ସ୍ଥାନାନ୍ତର ହେବ ଝାରପଡ଼ା ଜେଲ୍‌: ୧୨ରେ ନୂଆ ଜେଲ୍‌ର ଶୁଭଦେବେ ମୁଖ୍ୟମନ୍ତ୍ରୀ

Above Post Content

ଭୁବନେଶ୍ୱର: ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିବ । ସ୍ଥାନାନ୍ତର ହେବ ଝାରପଡ଼ା ଜେଲ୍ । ଆସନ୍ତା ୧୨ ତାରିଖରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଜାମୁଝରି ବିଜୁପଟ୍ଟନାୟକ ଜେଲ୍ ଏକାଡେମି ଠାରେ ପ୍ରାୟ ୪୫ଏକର ବିଶିଷ୍ଟ ଏକ ଜମି ଚିହ୍ନଟ ସରିଛି । ସେଠାରେ ଅନ୍ତର୍ଜାତୀୟ ସ୍ତରର ୬ମହଲା ବିଶିଷ୍ଟ ଏକ ବିଶାଳ ଜେଲ୍ ନିର୍ମାଣ ହେବ । ତାହା ହେବ ବିଦେଶୀ ଢାଞ୍ଚାରେ ନିର୍ମିତ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ପ୍ରଦୂଷଣମୁକ୍ତ ଜେଲ୍ । ସେଠାରେ କଏଦୀଙ୍କ ଶାରୀରିକ ବିକାଶ ଠାରୁ ଆରମ୍ଭ କରି ମାନସିକ ସ୍ଥିତିରେ ସୁଧାର ଆଣିବା, ଦକ୍ଷତା ବିକାଶ କରିବା ପାଇଁ ବିଭିନ୍ନ ଯୋଜନାରେ ତାଲିମ ଦିଆଯିବ । ଏହା ପୂର୍ବରୁ ଶୁକ୍ରବାର ଜେଲ୍ ଡିଜି ଏଏମ୍ ପ୍ରସାଦ କ୍ଷେତ୍ର ପରିଦର୍ଶନ କରି ସମସ୍ତ ଦିଗ ଉପରେ ଆଲୋଚନା କରିଛନ୍ତି ।

Middle post content

ରହିପାରିବେ ଅଢେଇ ହଜାର କଏଦୀ

After 2nd paragraph post ads

ଝାରପଡ଼ା ଜେଲ୍‌ରେ ୯୯୧ଜଣ କଏଦୀ ରହିବା ପାଇଁ ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ୧,୩୦୦ରୁ ଅଧିକ କଏଦୀ ଅଛନ୍ତି । ଦିନକୁ ଦିନ ଜେଲ୍‌ରେ କଏଦୀ ସଂଖ୍ୟା ବଢ଼ି ଚାଲିଛି । ତେଣୁ କଏଦୀଙ୍କୁ ରଖିବାରେ ବହୁ ସମସ୍ୟା ହେଉଛି । ଜାଗା ଅଭାବରୁ ଅନେକ ପ୍ରକଳ୍ପ ସମ୍ଭବ ହେଉନି । କଏଦୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ତାଲିମ ଦେବାରେ ସମସ୍ୟା ହେଉଛି । ତେଣୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଜେଲ୍ ସ୍ଥାନାନ୍ତର ପାଇଁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି । ନୂଆ ଜେଲ୍‌ରେ ୨,୫୦୦ କଏଦୀ ରହିପାରିବେ । ତା’ ଭିତରେ ସ୍ୱତନ୍ତ୍ର ହସ୍ପିଟାଲ, ଆମ୍ଫି ଥିଏଟର, ଲାଇବ୍ରେରି, ଜିମ୍‌, ବେକରି, ଫୁଡ଼ ପ୍ରୋସେସିଂ ୟୁନିଟ୍ ରହିବ । ସେହିପରି ମହିଳା କଏଦୀଙ୍କ ପାଇଁ ରହିବ ସ୍ୱତନ୍ତ୍ର ସ୍ଥାନ । କିନ୍ନରଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଏହାଛଡ଼ା ସେଠାରେ ସୁରକ୍ଷା ଦୃଷ୍ଟିରୁ ମଧ୍ୟ କଡ଼ାକଡ଼ି ବ୍ୟବସ୍ଥା ଗ୍ରହଣ କରାଯିବ । ବାୟୋମେଟ୍ରିକ୍ ବ୍ୟବସ୍ଥା ସହ ଜାମର ଓ ଅତ୍ୟାଧୁନିକ ସ୍କାନର ଲାଗିବ । ଗ୍ରିନ୍ ଜେଲ୍ ବା ଜିରୋ କାର୍ବନ୍ ଏମିସନ୍ ପାଇଁ ସୌର ବିଦ୍ୟୁତ୍ ଉପରେ ଗୁରୁତ୍ୱ ଦିଆଯିବ । ୨ ବର୍ଷ ମଧ୍ୟରେ ପ୍ରକଳ୍ପ ସାରିବାକୁ ଯୋଜନା କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami