ବିଦେଶରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ କିଏ ମାରୁଛି ? ଅଣ୍ଡରଗ୍ରାଉଣ୍ଡ୍ ହେଲା ପନ୍ନୁ

Above Post Content

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରର ହତ୍ୟା ପରେ ଗତ 60 ଘଣ୍ଟାରୁ ଅଧିକ ସମୟ ହେଲା ଗୁରପତବନ୍ତ ସିଂହ ପନ୍ନୁର କୌଣସି ଖବର ନାହିଁ। ପନୁ ମଧ୍ଯ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ସିଖ ଫର ଜଷ୍ଟିସର ସଦସ୍ୟ। ସେ ଭାରତ ବିରୋଧରେ ପ୍ରପୋଗଣ୍ଡା ଚଲାଇବାରେ ମାହିର ଅଟେ। କୁହାଯାଉଛି ଯେ,ନିଜ୍ଜରର ହତ୍ୟା ପରେ ପନୁ ଭୟଭୀତ ହୋଇ ଆତ୍ମଗୋପନ କରିଛିପନୁର ଭୟ ଯେ,ଏହି ସବୁ ହତ୍ୟାକାଣ୍ଡ ପଛରେ ଭାରତୀୟ ଗୁଇନ୍ଦା ଏଜେନ୍ସି ର ଅଛି

ପନୁ ଉପରେ ସୁରକ୍ଷା ଏଜେନ୍ସିଙ୍କ ନଜର

After 2nd paragraph post ads

ଗତ 6 ମାସ ଧରି ଭାରତୀୟ ସୁରକ୍ଷା ଏଜେନ୍ସି ପନୁକୁ ଟାର୍ଗେଟ୍ କରୁଛନ୍ତି। ଗୋଟିଏ ପଟେ ଭାରତରେ ଥିବା ତା ସମର୍ଥକଙ୍କୁ ପୋଲିସ ଗିରଫ କରୁଥିବାବେଳେ ବିଦେଶରେ ଥିବା ଖଲିସ୍ତାନୀ ସମର୍ଥକଙ୍କ ବିରୋଧରେ ମଧ୍ଯ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗତ 6 ମାସ ଭିତରେ ଖଲିସ୍ତାନୀ ଆନ୍ଦୋଳନର 5 ଜଣ ବଡ଼ ଆତଙ୍କବାଦୀଙ୍କର ସନ୍ଦିଗ୍ଧ ପରିସ୍ଥିତିରେ ବିଦେଶ ମାଟିରେ ମୃତ୍ୟୁ ହୋଇଛି।

Middle post content

4 ମାସରେ 5 ଖଲିସ୍ତାନୀ ଆତଙ୍କବାଦୀ ନିହତ

ପନୁର ଭୟ ପଛର ଅଛି ବିଦେଶ ମାଟିରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ସନ୍ଦିଗ୍ଧ ମୃତ୍ଯୁ। ଗତ 4 ମାସ ଭିତରେ 5 ଜଣ ଖଲିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତିପାକିସ୍ତାନର ଲାହୋରରେ ଆଇଏସଆଇ ସୁରକ୍ଷା ଘେରରେ ଥିବା ଜଣେ ଆତଙ୍କବାଦୀକୁ ଗୁଳି କରି ହତ୍ଯା କରାଯାଇଥିଲା। ତାକୁ ସିଏ ରହୁଥିବା ସେଫ୍ ହାଉସ୍ ସାମ୍ନାରେ ଏକ ବାଇକରେ ଆସିଥିବା ଦୁଇ ଜଣ ବ୍ଯକ୍ତି ହତ୍ୟା କରିଥିଲେ। ସେହିଭଳି ଲଣ୍ଡନରେ ଦୁଇ ଜଣ ଖଲିସ୍ତାନୀ ସମର୍ଥକଙ୍କର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିଲାଲଣ୍ଡନରେ ଯେଉଁ ଆତଙ୍କବାଦୀ ସନ୍ଦିଗ୍ଧ ଅବସ୍ଥାରେ ମରିଥିଲେ ସେମାନେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣରେ ମୁଖ୍ଯ ଭୂମିକା ଗ୍ରହଣ କରିଥିଲେ। ସେତେବେଳେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରି ଖଲିସ୍ତାନୀ ସମର୍ଥକ ଭାରତୀୟ ଜାତିୟ ପତାକାକୁ ଓହ୍ଲାଇ ଖଲିସ୍ତାନୀ ପତାକା ଉଡ଼ଯାଇଥିଲା ଖାଣ୍ଡାର ମଧ୍ଯ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ଘଟିଛି।ତେଣୁ କୁହାଯାଉଛି ଯେ,ପନୁ ଡରିଯାଇଛି।

ଖାଣ୍ଡା ହତ୍ୟା ପଛରେ ପନୁ

ଗତ ସପ୍ତାହରେ ସନ୍ଦିଗ୍ଧ ପରିସ୍ଥିତିରେ ଅବତାର ସିଂହ ଖାଣ୍ଡାର ମୃତ୍ୟୁ ହୋଇଥିଲା। ଏହାକୁ ଖଲିସ୍ତାନୀ ସମର୍ଥକ ହତ୍ୟା ବୋଲି କହୁଛନ୍ତି। ହତ୍ୟା ପଛରେ ଭାରତୀୟ ଏଜେନ୍ସି ଅଛନ୍ତି ବୋଲି ସେମାନେ ଦାବି କରୁଛନ୍ତି। ତେବେ ଏହା ଭିତରେ ଆଉ ଗୋଟିଏ ଥିଓରୀ ସାମ୍ନାକୁ ଆସିଛି। ଏହି ଥିଓରି ଅନୁସାରେ ଭାରତୀୟ ପାସପୋର୍ଟ ରଖୁଥିବା ଖାଣ୍ଡାକୁ ଭାରତକୁ ପ୍ରତ୍ୟାର୍ପଣ କରାଯିବା ଭୟ ପନୁକୁ ଡରାଉଥିଲା। ଖାଣ୍ଡା ଭାରତୀୟ ସୁରକ୍ଷା ଏଜେନସିଙ୍କ ହତାରେ ପଡ଼ିଲେ ଅନେକ ରାଜ୍ ଉପରୁ ପରଦା ହଟିଯିବ। ଏହି ଭୟ ପାଇଁ ପନୁ ଆଦେଶରେ ଖାଣ୍ଡାକୁ ହତ୍ୟା କରାଯାଇଛି ବୋଲି କୁହାଯାଇଛି।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami