ଗୁଲାମନବୀ ଆଜାଦଙ୍କ ଇସ୍ତଫା ପତ୍ରରେ ଯେଉଁ ସିକ୍ୟୁରିଟି ଗାର୍ଡଙ୍କ କଥା ଉଲ୍ଲେଖ ଅଛି ସେ କିଏ ?

Above Post Content

ଗୁଲାମନବୀ ଆଜାଦ ନିକଟରେ କଂଗ୍ରେସ ସହିତ ନିଜର ୫ ଦଶକର ସମ୍ବନ୍ଧ ବିଛେଦ କରିଛନ୍ତିକଂଗ୍ରେସ ଛାଡିବା ସହିତ ଆଜାଦ ଦଳର ପ୍ରଥମ ଫ୍ୟାମିଲିକୁ କାଠଗଡ଼ାରେ ଛିଡା କରିଛନ୍ତି । ସେ ଦାବି କରିଛନ୍ତି ଯେ, ଦେଶର ସର୍ବପୁରାତନ ଦଳ ସାମଗ୍ରିକ ଭାବେ ନଷ୍ଟ ହୋଇ ସାରିଛି କଂଗ୍ରେସର ଶୀର୍ଷ ନେତୃତ୍ୱ ଆଭ୍ୟନ୍ତରୀଣ ନିର୍ବାଚନ ନାମରେ କର୍ମୀଙ୍କୁ ଧୋକା ଦେଉଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । କେବଳ ଏତିକିରେ ସେ ଅଟକି ନାହାନ୍ତି ଦଳର ପତନ ପାଇଁ ସେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପିଲାଳିଆମିକୁ ମଧ୍ୟ ଦାୟୀ କରିଛନ୍ତିକଂଗ୍ରେସରେ ନିଷ୍ପତି ଏବେରାହୁଲଙ୍କ ସିକ୍ୱିରିଟି ଗାର୍ଡ୍ ନେଉଛନ୍ତି ସୋନିଆ କେବଳ ନାମକୁ ମାତ୍ର ଦଳର ନେତା ବୋଲି ଆଜାଦ କଟାକ୍ଷ କରିଛନ୍ତି ଆଜାଦଙ୍କ ଏହି ଅଭିଯୋଗ ପରେ ଦେଶ ବ୍ୟାପୀ ଜୋରଶୋରରେ ଚର୍ଚ୍ଚା ଯେ, କିଏ ସେହି ସିକ୍ୟୁରିଟି ଗାର୍ଡ୍ ଯିଏ ରାହୁଲଙ୍କୁ ପ୍ରଭାବିତ କରୁଛନ୍ତି ।

ରାହୁଲଙ୍କୁ ପ୍ରଭାବିତ କରୁଥିବା ସିକ୍ୟୁରିଟି ଗାର୍ଡ୍ କିଏ ?

After 2nd paragraph post ads

ଆଜାଦ ନିଜ ଇସ୍ତଫାପତ୍ରରେ ଯେଉଁ ସିକ୍ୟୁରିଟି ଗାର୍ଡଙ୍କ କଥା ଉଲ୍ଲେଖ କରିଛନ୍ତି ସେହି ବ୍ୟକ୍ତି ଜଣକ କିଏ ? କ’ଣ ପାଇଁ ସେ ଏହି ସିକ୍ୟୁରିଟି ଗାର୍ଡଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତିରାହୁଲଙ୍କ ମଣ୍ଡଳୀରେ ସାମିଲ ଥିବା ନେତା ସବୁ କିଏ ଯେଉଁମାନଙ୍କୁ ଆଜାଦ ଟାର୍ଗେଟ୍ କରିଛନ୍ତି ? ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ନିଜ ଇସ୍ତଫାପତ୍ରରେ ଆଜାଦ ଯେଉଁ ସିକ୍ୟୁରିଟି ଗାର୍ଡଙ୍କ ଆଡକୁ ଇଂଗିତ କରିଛନ୍ତି ସେ ସମ୍ଭବତଃ ହେଉଛନ୍ତି କେ ବି ବାୟଜୁ । ରିପୋର୍ଟ ଅନୁସାରେ ବାୟଜୁ ପ୍ରଥମେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ଅଙ୍ଗ ଥିଲେ ରାହୁଲ କଂଗ୍ରେସର ମହାସଚିବ ହେବା ପରେ ବାୟଜୁ ତାଙ୍କ ସୁରକ୍ଷା ଟିମରେ ସାମିଲ ହୋଇଥିଲେ ବାୟଜୁଙ୍କ ପାଖରେ କଂଗ୍ରେସର କୌଣସି ଔପଚାରିକ ପଦ ନାହିଁ କିନ୍ତୁ ଏସପିଜି ଛାଡିବା ପରେ ସେ ରାହୁଲଙ୍କ ନିକଟତର ହୋଇଥିଲେଦଳରେ ତାଙ୍କ ପ୍ରଭାବ ବଢିଥିଲାସିକ୍ୟୁରିଟି ବ୍ୟତିତ ସେ ରାହୁଲଙ୍କ ଅନେକ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି । ଚଳିତ ବର୍ଷ ଆରମ୍ଭରେ ରାହୁଲଙ୍କ ଗୋଆ ଯାତ୍ରା ମଧ୍ୟ ତାଙ୍କ ଦେଖାରଖାରେ ହୋଇଥିଲା । ସେ ମଧ୍ୟ ଭାରତ ଯୋଡୋ ଯାତ୍ରାର ମହତ୍ୱପୂର୍ଣ୍ଣ ଅଂଶ ଥିଲେ

Middle post content

ରାହୁଲଙ୍କ ସନ୍ଦେଶ ନେଇ କ୍ୟାପ୍ଟେନଙ୍କ ପାଖକୁ ଯାଇଥିଲେ ବାୟଜୁ

କଂଗ୍ରେସ ନେତାଙ୍କ ଅନୁସାରେ ବାୟଜୁ ରାୟଜୁଙ୍କ ଯାତ୍ରା ମ୍ୟାନେଜ୍ କରିବା କାରଣରୁ ଦଳରେ ଶକ୍ତିଶାଳୀ ହୋଇ ସାରିଲେଣିରାହୁଲ କାହାକୁ ଭେଟିବେ,କିଏ କେତେ ସମୟ ରାହୁଲଙ୍କ ସହିତ ରହିବେ ଭଳି ନିଷ୍ପତି ବାୟଜୁ ନେଇଥାନ୍ତି ବୋଲି ଦଳର ନେତା ନାମ ଗୋପନ ରଖିବା ସର୍ତ୍ତରେ କୁହନ୍ତି । କେବଳ ଏତିକି ନୁହେଁ ସେ ମଧ୍ୟ ରାହୁଲଙ୍କ ସହିତ ଷ୍ଟେଜ୍ ସେୟାର କରନ୍ତିପଂଜାବରେ କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ କାଳରେ ବାୟଜୁ କ୍ୟାପ୍ଟେନଙ୍କ ପାଖକୁ ସନ୍ଦେଶ ନେଇ ଯାଇଥିଲେ

ରାଜନୈତିକ ଅଭିଜ୍ଞତା ନଥିବା ବ୍ୟକ୍ତିଙ୍କୁ ଗୁରୁତ୍ୱ

ଆଜାଦ କେବଳ ସିକ୍ୟୁରିଟି ଗାର୍ଡଙ୍କ କଥା କହିନଥିଲେ । ସେ ମଧ୍ୟ ଜଣେ ବ୍ୟକ୍ତିଗତ ସହାୟକଙ୍କ କଥା ଉଠାଇଛନ୍ତି ଯିଏ ରାହୁଲଙ୍କୁ ପ୍ରଭାବିତ କରୁଛନ୍ତି ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଅଧିକାରୀ ଅଲଙ୍କାର ସବାଇ ସେହି ପିଏ ବୋଲି କୁହାଯାଉଛି । ସବାଇ ରାହୁଲଙ୍କ ରିସର୍ଚ୍ଚ ଟିମରେ ସାମିଲ ଅଛନ୍ତି । ସେ କିଛି ଦିନ ପାଇଁ ରାହୁଲଙ୍କ ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ହ୍ୟାଣ୍ଡେଲ କରୁଥିଲେ । ଏହି ସମୟରେ ରାହୁଲ ଅନେକ ବ୍ୟକ୍ତିଙ୍କୁ ଅନଫଲୋ କରିଥିଲେ । ଏହା ସହିତ ରାହୁଲଙ୍କ ଟିମରେ ଥିବା ଅକ୍ସଫୋର୍ଡ ଫେରନ୍ତା କୌଶଲ ବିଦ୍ୟାର୍ଥୀ ମଧ୍ୟ ଆଜାଦଙ୍କ ନିଶାନାରେ ଅଛନ୍ତି । ସେ ରାହୁଲଙ୍କ ଆଧିକାରିକ ସଚିବବିଦ୍ୟାର୍ଥୀ ରାହୁଲଙ୍କ ଦୈନିକ କାର୍ଯ୍ୟ ଦେଖିଥାନ୍ତି । ସେହିଭଳି ସଚୀନ ରାଓ ଯିଏକି ଟ୍ରେନିଂ ଓ ପ୍ରକାଶନ ମେସେଜ୍ ହ୍ୟାଣ୍ଡେଲ କରନ୍ତି ସେ ମଧ୍ୟ ରାହୁଲଙ୍କୁ ପ୍ରଭାବିତ କରୁଥିବା କୁହାଯାଉଛି । ଏହି ସବୁ ବ୍ୟକ୍ତିଙ୍କର ରାଜନୀତି ସହିତ କୌଣସି ସମ୍ପର୍କ ନଥିବାକୁ ନେଇ ଦଳ ଭିତରେ ଅସନ୍ତୋଷ ରହିଛି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami