ଭାରତରେ ଆଫଗାନିସ୍ତାନ ଦୂତାବାସ ବନ୍ଦକୁ ନେଇ ଚିନ୍ତାରେ କାହିଁକି ପାକିସ୍ତାନ ?

Above Post Content

ଭାରତରେ ଥିବା ନିଜ ଦୂତାବାସକୁ ଆଫଗାନିସ୍ତାନ ବନ୍ଦ କରିଦେଇଛି । ଭାରତ ସରକାରଙ୍କ ପଟୁ କୌଣସି ସହଯୋଗ ନମିଳିବାରୁ ଦୂତାବାସକୁ ବନ୍ଦ କରାଯାଉଛି ବୋଲି ଆଫଗାନ ଦୂତାବାସ ରବିବାର ଦିନ ସୂଚନା ଦେଇଥିଲା । ଏହି ଖବରକୁ ନେଇ କିନ୍ତୁ ପାକିସ୍ତାନର ଚିନ୍ତା ବଢିଯାଇଛି । ଭାରତ ଏବେ ଆଫଗାନୀ ଦୂତାବାସକୁ ନିଜ ନିୟନ୍ତ୍ରଣକୁ ନେବାକୁ ଯାଉଛି । ଆଫଗାନିସ୍ତାନ ଦୂତାବାସ ବନ୍ଦ ହେବା ଖବର କାବୁଲ ଉପରେ ତାଲିବାନ ନିୟନ୍ତ୍ରଣକୁ ଦୁଇ ବର୍ଷ ପୁରା ହେବା ସମୟରେ ଆସିଛି । ଭାରତ ଏପର‌୍ୟ୍ୟନ୍ତ ତାଲିବାନ ସରକାରକୁ ମାନ୍ୟତା ଦେଇନାହିଁ । ନୂଆଦିଲ୍ଲୀରେ ଥିବା ଦୂତାବାସ ଆଫଗାନିସ୍ତାନର ପୁରୁଣା ସରକାର ଅମଳର । ଆଫଗାନିସ୍ତାନର ଅଶରଫ ଗନୀ ସରକାର ଅମଳରେ ଏଠାକର ରାଷ୍ଟ୍ରଦୂତ ଓ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିଲା । ସେବେଠାରୁ ଏହି ଦୂତାବାସ ଉପରେ ପୁରୁଣା ସରକାର ଅମଳରେ ନିଯୁକ୍ତ କୂଟନିତୀଜ୍ଞଙ୍କର କବଜା ଥିଲା । ଏବେ ଭାରତରେ ପୁରୁଣା ଦୂତାବାସ ବନ୍ଦ ହେବା ସହିତ ପାକିସ୍ତାନର ଚିନ୍ତା ବଢିଯାଇଛି । ତେବେ ଆଫଗାନିସ୍ତାନ ଦୂତାବାସ ବନ୍ଦ ହେଲେ ପାକିସ୍ତାନର ଚିନ୍ତିତ ହେବାର କାରଣ କ’ଣ ? ଆସନ୍ତୁ ଜାଣିବା ଏହାର ଉତ୍ତର
ଆଫଗାନିସ୍ତାନରେ ତାଲିବାନ ଶାସନ ପ୍ରତିଷ୍ଠା ହେବା ପରେ ପାକିସ୍ତାନ ସମେତ ଚୀନ୍ ଓ ଋଷ ଭଳି କିଛି ଦେଶ ତାଲିବାନ ସରକାରକୁ ମାନ୍ୟତା ଦେଇଥିଲେ । କିନ୍ତୁ ଭାରତ ତାଲିବାନକୁ ମାନ୍ୟତା ଦେଇନଥିଲା । ପାକିସ୍ତାନ ନିଜ ଦେଶରେ ତାଲିବାନ ରାଷ୍ଟ୍ରଦୂତଙ୍କୁ ମାନ୍ୟତା ଦେଇଥିଲା କିନ୍ତୁ ଭାରତ ସେଭଳି କରିନଥିଲା । ଭାରତ କାବୁଲସ୍ଥିତ ତା’ର ଦୂତାବାସକୁ ବନ୍ଦ କରିଦେଇଥିଲା । ଏହାଭିତରେ କିନ୍ତୁ ନୂଆଦିଲ୍ଲୀରେ ଥିବା ପୁରୁଣା ଆଫଗାନ ଦୂତାବାସ ପୂର୍ବଭଳି କାମ କରୁଥିଲା । ତେବେ କିଛିଦିନ ତଳେ ଆଫଗାନ ଦୂତାବାସରେ କ୍ଷମତାକୁ ନେଇ ସଂଘର୍ଷ ଆରମ୍ଭ ହୋଇଥିଲା । ତାଲିବାନ ଦ୍ୱାରା ନିଯୁକ୍ତ କୂଟନୀତିଜ୍ଞ କାଦିର ଶାହ ବର୍ତ୍ତମାନର ରାଷ୍ଚ୍ରଦୂତ ମାମୁଦଜୟଙ୍କୁ ହଟାଇବାକୁ ଉଦ୍ୟମ କରିଥିଲେ । କାଦିର ଭାରତୀୟ ବୈଦେଶିକ ବିଭାଗକୁ ପତ୍ର ଲେଖି ନିଜକୁ ଆଫଗାନିସ୍ତାନର ଅସଲ ରାଷ୍ଟ୍ରଦୂତ ବୋଲି ଦାବି କରିଥିଲେ ।

ଭାରତ ବିରୋଧରେ ଆଫଗାନ ଦୂତାବାସର ଅଭିଯୋଗ

After 2nd paragraph post ads

ଏବେ ଆଫଗାନିସ୍ତାନ ଦୂତାବାସ ତରଫରୁ କୁହାଯାଇଛି ଯେ,ଦୂତାବାସରେ କର୍ମଚାରୀଙ୍କ ମଧ୍ୟରେ ମତଭେଦ ଥିଲା । ଅନ୍ୟଦେଶର ରାଜନୈତିକ ଶରଣ ନେବାକୁ କିଛି କର୍ମଚାରୀ ଉଦ୍ୟମ କରିଥିଲେ । ଭାରତ ସରକାର ସେମାନଙ୍କୁ ଆବଶ୍ୟକ ସମର୍ଥନ ଯୋଗାଇ ଦେଇ ନାହାନ୍ତି ବୋଲି ଦୂତାବାସ ଅଭିଯୋଗ କରିଛି । ଭାରତ ସରକାରଙ୍କ ତରଫରୁ ଏହି ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଆସିନାହିଁ । ଅନ୍ୟପକ୍ଷରେ ଆଫଗାନି ଦୂତାବାସ ବନ୍ଦ ହେବାକୁ ପାକିସ୍ତାନ,ତାଲିବାନ ଓ ଭାରତ ମଧ୍ୟରେ ସମ୍ପର୍କ ବୃଦ୍ଧି ଭାବେ ଦେଖୁଛି ।

Middle post content

ପାକିସ୍ତାନ କାହିଁକି ଚିନ୍ତିତ ?

ପାକିସ୍ତାନୀ ରାଜନୈତିକ ବିଶ୍ଲେଶକ କମରାନ ୟୁସୁଫଙ୍କ କହିବା ହେଉଛି ଯେ,ଯେତେବେଳେ ତାଲିବାନ ପୁନଃ ଆଫଗାନିସ୍ତାନରେ ଶାସନକୁ ଫେରିଥିଲା ସେତେବେଳେ ପାକିସ୍ତାନ ଏହାକୁ ନିଜର ବଡ଼ କୂଟନୈତିକ ଓ ସାମରିକ ବିଜୟ ବୋଲି ଭାବିଥିଲା । ଭାରତ ବିରୋଧରେ ଏହାକୁ ବଡ଼ ବିଜୟ ଭାବେ ପାକିସ୍ତାନରେ ଗ୍ରହଣ କରାଯାଇଥିଲା । କିନ୍ତୁ ଦୁଇ ବର୍ଷ ମଧ୍ୟରେ ତାଲିବାନ ପାକିସ୍ତାନଠାରୁ ଦୁରେଇ ଯାଇଥିବା ବେଳେ ଭାରତର ନିକଟବର୍ତ୍ତି ହୋଇଚି । ସୀମାରେ ପାକିସ୍ତାନୀ ଓ ତାଲିବାନୀ ସୈନିକଙ୍କ ମଧ୍ୟରେ ସଂଘର୍ଷ ନିତିଦିନିଆ ଘଟଣା ହୋଇାଯାଇଛି । ଭାରତ ସହିତ ଭଲ ସମ୍ପର୍କ ରଖିବା ପାଇଁ ତାଲିବାନ ପ୍ରତିଷ୍ଠାତା ମୁଲ୍ଲା ଓମାରର ପୁଅ ମୁଲ୍ଲା ୟାକୁବ ଓ ତାଲିବାନ ବୈଦେଶିକ ଉପମନ୍ତ୍ରୀ ଶେର ମହମ୍ମଦ ଚାହୁଁଥିବ ପାକିସ୍ତାନ ଭାବୁଛି । କାବୁଲ ସ୍ଥିତ ଦୂତାବାସକୁ ଭାରତ ପୁଣି ଖୋଲିନଥିଲେ ମଧ୍ୟ ସେଠାକୁ ଏକ ଟେକନିକାଲ ଟିମ୍ ପଠାଇଛି । ତାହା ପୁଣି ତାଲିବାନ ନିମନ୍ତ୍ରଣରେ । ଆଫଗାନିସ୍ତାନରେ ଭାରତ ତା’ର ବିକାଶମୁଳକ କାର‌୍ୟ୍ୟ ଜାରି ରଖୁ ବୋଲି ତାଲିବାନ ଚାହୁଁଛି ।

ତାଲିବାନକୁ ମାନ୍ୟତା ଦେବ ଭାରତ ?

କମରାନଙ୍କ ଦାବି ଯେ, କିଛି ଦିନ ଭିତରେ ଭାରତ ତାଲିବାନକୁ ମାନ୍ୟତା ଦେବ । ନୂଆଦିଲ୍ଲୀ ସ୍ଥିତ ପୁରୁଣା ଦୂତାବାସକୁ ତାଲିବାନକୁ ଭାରତ ଦେଇଦେବ ବୋଲି ସେ ଦାବି କରିଛନ୍ତି । ତାଲିବାନ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଖରାପ ହୋଇ ସାରିଛି । ଚିତ୍ରାଲରେ ତାଲିବାନ ସମର୍ଥନରେ ଟିଟିପି ୩ଶହ ଗାଁ ଉପରେ ଆକ୍ରମଣ କରିଛି । ତାଲିବାନ ପାଇଁ ପାକିସ୍ତାନ ବିଶ୍ୱରେ ନିନ୍ଦିତ ହୋଇଛି କିନ୍ତୁ ତାଲିବାନ ଏବେ ଧିରେ ଧିରେ ଗୁପଚୁପ ଭାବେ ଭାରତ ସହିତ ସମ୍ପର୍କ ସଜାଡିବାରେ ଲାଗିଛି । ପାକିସ୍ତାନର ଚିନ୍ତା ଯେ,ତାଲିବାନକୁ ସବୁ ସାହାଯ୍ୟ କରିବା ପରେ ମଧ୍ୟ ସେମାନେ ତାକୁ ଛାଡି ଭାରତ ହାତ ଧରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami