୧୨୮ ବର୍ଷ ପରେ ପୁଣି କମବ୍ୟାକ୍

Above Post Content

୨୦୨୮ ଲସ ଏଞ୍ଜଲସ୍ ଅଲିମ୍ପିକ୍ସରେସାମିଲ ହେବ କ୍ରିକେଟ । କ୍ରିକେଟ୍ ସହିତ ୨୦୨୮ ଲସ୍ ଏଞ୍ଜଲସ ଅଲିମ୍ପିକ୍ସରେ ବେସବଲ୍‌,ପ୍ଲାଗ୍ ଫୁଟବଲ,ସିକ୍ସେସ୍ ଓ ସ୍କ୍ୱାସ୍ ମଧ୍ୟ ସାମିଲ ହୋଇଛନ୍ତି । ଟି ଟ୍ୱେଣ୍ଟି ମ୍ୟାଚ୍ ଭାବେ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯିବ । ମୋଟ ୬ଟି ଟିମ୍ ଏଥିରେ ଭାଗ ନେବେ । ଆୟୋଜକ ଦେଶ ହିସାବରେ ଆମେରିକା ସିଧାସଳଖ ଖେଳିବାର ଯୋଗ୍ୟତା ଅର୍ଜନ କରିପାରେ । ତେବେ ବାକି ୫ ଦେଶ ଚୟନକୁ ନେଇ ନିୟମ ପରେ ଘୋଷଣା ହେବ ବୋଲି ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟରେ ପ୍ରକାଶିତ ହୋଇଛି । ଏବେ ୧୨୮ ବର୍ଷ ପରେ  କ୍ରିକେଟ୍ ଅଲିମ୍ପିକ୍ସ୍‌ରେ ସାମିଲ ହେବାକୁ ନେଇ ଭାରତୀୟ କ୍ରିକେଟ ପ୍ରେମୀ ନିଶ୍ଚିନ୍ତ ଭାବେ ଉତ୍ସାହିତ । 

ଦିନେ ଅଲିମ୍ପିକ୍ସରେ ସ୍ଥାନ ପାଇଥିଲା କ୍ରିକେଟ୍

After 2nd paragraph post ads
Middle post content

ଆପଣ ଜାଣିକରି ଆଶ୍ଚର୍ଯ୍ୟ ହେବେ ଯେ, କ୍ରିକେଟ୍ ଆଗରୁ ଅଲିମ୍ପିକ୍ସରେ ସାମିଲ ଥିଲା । କିନ୍ତୁ କିଛି କାରଣରୁ ଏହାକୁ ପରେ ଏଥିରୁ ହଟାଇ ଦିଆଯାଇଥିଲା । ୧୨୮ ବର୍ଷ ତଳେ ପ୍ୟାରିସ ଅଲମ୍ପିକ୍ସରେ କ୍ରିକେଟ୍ ଖେଳାଯାଇଥିଲା । ପ୍ରଥମ ଓ ଶେଷଥର ପାଇଁ ୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟ୍ ସ୍ଥାନ ପାଇଥିଲା । ଏଥିରେ ଦୁଇଟି ଟିମ୍ ଅଂଶଗ୍ରହଣ କରିଥିଲେ । ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଦୁଇଦିନିଆ ଟେଷ୍ଟ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୧୨ ଜଣ ଖେଳାଳୀ ଫିଲ୍ଡିଂ କରିଥିଲେ । ଇଂଲଣ୍ଡ୍‌,ଫ୍ରାନ୍ସକୁ ପରାସ୍ତ କରି କ୍ରିକେଟରେ ଅଲିମ୍ପିକ୍ସ ମେଡାଲ ହାତେଇଥିଲା । ତେବେ ଏହି ମ୍ୟାଚକୁ କେବେ ମଧ୍ୟ ଫାଷ୍ଟକ୍ଲାସ କ୍ରିକେଟର ମାନ୍ୟତା ମିଳି ନ ଥିଲା ।

ଟିମ୍ ଅଭାବରୁ ଅଲିମ୍ପିକ୍ସରେ ବାଦ୍ ପଡିଥିଲା କ୍ରିକେଟ୍ ମ୍ୟାଚ୍‌

୧୮୯୬ ମସିହାରେ ପ୍ରଥମ ଥର ପାଇଁ ଗ୍ରୀସର ଏଥେନ୍ସରେ ଅଲିମ୍ପିକ୍ସ ଖେଳର ଆୟୋଜନ ହୋଇଥିଲା । ଏଥିରେ କ୍ରିକେଟକୁ ମଧ୍ୟ ସାମିଲ କରିବାର ପ୍ରସ୍ତାବ ଥିଲା । କିନ୍ତୁ ଟିମ୍ ନ ମିଳିବାରୁ ଶେଷମୂହୁର୍ତ୍ତରେ କ୍ରିକେଟ୍ ବାଦ ପଡିଥିଲା । ତେବେ ୧୯ଶହ ମସିହାର ଗ୍ରୀଷ୍ମକାଳୀନ ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହୋଇଥିଲା । ମୋଟ ୪ ଟିମ୍ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବାର ଥିଲା । ଟିମ୍ ଥିଲେ ବେଲଜିୟମ,ନେଦରଲ୍ୟାଣ୍ଡ୍‌,ଇଂଲଣ୍ଡ ଓ ଫ୍ରାନ୍ସ । କିନ୍ତୁ ଠିକ୍ ସମୟରେ ବେଲଜିୟମ ଓ ନେଦରଲ୍ୟାଣ୍ଡ୍ ଟିମ୍ ମ୍ୟାଚ ଖେଳିବାକୁ ଆସି ନ ଥିଲେ । ଫଳରେ କେବଳ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଆଉ ସେହି ଗୋଟିଏ ମ୍ୟାଚକୁ ଫାଇନାଲ ବୋଲି ମଧ୍ୟ ଗ୍ରହଣ କରାଯାଇଥିଲା । ଦୁଇ ଦିନିଆ ଟେଷ୍ଟ ମ୍ୟାଚରେ ପ୍ରଥମ ପାଳିରେ ଇଂଲଣ୍ଡ କରିଥିଲା ୧୧୭ ରନ । ଯବାବରେ ପ୍ରଥମ ପାଳିରେ ଫ୍ରାନ୍ସ କରିଥିଲା ମାତ୍ର ୭୮ ରନ । ସେହିଭଳି ଦ୍ୱିତୀୟ ପାଳିରେ ଇଂଲଣ୍ଡର ୧୪୫ ରନ ଯବାବରେ ଫ୍ରାନ୍ସ ମାତ୍ର ୨୬ରନରେ ଅଲଆଉଟ୍ ହୋଇଯାଇଥିଲା । ଆଉ ସ୍ୱର୍ଣ୍ଣ ପଦକ ଇଂଲଣ୍ଡ ନାମରେ ଯାଇଥିଲା । ପ୍ୟାରିସ ଅଲିମ୍ପିକ୍ସ ପରେ ୧୯୦୪ ମସିହାରେ ପୁଣିଥରେ କ୍ରିକେଟକୁ ସାମିଲ କରିବାକୁ ଉଦ୍ୟମ ହୋଇଥିଲା । କିନ୍ତୁ ଏଥରକ ପ୍ୟାରିସଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଆୟୋଜକ । କାରଣ ୧୯୦୪ ସେଣ୍ଟ୍ ଲୁଇସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳିବାକୁ ଆବଶ୍ୟକ ସଂଖ୍ୟକ ଟିମ୍ ମିଳି ନ ଥିଲେ । ଏହାପରଠାରୁ ଅଲିମ୍ପିକ୍ସରୁ କ୍ରିକେଟ୍ ଗାଏବ ହୋଇଯାଇଥିଲା । ଏବେ ୧୨୮ ବର୍ଷ ପରେ କ୍ରିକେଟ୍ ପୁଣି କମବ୍ୟାକ୍ କରୁଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami