‘ଅଗ୍ନିପଥ’ରୁ ବାହାରିବେ ଦୁର୍ବଳ ସୈନିକ ? କ’ଣ କହୁଛି ସେନା, ଜାଣନ୍ତୁ

Above Post Content

ଭାରତ ସରକାର ମଙ୍ଗଳବାର ଦିନ ସ୍ଥଳସେନା, ନୌସେନା ଓ ବାୟୁସେନାରେ ସୈନିକଙ୍କ ଭର୍ତ୍ତି ପାଇଁ ଏକ ନୂଆ ଯୋଜନା ‘ଅଗ୍ନିପଥ’ର ଘୋଷଣା କରିଛନ୍ତି । ଏହି ଯୋଜନା ଅନ୍ତର୍ଗତରେ ୪ ବର୍ଷ ପାଇଁ ସୈନିକ ସେନାରେ ସାମିଲ ହେବେ । ଯେଉଁମାନଙ୍କୁ ଅଗ୍ନିବୀର ବୋଲି କୁହାଯିବସୁରକ୍ଷା ସମ୍ବନ୍ଧିତ ମନ୍ତ୍ରିମଣ୍ଡଳ ସମିତି ବୈଠକରେ ନୂଆ ଯୋଜନାକୁ ସ୍ୱିକୃତୀ ମିଳିବା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହାର ଘୋଷଣା କରିଛନ୍ତି । ରାଜନାଥଙ୍କ ଅନୁସାରେ ଅଗ୍ନିପଥ ଯୋଜନା ଏକ ବୈପ୍ଲବିକ ପଦକ୍ଷେପ । ଏହି ଯୋଜନା ସଶସ୍ତ୍ର ବଳଙ୍କୁ ଏକ ଯୁବା ପ୍ରୋଫାଇଲ ପ୍ରଦାନ କରିବ । ତେବେ କେନ୍ଦ୍ର ସରକାରଙ୍କ ଏହି ନୂଆ ଯୋଜନା ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି । ଏହି ଯୋଜନା ଦ୍ୱାରା ଭାରତୀୟ ସେନା ଦୁର୍ବଳ ହେବ ଓ କମ ସମୟର ଟ୍ରେନିଂ ପାଇଁ ଦୁର୍ବଳ ସୈନିକ ସୃଷ୍ଟି ହେବେ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି । ତେବେ ଏହାର ଉତ୍ତରରେ ଭାରତୀୟ ସେନା ପକ୍ଷରୁ କ’ଣ କୁହାଯାଇଛି ଆସନ୍ତୁ ଜାଣିବା..

କ’ଣ କମ ଟ୍ରେନିଂ ଯୋଗୁ ଦୁର୍ବଳ ସୈନିକ ସୃଷ୍ଟି ହେବେ ?

After 2nd paragraph post ads

ଏହି ପ୍ରଶ୍ନର ଉତ୍ତରରେ ସେନା କହିଛି ଯେ, ବେସିକ୍ ଟ୍ରେନିଂ ୧୮ ସପ୍ତାହର ହୋଇଥାଏ । ଏହାପରେ ପ୍ରଫେସନାଲ ଟ୍ରେନିଂ ଦିଆଯାଇଥାଏ । ଏହି ପ୍ରଫେସନାଲ ଟ୍ରେନିଂର ସମୟ କମ କରିଦିଆଯାଇଛି ବୋଲି ସେନା କହିଛି । ଏହା ପଛରେ ବିଚାର ହେଉଛି ଯେ, ଟ୍ରେନିଂ ଠିକ୍ ସମୟରେ ଓ ଠିକ୍ ହେବା ଉଚିତ । ପ୍ରଥମେ ଆମେ ବେସିକ୍ ଟ୍ରେନିଂ ଦେବୁ,ଏହାପରେ ୧୬ ସପ୍ତାହର ପ୍ରଫେସନାଲ ଟ୍ରେନିଂ ଦିଆଯିବ । ଏହାପରେ ଏହାକୁ ଜାହଜରେ ଟ୍ରେନିଂ ଦିଆଯିବ । ଏହାପରେ ୩ ବର୍ଷ ଜାହଜରେ କାମ କରିବାକୁ ହେବ ।

ସେନାରେ ଯେଉଁମାନେ ଆଗରୁ କାର୍ଯ୍ୟରତ ଅଛନ୍ତି ଓ ନୂଆ ନିଯୁକ୍ତି ଯାହା ସୀମିତ ସମୟ ପାଇଁ ହେବ,ତାହା ଦ୍ୱାରା ମନୋବଳ ଉପରେ ପ୍ରଭାବ ପଡ଼ିବ ନାହିଁ କି ?

ସେନା ଅଧିକାରୀଙ୍କ ଅନୁସାରେ ୟୁନିଟ୍ ଭିତରେ ମଧ୍ୟ ବଦଳି ହୋଇଥାଏ । ଜଳସେନାରେ ଜାହଜରେ ଓ ୟୁନିଟରେ ୨ରୁ ତିନି ବର୍ଷ ଭିତରେ ରୋଟେଟ୍ କରିବାକୁ ପଡିଥାଏ । ଗୋଟିଏ ଜାହଜରୁ ଆଉ ଗୋଟିଏ ଜାହଜକୁ ପଠାଯାଇଥାଏ । ସିନିୟର ଓ ଜୁନିୟର ସମସ୍ତଙ୍କ ପୋଷ୍ଟିଂ ହୋଇଥାଏ । ଟିମ୍ ୱାର୍କ ରହିଥାଏ । ଏଥିରେ ଅଗ୍ନିବୀର ମଧ୍ୟ ରହିବେ ଓ ଏଥିରେ କୌଣସି ଅସୁବିଧା ହେବନାହିଁ ।

Middle post content

ଚୀନ୍- ପାକିସ୍ତାନ ସୀମାରେ କମ୍ ଟ୍ରେନିଂ ଦ୍ୱାରା କେମିତି ହେବ କାମ ?

ଟ୍ରେନିଂ ପରେ ଅଗ୍ନିବୀର ଅନ୍ୟ ସୈନିକଙ୍କ ଭଳି ଆହ୍ୱାନର ମୁକାବିଲା କରିପାରିବେ । ସେନାରେ ଟ୍ରେନିଂର ଷ୍ଟାଣ୍ଡାର୍ଡ୍ ଟଫ୍ ହୋଇଥାଏ । ଏକ ସିଷ୍ଟମ ଜରିଆରେ କ୍ରମାଗତ ଭାବେ ଏହାକୁ ମନିଟର କରାଯାଇଥାଏ । ଅଗ୍ନିବୀର ଟ୍ରେନିଂରେ କୌଣସି ପ୍ରକାରର ବୁଝାମଣା କରାଯିବ ନାହିଁ । ପାକିସ୍ତାନ କିମ୍ବା ଚୀନ୍ ସୀମାରେ ସେମାନଙ୍କୁ ମୁତୟନ କରାଯିବ । ଏହାଦ୍ୱାରା ଆମର ଅପରେସନାଲ କ୍ଷମତାରେ କୌଣସି ପ୍ରକାରର କମି ଆସିବ ନାହିଁ । ଆମ ୟୁନିଟରେ ସଠିକ ସଂଖ୍ୟାରେ ସେମାନଙ୍କୁ ମୁତୟନ କରାଯିବ ।

ସ୍ଥାୟୀ ଚାକିରୀ ଓ ପେନସନ ନାହିଁ, ଯୁବବର୍ଗ ପାଇଁ କ’ଣ ରହିବ ବିକଳ୍ପ ?

ଦ୍ୱାଦଶ ପରେ ତିନୋଟି ବିକଳ୍ପ ରହିଥାଏ । ଉଚ୍ଚ ଶିକ୍ଷା,କୌଶଳ ବିକାଶ ଓ ଚାକିରି । ଆମେ ଯୁବକଙ୍କୁ ଏହି ତିନି ସୁଯୋଗ ଦେଉଛୁ । ଚାରି ବର୍ଷ ପରେ ଅଗ୍ନିବୀରଙ୍କ ପାଖରେ ଭଲ ଦରମା,ଭଲ ବ୍ୟାଙ୍କ ଜମା ଓ ଉତ୍ତମ କୌଶଳ ଥିବ । ଏହା ସହିତ ସେମାନଙ୍କୁ କ୍ରେଡିଟ୍ ପଏଣ୍ଟ୍ ଦିଆଯିବ,ଯାହା ସେମାନଙ୍କୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସାହାଯ୍ୟ କରିବ ।

ଜାହଦରେ ଅଧିକ ଅନୁଭବର ଆବଶ୍ୟକତା ଥାଏ, ଟେକ୍ନିକାଲ କାମରେ କମ ଟ୍ରେନିଂ ଦ୍ୱାରା କାମ କେମିତି ହେବ ?

ଏଥିପାଇଁ ଟ୍ରେନିଂ ପୋଗ୍ରାମରେ ପରିବର୍ତ୍ତନ କରାଯାଇଛି । ଟ୍ରେନିଂ ଏବେ ଆହୁରି ଅଧିକ ଭଲ ହେବ । ପ୍ରଥମେ ୨୨ ସପ୍ତାହର ଟ୍ରେନିଂ ଥିଲା । ଏବେ ଏହାକୁ ୧୬ ସପ୍ତାହର ଟ୍ରେନିଂ କରାଯାଇଛି । ଡିପ୍ ମେଣ୍ଟେନାନ୍ସ ଟ୍ରେନିଂ –ଯାହାକି ଦୁଇରୁ ଅଢେଇ ବର୍ଷ ପର୍ଯ୍ୟନ୍ତ ହୋଇଥାଏ,ସେଥିପାଇଁ ଆଇଟିଆଇ ପ୍ରଶିକ୍ଷିତ ଅଗ୍ନିବୀରଙ୍କୁ ଲଗାଯିବ । ସେମାନଙ୍କ ବେସିକ୍ ଟେକ୍ନିକାଲ ନଲେଜ୍ ପ୍ରଥମରୁ ହିଁ ଅଧିକ ରହିଥିବ । ସେମାନଙ୍କୁ ୬ ମାସରେ ପ୍ରଶିକ୍ଷଣ ଦିଆଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami