ଚନ୍ଦ୍ରରେ ସବୁ ଦେଶ କ’ଣ ଖୋଜୁଛନ୍ତି ? କ’ଣ ପାଇଁ ଚାଲିଛି ଚନ୍ଦ୍ର ଦୌଡ଼?

Above Post Content

ଏବେ କେବଳ ଦେଶ ନୁହେଁ ପୁରା ଦୁନିଆର ନଜର ଭାରତର ଚନ୍ଦ୍ରାୟନ -୩ ଅଭିଯାନ ଉପରେ ରହିଛିଋଷର ଚନ୍ଦ୍ର ଅଭିଯାନ ବିଫଳ ହେବା ପରେ ଭାରତୀୟ ଅଭିଯାନ ଉପରେ ସମସ୍ତଙ୍କର ନଜର ରହିଛି । ୨୦୧୯ର ବିଫଳତା ପରେ ଭାରତ କ’ଣ ଏଥର ସଫଳ ହେବ ? ୪୭ ବର୍ଷ ପରେ ଋଷ ପୁନଃ ଚନ୍ଦ୍ରମା ଉପରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ କରିଥିବା ଉଦ୍ଯମ ବିଫଳ ହୋଇଛିଆମେରିକା ଓ ଚୀନ୍ ମଧ୍ଯ ଚନ୍ଦ୍ର ଉପରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ସେମାନଙ୍କ ଯୋଜନା ଉପରେ କାମ କରୁଛନ୍ତି । କେବଳ ସରକାର ନୁହନ୍ତି ଘରୋଇ କମ୍ପାନୀ ମଧ୍ଯ ଏହି ରେସରେ ଅଛନ୍ତି । ଯେମିତି ସ୍ପେସ୍ ଏକ୍ସ । ସ୍ପେସ୍ ଏକ୍ସ ମଧ୍ଯ ଚନ୍ଦ୍ରରେ ଲ୍ୟାଣ୍ଡିଂ ପାଇଁ ଉଦ୍ଯମ କରୁଛି । ଏବେ ପ୍ରଶ୍ନ ଉଠୁଛି ଚନ୍ଦ୍ରରେ ଏମିତି କ’ଣ ଅଛି, ଯେଉଁଥିପାଇଁ ଋଷ, ଆମେରିକା, ଚୀନ୍ ଓ ଭାରତ ସମସ୍ତେ ଚନ୍ଦ୍ରରେ ଓହ୍ଲାଇବାକୁ ଚାହୁଁଛନ୍ତି? କ’ଣ ଚନ୍ଦ୍ର କୌଣସି ଗୋଟିଏ ଦେଶର ହୋଇଯିବ ?

ମଙ୍ଗଳ ଭାୟା ଚନ୍ଦ୍ର !

After 2nd paragraph post ads

ଚନ୍ଦ୍ରରେ ପାଣି ଥିବାର ଆଶା କରାଯାଉଛି । ବୈଜ୍ଞାନିକଙ୍କ ବିଶ୍ୱାସ ଯେ, ଚନ୍ଦ୍ରର ଦକ୍ଷୀଣ ମେରୁରେ ପାଣି ରହିଛି । ଏହି ପାଣିର ବିଘଟନ କରି ଏଥିରୁ ଅକ୍ସିଜେନ୍ ଓ ହାଇଡ୍ରୋଜନ ବାହାର କରାଯାଇ ପାରିବ ଅକ୍ସିଜେନ୍ ଓ ହାଇଡ୍ରୋଜନକୁ ମିଶାଇ ରକେଟ୍ ଇନ୍ଧନ ତିଆରି ହୋଇପାରିବ । ଯଦି ଏମିତି ହୁଏ ତେବେ ଭବିଷ୍ଯତରେ ମଙ୍ଗଳ ଅଭିଯାନରେ ଯେଉଁ ମହାକାଶ ଯାନ ଯିବେ ସେମାନେ ଚନ୍ଦ୍ରରେ ରିଫ୍ୟୁଲିଂ କରିପାରିବେ । ତେଣୁ ଚନ୍ଦ୍ର ଭବିଷ୍ଯତର ଗ୍ରହାନ୍ତର ଯାତ୍ରା ପାଇଁ ମହତ୍ୱ ରଖେ । ଏହା ସହିତ ଯଦି ପାଣି ମିଳିବ ତେବେ ସେଠାରେ ଚାଷବାସ ମଧ୍ଯ କରାଯାଇ ପାରିବ ।

ମୂଲ୍ଯବାନ ଧାତୁ

Middle post content

ଚନ୍ଦ୍ରରେ ସୁନା,ପ୍ଲାଟିନମ୍,ୟୁରାନିୟମ ଭଳି ମୂଲ୍ଯବାନ ଧାତୁ ଥିବାର ଅନୁମାନ କରାଯାଉଛି । ଏହା ସହିତ ଚନ୍ଦ୍ରରେ ରେଡିଓଆକ୍ଟିଭ୍ ବିହୀନ ହିଲିୟମ ଗ୍ୟାସ ମଧ୍ଯ ରହିଥିବାର କୁହାଯାଉଛି । ଏହା ସହିତ ଇଲେକ୍ଟ୍ରୋନିକ୍ ସାମଗ୍ରୀ ତିଆରିରେ ବ୍ଯବହୃତ ଧାତୁ ମଧ୍ଯ ଚନ୍ଦ୍ରରେ ଥିବା ଅନୁମାନ କରାଯାଉଛି । ତେଣୁ ସବୁ ଦେଶ ଚନ୍ଦ୍ରରେ ଭାଗ ବସାଇବାକୁ ଚାହୁଁଛନ୍ତି ।

ପୃଥିବୀ ବାହାରେ ମହାକାଶ ଷ୍ଟେଶନ

ମଙ୍ଗଳ ଗ୍ରହକୁ ରାସ୍ତା ଚନ୍ଦ୍ର ଦେଇ ଯାଏଭବିଷ୍ଯତରେ ଚନ୍ଦ୍ରକୁ ମଙ୍ଗଳ ଗ୍ରହ ଯାତ୍ରା ପାଇଁ ଷ୍ଟେଶନ ଭାବେ ବ୍ଯବହାରର ଉଦ୍ଦେଷ୍ଯ ରହିଛି । କାରଣ ଚନ୍ଦ୍ରରୁ ମଙ୍ଗଳ ଗ୍ରହର ଦୂରତା କମ । ସେଠାରୁ ମଙ୍ଗଳ ଓ ଅନ୍ଯଗ୍ରହକୁ ରକେଟ୍ ପଠାଇବା ସହଜ ହେବ । ଏହା ସହିତ ଯୋଗାଯୋଗ ମଧ୍ଯ ସହଜ ହେବ ।

ଭୂ-ରାଜନୀତି

ଜିଓ ପଲିଟିକ୍ସ ବା ଭୂ-ରାଜନୀତି ମଧ୍ଯ ଚନ୍ଦ୍ର ଅଭିଯାନ ପଛର ଗୋଟିଏ ବଡ଼ କାରଣ । ବିଶ୍ୱ ମହାଶକ୍ତି ହେବାର ଦୌଡରେ ଚୀନ୍ ରହିଛିଚୀନ୍ ଆମେରିକାକୁ ମହାକାଶ ଦୌଡ଼ରେ ପଛରେ ପକାଇବାକୁ ଚାହୁଁଛି । ଯେମିତି ଶିତଳ ଯୁଦ୍ଧ କାଳରେ ଋଷ ଓ ଆମେରିକା ମଧ୍ଯରେ ଚନ୍ଦ୍ରରେ କିଏ ପ୍ରଥମେ ମାନବ ଓହ୍ଲାଇ ପାରିବ ତାକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ଚାଲୁଥିଲା ସେମିତି ଏବେ ଚୀନ୍ ଓ ଆମେରିକା ମଧ୍ଯରେ ଚାଲିଛି । ଭାରତ ଓ ଋଷ ମଧ୍ଯ ଏହି ଦୌଡ଼ରେ ପଛରେ ରହିବାକୁ ଚାହୁଁନାହାନ୍ତି । ତେଣୁ ଏହି ଦୁଇ ଦେଶ ମଧ୍ଯ ନିଜ ମୁନ୍ ମିଶନ ଉପରେ କାମ କରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami