ଏବେ ବି କମିନି ତବୁଙ୍କ କ୍ରେଜ

Above Post Content

ମୁମ୍ବାଇ: ବଲିଉଡ୍ ପପୁଲାର ଅଭିନେତ୍ରୀ ତବୁ । ୫୩ ବର୍ଷୀୟା ତବୁଙ୍କ ଏଯାଏଁ କମିନି ସୌନ୍ଦର୍ଯ୍ୟ । ବଲିଉଡରେ ବେଶ୍ ପପୁଲାର ରହିଆସିଥିବା ତବୁ ନିଜ ପ୍ରଫେସନାଲ ଲାଇଫକୁ ନେଇ ପୂରା ଖୋଲା । ହେଲେ ତାଙ୍କର ବ୍ୟକ୍ତିଗତ ଜୀବନ କିନ୍ତୁ ସିକ୍ରେଟରେ ଭରା । ୫୩ ବର୍ଷରେ ବି ତବୁ କାହିଁକି ଅବିବାହିତ , ପ୍ରଶଂସକଙ୍କ ମନରେ ସବୁବେଳେ ପ୍ରଶ୍ନ ।

ଅନେକ ଆସିଲେ ଗଲେ

After 2nd paragraph post ads
Middle post content

ଫିଲ୍ମ ମେକର ତଥା ନିର୍ଦ୍ଦେଶକ ସାଜିଦ୍ ନାଡିୟାୱାଲା, ସାଉଥ୍ ସୁପରଷ୍ଟାର ନାଗାର୍ଜୁନ୍‌, ଅଭିନେତା ସଞ୍ଜୟ କପୁରଙ୍କ ସହ ତବ୍ୱୁଙ୍କ ସମ୍ପର୍କକୁ ନେଇ ଢେର ଚର୍ଚ୍ଚା ହୋଇଥିଲା । ଶୁଣିବାକୁ ମିଳେ, ସଞ୍ଜୟ କପୁର ଓ ତବୁଙ୍କ ସମ୍ପର୍କ କମ୍ ସମୟ ପାଇଁ ଚାଲିଥିଲା । ସଞ୍ଜୟଙ୍କ ସହ ବ୍ରେକଅପ୍ ପରେ ତବୁଙ୍କ ଜୀବନକୁ ଆସିଥିଲେ ନିର୍ଦ୍ଦେଶକ ସାଜିଦ୍ ନାଡିୟାବୱାଲା । ନାଡିିୟାୱାଲାଙ୍କ ପତ୍ନୀ ତଥା ବଲିଉଡର ଅନନ୍ୟ ସୁନ୍ଦରୀ କୁହାଯାଉଥିବା ଦିବ୍ୟା ଭାରତୀଙ୍କର ବାନ୍ଧବୀ ଥିଲେ ତବ୍ୱୁ । ତେଣୁ ଦିବ୍ୟାଙ୍କ ଅକାଳ ବିୟୋଗ ପରେ ସାଜିଦ୍ ନାଡିୟାୱାଲାଙ୍କ ନିକଟତର ହୋଇଥିଲେ ତବୁ । ଦୁହେଁ କିଛି ଦିନ ବେଶ୍ ଭଲରେ ଦିନ କାଟିଲେ । ଫିଲ୍ମ ‘ଜିତ୍‌’ର ସୁଟିଂ ବେଳେ ଦୁହେଁ ଖୁବ୍ ନିକଟତର ହୋଇଥିଲେ । ଏହା ପରେ ବି ପତ୍ନୀ ଦିବ୍ୟା ଭାରତୀଙ୍କୁ ଭୁଲିପାରିନଥିଲେ ସାଜିଦ୍‌, ଯାହା ତବୁଙ୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ଏହି କାରଣରୁ ତବୁଙ୍କ ସହ ଘନିଷ୍ଠ ହୋଇ ମଧ୍ୟ ତାଙ୍କ ବିବାହ କରିବାକୁ ସାହାସ କରିପାରି ନ ଥିଲେ ସାଜିଦ୍ ।

ଅବିବାହିତ ରହିବାର କାରଣ ଥିଲେ ଅଜୟ

ସାଜିଦଙ୍କ ଠାରୁ ବ୍ରେକଅପ୍ ପରେ ଭାରୀ ଅବସାଦରେ ରହିଥିଲେ ତବୁ । ପରେ ସାଉଥ୍ ଷ୍ଟାର ନାଗାର୍ଜୁନଙ୍କ ପାଖାପାଖି ହୋଇଥିଲେ । ଦୁହେଁ ପାଖାପାଖି ୧୦ ବର୍ଷ ଡେଟିଂରେ ଥିଲେ । ହେଲେ ଏତେ ବର୍ଷ ପରେ ବି ଯେତେବେଳେ ତବୁ ଅନୁଭବ କଲେ ଯେ ନାଗାର୍ଜୁନ ତାଙ୍କ ପତ୍ନୀଙ୍କୁ ଛାଡିପାରିବେ ନାହିଁ ସେ ନିଜକୁ ନାଗାର୍ଜୁନଙ୍କଠାରୁ ଦୂରେଇ ଦେଇଥିଲେ । ଏହି ସମ୍ପର୍କ ତାଙ୍କୁ ଖୁବ୍ କଷ୍ଟ ଦେଇଥିଲା । ୨୦୧୭ରେ ଏକ ସାକ୍ଷାତକାରରେ ତବୁଙ୍କୁ ତାଙ୍କ ବିବାହ ନ କରିବାର କାରଣ ପଚରାଯାଇଥିଲ । । ଏଥିରେ ସେ ଯାହା କହିଥିଲେ ଅନେକଙ୍କୁ ଆଚମ୍ବିତ କରିଥିଲା । ତବୁ କହିଥିଲେ ଯେ, ‘ ସେ ଅବିବାହିତ ରହିବାର କାରଣ ଅଭିନେତା ଅଜୟ ଦେବଗନ୍ । କରଣ ଅଜୟ ସବୁବେଳେ ତାଙ୍କୁ ଫଲୋ କରୁଥିଲେ । ତାଙ୍କର ଗୁଇନ୍ଦାଗିିରି କରୁଥିଲେ । ତାଙ୍କ ସାଙ୍ଗରେ ଯେଉଁ ପୁରୁଷ ବନ୍ଧୁଙ୍କୁ ଦେଖୁଥିଲେ ସେମାନଙ୍କୁ ଧମକ ଦେଉଥିଲେ’ ବୋଲି କହିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami