ବ୍ରିଜଭୂଷଣ କିଏ,ଯାହାଙ୍କ ବିରୋଧରେ ଧାରଣାରେ ବସିଛନ୍ତି ଦେଶର ନାମିଦାମୀ କୁସ୍ତିଯୋଦ୍ଧା

Above Post Content

ବଜରଙ୍ଗ ପୁନିଆ,ବିନେଶ ଫୋଗଟ ଓ ସାକ୍ଷୀ ମଲ୍ଲିକଙ୍କ ଭଳି କୁସ୍ତିଯୋଦ୍ଧା ଜଣେ ବ୍ୟକ୍ତିଙ୍କୁ ବିରୋଧ କରି ଧାରଣାରେ ବସିଛନ୍ତି। ସେହି ବ୍ୟକ୍ତିଙ୍କ ନାମ ହେଉଛି ବ୍ରିଜଭୂଷଣ ସିଂହ। ଯିଏ ଗତ 11 ବର୍ଷ ଧରି ଭାରତୀୟ କୁସ୍ତି ମହାସଂଘର ସଭାପତି ଅଛନ୍ତି। ତାଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ରହିଛି। କିନ୍ତୁ ବିଜେପି ନିଜର ଏହି ସାଂସଦଙ୍କୁ ହଟାଇବାର ନାମ ନେଉନାହିଁ। ଏହା ଭିତରେ ଖେଳାଳୀ ସୁପ୍ରିମକୋର୍ଟରେ ପହଂଚି ସାରିଲେଣି। ତେବେ କିଏ ଏହି ବ୍ରିଜଭୂଷଣ ଯାହାଙ୍କୁ ବିଜେପି ଛୁଇଁବାକୁ ଚାହୁଁନାହିଁ।

ଏସପିଙ୍କ ମୁଣ୍ଡରେ ଲଗାଇଥିଲେ ପିସ୍ତଲ

After 2nd paragraph post ads

ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଜଣଏ କଂଗ୍ରେସ ନେତା ଥିଲା। ନାମ ଥିଲା ଚନ୍ଦ୍ରଭାନ ସିଂହଚନ୍ଦ୍ରଭାନଙ୍କ ପରିବାରରେ 1957 ମସିହାରେ ବ୍ରିଜଭୂଷଣଙ୍କ ଜନ୍ମକଲେଜ ଦିନରୁ ସେ ଛାତ୍ର ରାଜନୀତିରେ ସକ୍ରୀୟ ଥିଲେକଲେଜରେ ପଢିବା ସମୟରେ ସେ ହ୍ୟାଣ୍ଡଗ୍ରେନେଡ୍ ମାଡ଼ କରି ଚର୍ଚ୍ଚାକୁ ଆସିଥିଲେ1987 ମସିହାରେ ଗୋଣ୍ଡା ଜିଲ୍ଲାର ଆଖୁ ଡାଇରେକ୍ଟରି ନିର୍ବାଚନ ପାଇଁ ବ୍ରିଜଭୂଷଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତତ୍କାଳୀନ ଜିଲ୍ଲା ଏସପି ତାଙ୍କୁ ନିଜ ଅଫିସକୁ ଡାକି ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାକୁ କହିଥିଲେ। ଏହା ସହିତ ସେ ତାଙ୍କୁ ଗାଳି କରିଥିଲେ। ବ୍ରିଜଭୂଷଣ ପାଲଟା ଏସପିଙ୍କୁ ଗାଳି କରିବା ସହିତ ତାଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଦେଇଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ମୋତେ ଏସପି ଥରେ ଗାଳି କରିଥିଲେ ମୁଁ ତାଙ୍କୁ 2ଶହ ଥର ଗାଳି କରି ସେଠାରୁ ଆସିଥିଲି।

ହତ୍ୟା କଥା ଇଣ୍ଟରଭ୍ୟୁରେ ମାନିଥିଲେ

Middle post content

କେବଳ ଏତିକି ନୁହେଁ ଗୋଟିଏ ସାକ୍ଷାତକାରରେ ସେ ମାନିଥିଲେ ଯେ, ଜଣେ ବ୍ୟକ୍ତିକୁ ସେ ହତ୍ୟା କରିଛନ୍ତି। ସାକ୍ଷାତକାରରେ ସେ କହିଥିଲେ ଯେ, ମୋ ବନ୍ଧୁ ରବିନ୍ଦ୍ର ସିଂହକୁ ଯିଏ ମାରିଥିଲା ମୁଁ ତାକୁ ଗୁଳି କରି ହତ୍ୟା କରିଥିଲି। ଏହି ଘଟଣା 1983 ମସିହାରେ ଘଟିଥିଲା। ସେ ନିଜର ଦୁଇ ବନ୍ଧୁ ରବିନ୍ଦ୍ର ଓ ଅବଧେଶଙ୍କ ସହିତ କୌଣସି ଏକ ସ୍ଥାନକୁ ଯାଇଥିବା ବେଳେ ସେଠାରେ ଗଣ୍ଡୋଗୋଳ ହୋଇଥିଲା। ଯେଉଁଥିରେ ରବିନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ବ୍ରିଜଭୂଷଣଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିଲା।

ବାବ୍ରି ମସଜିଦ୍ ଭାଙ୍ଗିବା ପାଇଁ ଦେଇଥିଲେ କୋଦାଳ,ବେଲଚା

1992 ଡିସେମ୍ବର 6 ତାରିଖ ଦିନ ବାବ୍ରି ମସଜିଦ୍ ଭାଙ୍ଗିବା ପାଇଁ ସେ କୋଦାଳ,ବେଲଚା ଯୋଗାଇ ଦେଇଥିଲେ ବୋଲି ମଧ୍ୟ ସ୍ୱୀକାର କରିଛନ୍ତି। ତାଙ୍କ ଅନୁସାରେ କରସେବକ ଉତ୍ତେଜିତ ଥିଲେ କିନ୍ତୁ ମସଜିଦ ଭାଙ୍ଗିବା ପାଇଁ ସେମାନଙ୍କ ପାଖରେ କୌଣସି ସାଜ ସାମାନ ନଥିଲା। ଏହି ସମୟରେ ଗୋଟିଏ ଦୋକାନ ଭାଙ୍ଗି ବେଲଚା,କୋଦାଳ ସେ ଯୋଗାଇ ଦେଇଥିଲେ। ଅବଶ୍ୟ ତାଙ୍କ କହିବା ଥିଲା ମସଜିଦ୍ ମୁଁ ଭାଙ୍ଗିନଥିଲି କିନ୍ତୁ ସେଠାରେ ରାତି 10 ପର୍ଯ୍ୟନ୍ତ ଥିଲି। ତାଙ୍କ ବିରୋଧରେ ମାମଲା ଚାଲିଥିଲା କିନ୍ତୁ 2020ରେ ଅଦାଲତ ତାଙ୍କୁ ଖଲାସ କରିଦେଇଥିଲା।।

50 କଲେଜ୍,ସ୍କୁଲ ମାଲିକ

ବ୍ରିଜଭୂଷଣଙ୍କ ଅନୁସାରେ ତାଙ୍କ ଚଳନ୍ତି ଅଚଳନ୍ତି ସମ୍ପତ୍ତିର ମୂଲ୍ୟ ହେଉଛି 10 କୋଟି ଓ ପତ୍ନୀଙ୍କ ନାମରେ ଅଛି 6 କୋଟି ଟଙ୍କାର ସମ୍ପତ୍ତି। କିନ୍ତୁ କୁହାଯାଏ ଯେ, ନିଜ ଅଂଚଳରେ ତାଙ୍କର 50ରୁ ଶହେ କଲେଜ୍ ଓ ସ୍କୁଲ ଅଛି। ଏହି ସ୍କୁଲ ଓ କଲେଜରୁ ସେ ମୋଟା ଆୟ କରିଥାନ୍ତି।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami