![Above Post Content](https://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ସୁଦିପ୍ତୋ ସେନଙ୍କ ନିର୍ଦ୍ଦେଶିତ ଦି କେରଲା ଷ୍ଟୋରିର ଟ୍ରେଲର ରିଲିଜ୍ ହେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଫିଲ୍ମକୁ ବ୍ୟାନ୍ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି। କଂଗ୍ରେସ ଓ କମ୍ୟୁନିଷ୍ଟ୍ ଦଳଙ୍କ ସହିତ ଇଣ୍ଡିଆନ୍ ମୁସଲିମ୍ ଲିଗ୍ ଏହି ଫିଲ୍ମକୁ ପ୍ରତିବନ୍ଧିତ କରିବାକୁ ଦାବି କରିଛି। ତେବେ କଣ ପାଇଁ ଏହି ଫିଲ୍କୁ ବିରୋଧ କରାଯାଉଛି।
ଟ୍ରେଲରରୁ କାହାଣୀର ଆଭାସ
![After 2nd paragraph post ads](https://risingodisha.in/wp-content/uploads/2023/08/728.jpg)
ଟ୍ରେଲରରୁ ଯେତିକି ଜଣା ପଡ଼ୁଛି ଏହି ଫିଲ୍ମର କାହାଣୀ ଏମିତି 4 ଜଣ ହିନ୍ଦୁ ଝିଅଙ୍କ ଉପରେ ଆଧାରିତ ଯେଉଁମାନଙ୍କୁ ପ୍ରେମ ଜାଲରେ ପକାଇ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯାଉଛି। ଧର୍ମ ପରିବର୍ତ୍ତନ ପରେ ଏହି ଝିଅମାନଙ୍କୁ ଇସଲାମିକ୍ ଷ୍ଟେଟ୍ ଭଳି ଜିହାଦୀ ସଂଗଠନ ପାଇଁ କାମ କରିବାକୁ ବାଧ୍ୟ କରାଯାଉଛି। ଫିଲ୍ମର ଟ୍ରେଲରରେ ଦାବି କରାଯାଇଛି ଯେ, ଏହା ଏଭଳି 32 ହଜାର ଝିଅଙ୍କ ଜୀବନ ଉପରେ ଆଧାରିତ ଯେଉଁମାନେ ଧର୍ମ ପରିବର୍ତ୍ତନ ପରେ ଗାଏବ ହୋଇଯାଇଛନ୍ତି। ସୂଚନାଯୋଗ୍ୟ ଯେ, କେରଳର କିଛି ଧର୍ମାନ୍ତରିତ ହିନ୍ଦୁ ଝିଅ ସିରିଆ ଓ ଆଫଗାନିସ୍ତାନରେ ଇସଲାମିକ ଷ୍ଟେଟ୍ ଲାଗି ଲଢୁଥିବା ପ୍ରମାଣ ମିଳିଥିଲା। ଏହି ଫିଲ୍ମ ସେହି ଝିଅମାନଙ୍କ ଉପରେ ଆଧାରିତ। ଉଲ୍ଲେଖନୀୟ ଯେ, ମେ 5 ତାରିଖ ଦିନ ଫିଲ୍ମଟି ରିଲିଜ୍ ହେଉଛି।
ନିର୍ମାତା କଣ କହୁଛନ୍ତି
![Middle post content](https://risingodisha.in/wp-content/uploads/2023/08/website-1-e1691833471554.jpg)
ଫିଲ୍ମର ନିର୍ମାତା ବିପୁଲ ସାହଙ୍କ ଅନୁସାରେ ଫିଲ୍ମ ଏଭଳି 4 ଜଣ ଝିଅଙ୍କ ଉପରେ ଆଧାରିତ ଯେଉଁମାନେ ଧର୍ମ ପରିବର୍ତ୍ତନ ପରେ ସିରିଆ ଯାଉଛନ୍ତି। ସେଠାରେ ପହଂଚିବା ପରେ ସେମାନେ ଅନୁଭବ କରୁଛନ୍ତି ଯେ, ଧର୍ମ ପରିବର୍ତ୍ତନ କରିବା ଭୁଲ ଥିଲା। ଏହାପରେ ସେମାନେ ସେଠାରୁ କେମିତି ବାହାରି ଆସୁଛନ୍ତି ତାହା ଫିଲ୍ମର କାହାଣୀ। ଫିଲ୍ମ ତିଆରି କରିବା ପାଇଁ ଆମେ ଏଭଳି 100 ଝିଅଙ୍କୁ ଭେଟିଥିଲୁ। ଯେଉଁମାନଙ୍କ ଧର୍ମ ପରିବର୍ତ୍ତନ କରାଯାଇଥିଲା। ଆମେ ସଚୋଟତାର ସହିତ ଗୋଟିଏ କାହାଣୀ କହିବାକୁ ଚେଷ୍ଟା କରିଛୁ।
ଲଭ୍ ଜିହାଦ ଏକ ରାଜନୈତିକ ଶବ୍ଦ
ଏହି ଫିଲ୍ମ ଦକ୍ଷୀଣପନ୍ଥୀଙ୍କ ଲଭ୍ ଜିହାଦ୍ ପ୍ରସଙ୍ଗକୁ ହାୱା ଦେଉଛି ବୋଲି ହେଉଥିବା ଅଭିଯୋଗ ଉପରେ ବିପୁଲଙ୍କ କହିବା ହେଉଛି ଲଭ୍ ଜିହାଦ ଏକ ରାଜନୈତିକ ଶବ୍ଦ। ଆମ ଫିଲ୍ମ ପୀଡିତାଙ୍କ ଜୀବନ ାକହାଣୀ। ଆମେ ସତ୍ୟ ଦେଖାଉଛୁ। ଏବେ ଆପଣ ଏଥିପାଇଁ କଣ ଶବ୍ଦ ବ୍ୟବହାର କରୁଛନ୍ତି ତାହା ଆପଣଙ୍କ ଉପରେ ନିର୍ଭର କରେ। ପରଦା ଉପରେ ଏଭଳି କାହାଣୀ ଦେଖାଇବା ଠିକ୍ କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ତେଣୁ ଏହାକୁ ନେଇ ଫିଲ୍ମ କରିବା ଉଚିତ ନୁହେଁ। ଏହା ଦ୍ୱାରା ସାମ୍ପ୍ରଦାୟୀକ ସଦଭାବନା ବିଗିଡିବ। ଯେତେବେଳେ ଅପରାଧୀ ମାନେ ଏଭଳି କରୁଛନ୍ତି ସେତେବେଳେ ସେମାନେ ସାମ୍ପ୍ରଦାୟୀକ ସଦଭାବନା କଥା ଚିନ୍ତା କରୁଛନ୍ତି। ସମ୍ବେଦନଶୀଳତା ଏକପାଖିଆ ହେବା ଠିକ୍ ନୁହେଁ। ଏହା ଦୁଇ ପାଖିଆ ହେବା ଆବଶ୍ୟକ।
ହିନ୍ଦୁ ମାନେ ଯେମିତି ସତୀ ପ୍ରଥା ବିରୋଧରେ ଆନ୍ଦୋଳନ କରି ତାକୁ ଲୋପ କରିଥିଲେ ସେମିତି ମୁସଲମାନଙ୍କୁ ମଧ୍ୟ ଆଗକୁ ଆସିବାକୁ ପଡ଼ିବ ବୋଲି ସେ କହିଛନ୍ତି।
![Below Post Content](https://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)