ଲକ୍ଷ୍ୟକୁ ପିଛାକରି ଅଷ୍ଟ୍ରେଲିଆ ୪୩ ଓଭରରେ ମ୍ୟାଚ ଜିତି ନେଇଥିଲା । ପ୍ୟାଟ୍ କମିନ୍ସଙ୍କ ଦ୍ୱାରା ପରିଚାଳିତ ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସମେତ ତିନୋଟି ବିଭାଗରେ ଉତ୍କୃଷ୍ଟ ପଦର୍ଶନ କରିଥିଲା । ଓପନର୍ ଟ୍ରାଭିସ୍ ହେଡ୍ ଓ ପାଞ୍ଚ ନମ୍ବର ମାର୍ନୁସ୍ ଲାବୁସାଗ୍ନେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ଦେଇଥିଲେ । ଚତୁର୍ଥ ୱିକେଟ୍ ପାଇଁ ଉଭୟ ବ୍ୟାଟ୍ସମ୍ୟାନ୍ ୧୯୨ ରନ୍ ଭାଗିଦାରୀ କରିଥିଲେ, ଯାହା ଆଗରେ ସମସ୍ତ ଭାରତୀୟ ବୋଲର ବିଫଳ ହୋଇଥିଲେ । ହେଡ୍ ଏକ ଶତକ ହାସଲ କରିଥିଲେ ଓ ଲାବୁସାଗ୍ନେ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଉଭୟ ବ୍ୟାଟ୍ସମ୍ୟାନ୍ ବୁଦ୍ଧିମାନ ଭାବରେ ଇନିଂସକୁ ଆଗେଇ ନେଇଥିଲେ ଓ କଙ୍ଗାରୁ ଦଳକୁ ବିଜୟ ଦେଇଥିଲେ । ତେବେ ମ୍ୟାଚ୍ ଜିତିବା ପୂର୍ବରୁ ଟ୍ରାଭିସ୍ ୧୩୭ ରନ୍ କରି ଆଉଟ୍ ହୋଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami