ପାସପୋର୍ଟ ଫଟୋରେ ହସିବା କାହିଁକି ମନା ?

Above Post Content

ଯେତେବେଳେ ଆପଣ ପାସପୋର୍ଟ ତିଆରି କରିବାକୁ ପାସପୋର୍ଟ ଅଫିସକୁ ଯାଆନ୍ତି, ସେତେବେଳେ ସେଠାରେ ଫଟୋ ଉଠାଇବାକୁ ପଡ଼ିଥାଏ । ଫଟୋ ଉଠାଇବା ବେଳେ ସମ୍ବନ୍ଧିତ ଅଧିକାରୀ ଆପଣଙ୍କୁ କିଛି ନିର୍ଦ୍ଦେଶ ଦେଇଥାନ୍ତି । ଯେମିତି ଫଟୋ ଉଠାଇବା ବେଳେ ଚେହେରାକୁ ସାମାନ୍ୟ ରଖନ୍ତୁ ଓ ହସନ୍ତୁ ନାହିଁ । ତେବେ ଫଟୋ ଉଠାଇବା ବେଳେ ନହସିବା ପାଇଁ କାହିଁକି କୁହାଯାଇଥାଏ ? ପାସପୋର୍ଟରେ ଆପଣଙ୍କ ସ୍ମିତହାସ୍ୟ ବାଲା ଫଟୋ କ’ଣ ପାଇଁ ବ୍ୟବହାର ହୋଇନଥାଏ ? ଆସନ୍ତୁ ଜାଣିବା ଏହାର ଉତ୍ତର ।

ସମଗ୍ର ଦୁନିଆରେ ପାସପୋର୍ଟ ପାଇଁ ଫଟୋ ଉଠାଇବା ବେଳେ ଏହି କଥାକୁ କୁହାଯାଇଥାଏ । ପ୍ରାୟ ସବୁ ଦେଶରେ ଏବେ ଏହାକୁ ନେଇ ନିୟମ ମଧ୍ୟ ପ୍ରଣିତ ହୋଇଛି । ଏହାର କାରଣ ହେଉଛି ପାସପୋର୍ଟରେ ଫଟୋ ଯେମିତି ସଫା ଓ ସ୍ପଷ୍ଟ ଆସିବ । ଏଥିପାଇଁ ଆବେଦକଙ୍କୁ ନିଜ କେଶ ପଛକୁ ନେବାକୁ କୁହାଯାଏ । ନହସି ମୁହଁକୁ ସାମାନ୍ୟ ରଖିବାକୁ କୁହାଯାଏ ।

After 2nd paragraph post ads

1) ଆଗରୁ କ’ଣ ଥିଲା ନିୟମ ?

କିଛି ବର୍ଷ ତଳ ପର୍ଯ୍ୟନ୍ତ ପାସପୋର୍ଟ ଆବେଦକଙ୍କୁ ଚଷମା ପିନ୍ଧିବା ଓ ହେୟାର ଷ୍ଟାଇଲରେ ଚେହେରାକୁ ହାଲୁକା ଭାବେ ଘୋଡାଇବା ପାଇଁ ଅନୁମତି ଥିଲା । କିନ୍ତୁ ଆମେରିକାର ୱାର୍ଲଡ୍ ଟ୍ରେଡ୍ ସେଣ୍ଟର ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସବୁକିଛି ବଦଳି ଯାଇଥିଲା । ପାସପୋର୍ଟ ଫଟୋକୁ ନେଇ ସବୁଦେଶ କିଛି ନିୟମକୁ କଠୋର କରିଥିଲେ ।

2) ଟେକନିକ୍ ଆଣିଲା ପରିବର୍ତ୍ତନ

ଏୟାରପୋର୍ଟରେ ବ୍ୟବହୃତ ହେଉଥିବା ବାୟୋମେଟ୍ରିକ୍ ଟେକ୍ନୋଲୋଜି ପାସପୋର୍ଟ ଓ ଫଟୋକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି । କିଛି ଦେଶଙ୍କ ପାସପୋର୍ଟରେ ଚିପ୍ ବ୍ୟବହାର ହେଉଛି, ଯେଉଁଥିରେ ଆପଣଙ୍କର ସବୁ ସୂଚନା ଥାଏ ।

3) ଫଟୋ ଦିଏ ଆପଣଙ୍କ ସୂଚନା

ଫଟୋ ମଧ୍ୟ ଆପଣଙ୍କ ଚେହେରାର ଆକାରର ପୁରା ତଥ୍ୟ ଦେଇଥାଏ । ଯେମିତି ଦୁଇ ଆଖି ମଧ୍ୟରେ ଦୂରତା, ନାକ ଓ ଥୋଡି ମଧ୍ୟର ଦୂରାତ ଓ ମୁହଁର ଓସାର କେତେ ।

Middle post content

4) ଫଟୋର ଏଥିପାଇଁ ହସିବା ମନା

ଯଦି ଆପଣ ହସିବେ ତେବେ ଆପଣଙ୍କ ଚେହେରା ସାମାନ୍ୟ ଅବସ୍ଥାରେ ରହିବ ନାହିଁ । ଫଳେ ସଠିକ ସୂଚନା ଏକାଠି କରିବା ସହଜ ହୋଇନଥାଏ ।ପାସପୋର୍ଟ ଫଟୋ ଉଠାଇବା ପାଇଁ ଯେଉଁ ନୂଆ ଗାଇଡଲାଇନ୍ ରହିଛି ତାହା ଅନୁସାରେ ଚଷମା ପିନ୍ଧିବା, ଚେହେରା ଉପରେ ବାଳ ପଡିବା ଓ ହସିବା ମନା

5) ଫ୍ରାନ୍ସରେ ଅଦାଲତରେ ପହଂଚି ସାରିଛି ମାମଲା

ଫ୍ରାନ୍ସର ଜଣେ ନାଗରିକଙ୍କୁ ଏହି ନିୟମ ପସନ୍ଦ ଆସିନଥିଲା । ତାଙ୍କ ଯୁକ୍ତି ଥିଲା ଯେ, ପାସପୋର୍ଟରେ ହସୁଥିବା ଜଣେ ବ୍ୟକ୍ତିର ଫଟୋ, ସେହି ଦେଶର ସମୃଦ୍ଧି, ଉତ୍ସାହ ଓ ଖୁସିକୁ ପ୍ରଦର୍ଶିତ କରିଥାଏ । ଏମିତିରେ ପାସପୋର୍ଟ ଫଟୋ ଉଠାଇବା ବେଳେ ହସିବାକୁ ମନା କରିବା ଠିକ୍ ନୁହେଁ ବୋଲି ଅଭିଯୋଗ କରି ସେ ୨୦୧୪ରେ ନିଜ ଦେଶ ସରକାରଙ୍କ ବିରୋଧରେ ଅଦାଲତରେ ମାମଲା ରୁଜ୍ଜ କରିଥିଲେ । ତେବେ ଅଦାଲତ ମାମଲାକୁ ଖାରଜ କରି ଦେଇଥିଲେ । ଅଦାଲତ କହିଥିଲେ ଯେ, ମାମଲା ଯେତେବେଳେ ସୁରକ୍ଷା ସମ୍ବନ୍ଧିତ ସେତେବେଳେ ଖୁସି ପ୍ରଦର୍ଶନ କରୁଥିବା ଫଟୋ ବ୍ୟବହାର କିଛି ମାଇନା ରଖେନା ।

6) ଏମିତି ଆପଣଙ୍କୁ ଚିହ୍ନଟ କରାଯାଏ

ଯେତେବେଳେ ଆପଣ ଏୟାରପୋର୍ଟର ଇ ଗେଟ୍ ଦେଇ ପ୍ରବେଶ କରନ୍ତି ସେତେବେଳେ ଗେଟରେ ଲାଗିଥିବା କ୍ୟାମେରା ଆପଣଙ୍କୁ ଫଟୋରୁ ଆପଣଙ୍କୁ ଚିହ୍ନିଥାଏ । ଆପଣଙ୍କ ପାସପୋର୍ଟରେ ଲାଗିଥିବା ଫଟୋ ଓ ଆପଣଙ୍କ ଚେହେରାର ବାୟୋମେଟ୍ରିକ୍ ମିଶିଲେ ଆପଣଙ୍କୁ ସହଜରେ ପ୍ରବେଶ ଅନୁମତି ମିଳିଥାଏ । ଅନ୍ୟଥା ଆପଣ ଯାଂଚ ଘେର ଭିତରକୁ ଆସିଥାନ୍ତି ।

7) ପାସପୋର୍ଟ ତିଆର କରିବା ବେଳେ ଭଲ ଫଟୋ ପାଇଁ କ’ଣ କରିବେ ?

ପାସପୋର୍ଟ ଫଟୋ ଉଠାଇବା ବେଳେ କଳାରଙ୍ଗର ସାର୍ଟ୍ ପିନ୍ଧନ୍ତୁ । ମୁଣ୍ଡ ଓ କାନ୍ଧକୁ ସିଧା ସାମ୍ନାକୁ ରଖନ୍ତୁ । ମୁଣ୍ଡ ଅଧିକ ଉପରକୁ ଉଠାନ୍ତୁ ନାହିଁ ।ଆପଣଙ୍କ ବାଳ ଯେମିତି କାନ ଉପରେ ରହିବ ତାହାକୁ ଧ୍ୟାନ ଦିଅନ୍ତୁ । ଆଖି ସଫା ରହିବା ଉଚିତ । ପାସପୋର୍ଟ ଫଟୋ ଉଠାଇବାକୁ ଗଲା ପୂର୍ବରୁ ସେଲ୍ପି ନେଇ ପ୍ରାକ୍ଟିସ କରନ୍ତୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami