ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ହରାଇଲା ଭାରତ

Above Post Content

ଧର୍ମଶାଳା : ଦୀର୍ଘ ୨୦ ବର୍ଷ ପ୍ରତିକ୍ଷାର ଅନ୍ତ ଘଟିଛି । ଆଇସିସି ଇଭେଣ୍ଟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଛି ଭାରତ୨୦୦୩ ବିଶ୍ୱକପ ପରଠାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହା ହେଉଛି ଭାରତର ପ୍ରଥମ ବିଜୟ । ଏହି ବିଜୟ ସହିତ ଚଳିତ ବିଶ୍ୱକପରେ ଅପରାଜେୟ ଭାରତ ଇତିହାସକୁ ବଦଳାଇ ଦେଇଛି ।

ପଏଣ୍ଟ ଟେବୁଲ୍ ଶୀର୍ଷରେ ପହଞ୍ଚିିଲା ଭାରତ

After 2nd paragraph post ads

ବିଶ୍ୱକପରେ ଭାରତର ବିଜୟ ଧାରା ଜାରି ରହିଛି । ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଏହି ଐତିହାସିକ ବିଜୟର କର୍ଣ୍ଣଧାର ସାଜିଛନ୍ତି । ବାଂଲାଦେଶ ବିପକ୍ଷରେ ଶତକ ମାରିଥିବା ବିରାଟ ଆଜି ମଧ୍ୟ ସେ କାହିଁକି ଶ୍ରେଷ୍ଠ ପ୍ରମାଣ କରି ଦେଖାଇଛନ୍ତି । ଧର୍ମଶାଳାରେ ଅନୁଷ୍ଠିତ ଆଇସିସି ବିଶ୍ୱକପର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ହରାଇ ଦେଇଛି ଭାରତ । ଦୀର୍ଘ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ବିଶ୍ୱକପରେ ଭାରତଠାରୁ ପରାଜୟ ବରଣ କରିଛି ନ୍ୟୁଜିଲାଣ୍ଡ । ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଯାଇଛି ଭାରତ ।

Middle post content

ଟିମ ଇଣ୍ଡିଆ ପାଇଁ ସଂକଟ ମୋଚକ ସାଜିଲେ ବିରାଟ

ବିଜୟ ପାଇଁ ନ୍ୟୁଜିଲାଣ୍ଡ ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ( ୪୬ ରନ) ଓ ଶୁଭମନ ଗିଲ (୨୬ରନ) ଭଲ ଆରମ୍ଭ କରିଥିଲେ । କିନ୍ତୁ ମଧ୍ୟକ୍ରମରେ ବେଶ କେତୋଟି ଉଇକେଟ ହରାଇବା ପରେ ଟିମ ଇଣ୍ଡିଆ ଚାପକୁ ଆସିଯାଇଥିଲା । କିନ୍ତୁ ବିରାଟ କୋହଲି ପୁଣି ଥରେ ଟିମ ଇଣ୍ଡିଆ ପାଇଁ ସଂକଟ ମୋଚକ ସାଜିଥିଲେ । ସେ ୯୫ ରନ କରି ଭାରତୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଶ୍ରେୟସ ଆୟର ୩୩ ରନ କରିଥିବାବେଳେ କେଏଲ ରାହୁଲ ୨୭ରନ କରିଥିଲେ । ରବୀନ୍ଦ୍ର ଜାଦେଜା (୩୫ ରନ) ଚୌକା ମାରି ଦଳ ପାଇଁ ବିଜୟ ଆଣିଦେଇଥିଲେ ।

ମିଚେଲଙ୍କ ବିସ୍ଫୋରକ ବ୍ୟାଟିଂ

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଆରମ୍ଭରୁ ୨ଟି ଉଇକେଟ ହରାଇ ସଂକଟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ୧୯ ରନ ହୋଇଥିବାବେଳେ ଦଳ ଦୁଇ ଓପନର ଦେୱନ କନୱେ ଓ ୱିଲ ୟଙ୍ଗଙ୍କ ଉଇକେଟ ହରାଇଥିଲା । କିନ୍ତୁ ଭାରତୀୟ ବଂଶୋଦ୍ଭବ ରାଚିନ ରବୀନ୍ଦ୍ର ଓ ଡାରିଲ ମିଚେଲ ଲଢୁଆ ବ୍ୟାଟିଂ କରି ଦଳକୁ ସଂକଟରୁ ଉଦ୍ଧାର କରିବା ସହ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ମିଚେଲ ବିସ୍ଫୋରକ ବ୍ୟାଟିଂ କରି ୧୩୦ ରନ କରିଥିଲେ ଓ ଶେଷ ଓଭରରେ ମହମ୍ମଦ ସମିଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି ରବୀନ୍ଦ୍ର ୭୫ ରନ କରିଥିଲେ । ତେବେ ଭାରତୀୟ ବୋଲରମାନେ ଭଲ ପ୍ରତ୍ୟାବର୍ତ୍ତନ କରି ନ୍ୟୁଜିଲାଣ୍ଡର ମଧ୍ୟକ୍ରମ ଓ ନିମ୍ନକ୍ରମକୁ ସହଳ ଆଉଟ କରିବାରେ ସଫଳ ହୋଇଥିଲେ । ଫଳରେ ନ୍ୟୁଜିଲାଣ୍ଡର ସ୍କୋର ୩୦୦ ଟପିପାରି ନ ଥିଲା ଓ ୨୭୩ ରନରେ ସୀମିତ ରହିଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସମୀ ୫ଟି ଉଇକେଟ ନେଇଥିଲେ । ସେହିପରି କୂଳଦୀପ ଯାଦବ ୨ଟି ଏବଂ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରା ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami