ସାହାରନପୁରର ଗୁପ୍ତା ଭାଇ କିଏ ? ଯାହାଙ୍କ ପାଇଁ ଦକ୍ଷୀଣ ଆଫ୍ରିକା ଜଳୁଛି

Above Post Content

ଦକ୍ଷୀଣ ଆଫ୍ରିକା ଏବେ ଜଳୁଛି । ପ୍ରାୟ ୩୦ ବର୍ଷ ପରେ ଦକ୍ଷୀଣ ଆଫ୍ରିକରେ ଭୀଷଣ ଦଙ୍ଗା ହେଉଛି । ତେବେ ଏଥର ଏହି ଦଙ୍ଗାରେ ଟାର୍ଗେଟରେ ଅଛନ୍ତି ଭାରତୀୟ । ଭାରତୀୟଙ୍କ ଦୋକାନ, ପ୍ରତିଷ୍ଠାନ ଉପରେ ଆକ୍ରମଣ ହେଉଛି । ନିଧଡକ ଭାବେ ଚାଲିଛି ଲୁଟତରାଜ ଭାରତୀୟ ନିଜ ସୁରକ୍ଷା ପାଇଁ ବନ୍ଧୁକ ସହ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି । ତେବେ ଏହି ପୁରା ହିଂସା ପାଇଁ ଭାରତର ତିନି ଭାଇଙ୍କୁ ଦାୟି କରାଯାଉଛି । ଏହି ତିନି ଭାଇ ୧୯୯୩ ମସିହାରେ ଉତ୍ତର ପ୍ରଦେଶର ସାହରନପୁରରୁ ଦକ୍ଷୀଣ ଆଫ୍ରିକା ଯାଇଥିଲେ । ସେଠାରେ ବ୍ୟବସାୟରେ ବ୍ୟାପକ ସଫଳତା ପାଇଥିଲେ । ଆଉ ତା’ପରେ ଦକ୍ଷୀଣ ଆଫ୍ରିକାର ରାଜନୀତିରେ ହସ୍ତକ୍ଷେପ କରିବାକୁ ଆରମ୍ଭ କରିଥିଲେ । ଏବେ ସେମାନଙ୍କ ପାଇଁ ଦେଶରେ ଆରମ୍ଭ ହୋଇଥିବା ଦଙ୍ଗାର ଶିକାର ସାଧାରଣ ଭାରତୀୟ ହେଉଛନ୍ତି । ଏହି ତିନି ଭାଇ ଦକ୍ଷୀଣ ଆଫ୍ରିକାରେ ଗୁପ୍ତା ବ୍ରଦର୍ଶ ଭାବେ ପରିଚିତ । ଆସନ୍ତୁ ଜାଣିବା ଗୁପ୍ତା ବଦର୍ଶଙ୍କ ଉତ୍ଥାନ ଓ ପତନର କାହାଣୀ ।

୨୨ ମିଲିୟନ ଡଲାର ଟର୍ଣ୍ଣ ଓଭର ଥିଲା ,ଏବେ ପଳାତକ

After 2nd paragraph post ads

ଗୁପ୍ତା ବ୍ରଦର୍ସଙ୍କ କାହାଣୀ କୌଣସି ବଲିଉଡ୍ ଫିଲ୍ମର କାହାଣୀ ଭଳି । ୧୯୯୩ ମସିହାରେ ଉତ୍ତର ପ୍ରଦେଶର ସାହାରନପୁରରୁ ଅତୁଲ ଗୁପ୍ତା ନାମକ ଯୁବକ ଦକ୍ଷୀଣ ଆଫ୍ରିକାରେ ପହଂଚନ୍ତି । ସେଠାରେ ସେ ସାହାରା କମ୍ପ୍ୟୁଟର୍ସ ନାମରେ ଏକ କମ୍ପାନୀ ଖୋଲନ୍ତି । ଗୋଟିଏ ଛୋଟ କମ୍ପାନୀ ଭାବେ ଆରମ୍ଭ ହୋଇଥିବା ସାହାରା କମ୍ପ୍ୟୁଟର୍ସ ଗୁପ୍ତା ପରିବାର ପାଇଁ ମୁଳଦୁଆ ସାବ୍ୟସ୍ତ ହୋଇଥିଲା । ଏବେ ଏହି କମ୍ପାନୀରେ ୧୦ ହଜାର ଲୋକ କାମ କରୁଛନ୍ତି । ଏକ ରିପୋର୍ଟ ଅନୁସାରେ କମ୍ପାନୀର ବାର୍ଷିକ ଟର୍ଣ୍ଣଓଭର ପ୍ରାୟ ୨୨ ମିଲିୟନ ଡଲାର ।

ଦଙ୍ଗାର ଖଳନାୟକ ଗୁପ୍ତା ଭ୍ରାତା

ଅତୁଲ ଗୁପ୍ତା ଦକ୍ଷୀଣ ଆଫ୍ରିକାରେ ପହଂଚିବା ପରେ ନିଜର ବାକି ଦୁଇ ଭାଇଙ୍କୁ ସେଠାକୁ ଡକାଇଥିଲେ । ତେବେ ସମ୍ଭବତଃ ଗୁପ୍ତା ଭାଇମାନେ ମଧ୍ୟ କେବେ ଏହା ଭାବିନଥିବେ ଯେ, ଦିନେ ସେମାନେ ଦକ୍ଷୀଣ ଆଫ୍ରିକାର ସବୁଠାରୁ ଶକ୍ତିଶାଳୀ ପରିବାରରେ ପରିଣତ ହେବେ । ଏହି ତିନିଭାଇଙ୍କ ପିତା ସାହରନପୁରରେ ମୁହଁଲଗା ପାଉଡରରେ ବ୍ୟବହୃତ ସୋପେସଟୋନର ବିତରଣ କରୁଥିଲେ । ୧୯୯୩ରେ ଅତୁଲ ପ୍ରଥମେ ଦିଲ୍ଲୀ ଓ ଦିଲ୍ଲୀରୁ ଦକ୍ଷୀଣ ଆଫ୍ରିକା ଯାଇଥିଲେ । ପରେ ତାଙ୍କ ସହିତ ଭାଇମାନେ ଯୋଗ ଦେଇଥିଲେ । ଏବେ ଏହି ତିନି ଭାଇ ମିଡିଆରୁ ମାଇନିଂ ସବୁଥିରେ ସମ୍ପୃକ୍ତ ଅଛନ୍ତି । ତେବେ ବ୍ୟବସାୟ ବୃଦ୍ଧି ସହିତ ଗୁପ୍ତା ବ୍ରଦର୍ସଙ୍କ ରାଜନୈତିକ ମହତ୍ୱାକାଂକ୍ଷା ବୃଦ୍ଧି ପାଇଥିଲା । ସେମାନେ ସେଠାକାର ରାଜନୈତିକ ଗତିବିଧିରେ ହସ୍ତକ୍ଷେପ କରିବାକୁ ଲାଗିଥିଲେ ।

Middle post content

୨୦୧୬ ମସିହାରେ ଅତୁଲ ଗୁପ୍ତାଙ୍କ ସମ୍ପତ୍ତିର ମୁଲ୍ୟ ୭୮ କୋଟି ଡଲାର ଥିଲା । ସେହି ବର୍ଷ ସେ ଦକ୍ଷୀଣ ଆଫ୍ରିକାର ୧୬ ନମ୍ବର ଧନି ଥିଲେ । କିନ୍ତୁ ସେହି ୨୦୧୬ରୁ ହିଁ ଗୁପ୍ତା ଭାଇଙ୍କ ପତନ ପର୍ବ ଆରମ୍ଭ ହୋଇଥିଲା । ସରକାରରେ ଥିବା ଆଫ୍ରିକାନ କଂଗ୍ରେସ ସହିତ ଗୁପ୍ତା ବ୍ରଦର୍ସଙ୍କ ସମ୍ପର୍କକୁ ନେଇ ଧିରେ ଧିରେ ମିଡିଆରେ ଖବର ଆସିବାକୁ ଲାଗିଲା । ଯାହାକୁ ଅବଶ୍ୟ ଗୁପ୍ତା ପରିବାର ଖଣ୍ଡନ କରୁଥିଲା । କିନ୍ତୁ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ସହିତ ଗୁପ୍ତା ପରିବାରର ସମ୍ପର୍କକୁ ନେଇ ବେସ ଆଲୋଚନା ମଧ୍ୟ ହୋଇଥିଲା । ଜୁମାଙ୍କ ସହ ସମ୍ପର୍କର ଫାଇଦା ଉଠାଇ ଗୁପ୍ତା ପରିବାର ନିଜ ବ୍ୟବସାୟ ବଢାଉଛନ୍ତି ବୋଲି ଅଭିଯୋଗ ଜୋର ଧରିଥିଲା ।

ଦକ୍ଷୀଣ ଆଫ୍ରିକାରେ ନୂଆ ନାମ Zupta

ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ସହିତ ଗୁପ୍ତା ପରିବାରର ସମ୍ପର୍କ ଏତେ ନିବିଡ ଥିଲା ଯେ, ମିଡିଆ ଜୁମା ଓ ଗୁପ୍ତାଙ୍କୁ ଏକାକାର କରି ନୂଆ ନାଁ ଦେଇଥିଲା ଜୁପ୍ତା । ୨୦୦୯ରୁ ୨୦୧୮ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିବା ଜୁମା ଏବେ ଜେଲରେ ଅଛନ୍ତି । ଦୁର୍ନୀତି ଅଭିଯୋଗରେ ତାଙ୍କୁ ୧୫ ମାସର ସଜା ହୋଇଛି । ଏହାରି ଭିତରେ ଦେଶରେ ଆରମ୍ଭ ହୋଇଛି ଦଙ୍ଗା । ଜୁମା କ୍ଷମତାରୁ ଯିବା ପରେ ଗୁପ୍ତା ଭାଇମାନେ ଦକ୍ଷୀଣ ଆଫ୍ରିକା ଛାଡି ଦେଇ ଦୁବାଇରେ ଅଛନ୍ତି । ଏଣେ ଗୁପ୍ତା ଭାଇଙ୍କୁ ଦେଶକୁ ଫେରାଇ ଆଣିବା ସହିତ ସେମାନଙ୍କ ସମ୍ପତ୍ତି ଜବତ ପାଇଁ ଦାବି ଜୋର ଧରୁଛି । ଏହାରି ଭିତରେ ଗୁପ୍ତା ବ୍ରଦର୍ସଙ୍କ ଅନେକ କମ୍ପାନୀ ବିକ୍ରି ହୋଇ ସାରିଲାଣି । କରଜଦାତାଙ୍କ ଟଙ୍କା ଫେରସ୍ତ ପାଇଁ ଗୁପ୍ତା ପରିବାର ସମ୍ପତ୍ତି ନିଲାମି ପାଇଁ ଉଦ୍ୟମ ହେଉଛି । ଏହା ସହିତ ଗୁପ୍ତା ପରିବାର ଯେଉଁ ଟଙ୍କା ବେଆଇନ୍ ଭାବେ ଦେଶ ବାହାରକୁ ପଠାଇ ଥିଲେ ତାକୁ ଆମେରିକା ଓ ଦୁବାଇରୁ ଫେରାଇ ଆଣିବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି ।

ଗୁପ୍ତା ବ୍ରଦର୍ସଙ୍କ ପୁଅ ବାହାଘରରେ ୨ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ବିବାହରେ ଦକ୍ଷୀଣ ଆଫ୍ରିକାର ନାମି ଦାମୀ ଲୋକ ଯୋଗ ଦେଇଥିଲା । ୨୦ ଏପ୍ରିଲ ୨୦୧୩ରେ ଏକ ପ୍ରାଇଭେଟ୍ ଏୟାର ବସ ଦକ୍ଷୀଣ ଆଫ୍ରିକାର ବାୟୁସେନା ବିମାନ ଘାଟିରେ ଅବତରଣ କରିଥିଲା । ଏହି ବିମାନରେ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ୨୧୭ ଜଣ ସବାର ଥିଲେ । ଜୁମାଙ୍କ ସହିତ ସମ୍ପର୍କ ପାଇଁ ଗୁପ୍ତା ପରିବାରକୁ ବିମାନ ଅବତରଣ ପାଇଁ ସହଜରେ ଅନୁମତି ମିଳିଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

ଗୁପ୍ତା ଭାଇଙ୍କ ପାଇଁ ନିଶାନାରେ ଭାରତୀୟ

ଜୁମାଙ୍କୁ ୧୫ ମାସର ସଜ୍ଜା ମିଳି ସାରିଛି । ତାଙ୍କ ଜେଲ ଯିବା ପରେ ଆରମ୍ଭ ହୋଇଥିବା ଦଙ୍ଗାର ଶିକାର ହୋଇଛନ୍ତି ଭାରତୀୟ ଓ ଭାରତୀୟ ବଂଶୋଦ୍ଭବ । ଦଙ୍ଗାରେ ଏପର୍ଯ୍ୟନ୍ତ ୭୨ ଜଣ ପ୍ରାଣ ହରାଇଲେଣି । ମୃତକଙ୍କ ମଧ୍ୟରେ ଭାରତୀୟ ମଧ୍ୟ ରହିଛନ୍ତି । ବାଛି ବାଛି ଭାରତୀୟଙ୍କ ଦୋକାନ ଲୁଟ୍ ହେଉଛି । ଭାରତୀୟ ସମ୍ପତ୍ତି ଉପରେ ହମଲା ହେଉଛି । ଗୋଟାଙ୍ଗ୍ ଓ ନାଟାଲ ପ୍ରଦେଶ ଦଙ୍ଗା ଦ୍ୱାରା ସର୍ବାଧିକ ପ୍ରଭାବିତ । ଡରବନରେ ଲକ୍ଷାଧିକ ଭାରତୀୟ ରହୁଛନ୍ତି । ଏହି ଭାରତୀୟଙ୍କ ଘର ଓ ସମ୍ପତ୍ତି ଲୁଟ୍ ହେଉଛି । ଏକ ହିସାବ ଅନୁସାରେ କେବଳ ଡର୍ବାନରେ ୫୦ ହଜାର ବ୍ୟବସାୟିକ ସମ୍ପତ୍ତି ଲୁଟ୍ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami