ଆପଣଙ୍କ ପାଇଁ କେଉଁ ମ୍ୟୁଚୁଆଲ ଫଣ୍ଡ୍ ଠିକ୍ ?

Above Post Content

ମ୍ୟୁଚୁଆଲ ଫଣ୍ଡ୍ ଧିରେ ଧିରେ ଭାରତରେ ଲୋକପ୍ରିୟ ହେବାରେ ଲାଗିଛିମ୍ୟୁଚୁଆଲ ଫଣ୍ଡ୍ ନିବେଶର ଏପରି ଏକ ତରିକା ଯେଉଁଥିରେ ଜଣେ ଏକକାଳୀନ କିମ୍ବା ମାସିକ ନିବେଶ କରିପାରିବେ ଲମ୍ବା ଅବଧିରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ଦ୍ୱାର ଭଲ ରିଟର୍ଣ୍ଣ ମିଳିଥାଏ ସେୟାର ମାର୍କେଟରେ ସିଧାସଳଖ ନିବେଶ କରିବାର ଅଭିଜ୍ଞତା ନଥିବା ଜଣେ ବ୍ୟକ୍ତି ଏଥିରେ ନିବେଶ କରିପାରିବେମ୍ୟୁଚୁଆଲ ଫଣ୍ଡ୍ ଅନେକ ପ୍ରକାରର ହୋଇଥାଏ । ତେଣୁ ମ୍ୟୁଚୁଆଲ ଫଣ୍ଡରେ ପ୍ରଥମ ଥର ନିବେଶ କରୁଥିବା ଜଣେ ବ୍ୟକ୍ତିଙ୍କ ପାଇଁ ସଠିକ ମ୍ୟୁଚୁଆଲ ଫଣ୍ଡ୍ ବାଛିବା କଠିନ ହୋଇଥାଏ । ଆସନ୍ତୁ ଜାଣିବା କେମିତି ଆପଣ ନିଜ ପାଇଁ ଠିକ୍ ମ୍ୟୁଚୁଆଲ ଫଣ୍ଡ୍ ବାଛିବେମ୍ୟୁଚୁଆଲ ଫଣ୍ଡରେ ଆପଣ ନିଜ ରିସ୍କ ସମ୍ଭାଳି ପାରିବା କ୍ଷମତା ଆଧାରରେ ହିଁ ନିବେଶ କରିବା ଆବଶ୍ୟକ

ଇକ୍ୟୁଟି ଓ ELSS ଫଣ୍ଡ୍ କ’ଣ ?

After 2nd paragraph post ads

ଇକ୍ୟୁଟି ବା ଅଂଶଧନ ହେଉଛି ଗୋଟିଏ କମ୍ପାନୀରେ କରାଯାଇଥିବା ନିବେଶ । ଇକ୍ୟୁଟି ଫଣ୍ଡସ ଏଭଳି ମ୍ୟୁଚୁଆଲ ଫଣ୍ଡ ଯାହାର ଅତିକମରେ ୬୫ ପ୍ରତିଶତ ନିବେଶ ଇକ୍ୟୁଟି ବା ତା’ ସହିତ ସମ୍ପର୍କିତ ଇନଷ୍ଟ୍ରୁମେଣ୍ଟରେ ନିବେଶ କରାଯାଏ । ଏପରିକି ୧୦୦ ପ୍ରତିଶତ ନିବେଶ ମଧ୍ୟ ଇକ୍ୟୁଟିରେ ହୋଇଥାଏ । ବଜାରରେ ଉତଥାନ ପତନର ସବୁଠାରୁ ଅଧିକ ପ୍ରଭାବ ଇକ୍ୟୁଟି ଫଣ୍ଡ ଉପରେ ପଡ଼ିଥାଏ । ଲମ୍ବା ଅବଧି ପାଇଁ ଏଭଳି ଫଣ୍ଡରେ ନିବେଶ କରି ଭଲ ଆୟ କରାଯାଇପାରେ । ବଜାରର ଉତ୍ଥାନ ପତନରୁ ବଂଚିବା ପାଇଁ ଆପଣଙ୍କୁ ଅତିକମରେ ଇକ୍ୟୁଟି ଫଣ୍ଡରେ ତିନି ବର୍ଷ ପାଇଁ ନିବେଶ କରିବାକୁ ପଡ଼ିବଇଏଲଏସଏସ ବା ଇକ୍ୟୁଟି ଲିଙ୍କଡ୍ ସେଭିଂସ ସ୍କିମ୍ ଏହାର ସବ୍ କ୍ୟାଟେଗୋରି ହୋଇଥେ । ଯେଉଁଥିରେ ନିବେଶ ଆୟକର ରିହାତି ଦେଇଥାଏ । ତେବେ ଏହାର ଲକ୍ ଇନ୍ ପିରିୟଡ ୩ ବର୍ଷ ହୋଇଥାଏ ।

ଡେଟ୍ ଫଣ୍ଡ୍

Middle post content

ଡେଟ୍ ଫଣ୍ଡ କି୍ମବା ଡେଟ୍ ଓରିଏଣ୍ଟେଡ୍ ଏମଏଫ୍ ସ୍କିମରେ ଅତିକମରେ ୬୫ ପ୍ରତିଶତ ନିବେଶ ଡେଟ୍ ସିକ୍ୟୁରିଟି ବା ଡେଟ୍ ରିଲେଟେଡ୍ ଇନଷ୍ଟ୍ରୁମେଣ୍ଟସରେ ହୋଇଥାଏ । ଏହାକୁ ମଧ୍ୟ ଶତ ପ୍ରତିଶତ ବଢ଼ା ଯାଇପାରେ । ବଜାରର ପ୍ରଭାବ ଏଭଳି ଫଣ୍ଡ୍ ଉପରେ କମ ପଡ଼ିଥାଏ । ତେଣୁ ଏହାକୁ ସୁରକ୍ଷିତ ବୋଲି ମନେ କରାଯାଏ । ସାଧାରଣତଃ ଡେଟ୍ ଫଣ୍ଡରେ ୧ରୁ ତିନି ବର୍ଷ ପାଇଁ ନିବେଶ କରାଯାଇଥାଏ ।

ଲିକ୍ୟୁଇଡ୍ ଫଣ୍ଡ୍

ଲିକ୍ୟୁଇଡ୍ ଫଣ୍ଡ୍ ମଧ୍ୟ ଡେଟ୍ ଫଣ୍ଡ୍ କ୍ୟାଟେଗୋରିରେ ଆସିଥାଏ । ଏହାର ପୋର୍ଟଫୋଲିଓରେ ବହୁତ କମ ମ୍ୟଚୁରିଟି ପିରିୟଡ ବିଶିଷ୍ଟ ଇନଷ୍ଟ୍ରୁମେଣ୍ଟ ରହିଥାଏ ୧ରୁ ୬୦ ଦିନ ପାଇଁ ଏଭଳି ଫଣ୍ଡରେ ନିବେଶ କରିବା ଉତ୍ତମ । ଏହି ଫଣ୍ଡ୍ ମାନଙ୍କ ନେଟ୍ ଆସେଟ୍ ଭ୍ୟାଲୁ ବା ନାଭ୍ ଶନିବାର ଓ ରବିବାର ଦିନ ମଧ୍ୟ ନିର୍ଧାରିତ ହୋଇଥାଏ । ଅର୍ଥାତ ଆପଣ ଛୁଟି ଦିନ ମଧ୍ୟ ଏହି ଫଣ୍ଡରୁ ଟଙ୍କା ଉଠାଇ ପାରିବେଓଭରନାଇଟ୍ ଫଣ୍ଡ୍ ମଧ୍ୟ ଡେଟ୍ ଫଣ୍ଡରେ ଆସିଥାଏ

ହାଇବ୍ରିଡ୍ ଫଣ୍ଡ୍

ହାଇବ୍ରିଡ୍ ଫଣ୍ଡସ ଡେଟ୍ ଓ ଇକ୍ୟୁଟି ଭଭୟରେ ନିବେଶ କରିଥାଏ । ଏଥିରେ ବିପଦ କମ ଥାଏ ଓ ରିଟର୍ଣ୍ଣ ଭଲ ଆସିଥାଏ । ଯଦି ଆପଣ ଇକ୍ୟୁଟି ଜରିଆରେ ନିଜ ସମ୍ପତି ବୃଦ୍ଧି କରିବାକୁ ଚାହାନ୍ତି ,ଫିକ୍ସଡ୍ ଇନକମରେ ସ୍ଥିରତା ଚାହାନ୍ତି ଓ ବଜାରର ଉତ୍ଥାନ ପତନରୁ ସୁରକ୍ଷା ଚାହାନ୍ତି ତେବେ ହାଇବ୍ରିଡ୍ ଫଣ୍ଡରେ ନିବେଶ କରିପାରିବେ । କାରଣ ଏହି ଫଣ୍ଡ ବାଲାନ୍ସ ରଖିଥାଏ । କିଛି ନିବେଶ ଇକ୍ୟୁଟିରେ ଓ କିଛି ଡେଟ୍ ଫଣ୍ଡରେ ହେଉଥିବାରୁ ଉଭୟ ମଧ୍ୟରେ ସମାନତା ରହିଥାଏ । ଫଳରେ ବଜାରର ଅଧିକ ପ୍ରଭାବ ପଡ଼ିନଥାଏ । ଗୋଟିଏରେ କ୍ଷତି ହେଲେ ଆରଟି ଭରଣ କରିଥାଏ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami