ମ୍ୟୁଚୁଆଲ ଫଣ୍ଡର ୧୫ *୧୫ *୧୫ ନିୟମ କ’ଣ ? ଯାହା ୫୦ ବର୍ଷ ବୟସରେ ଆପଣଙ୍କୁ ଦେବ ୧୦ କୋଟି ଟଙ୍କା…*

Above Post Content

ଯଦି କେହି ଆପଣଙ୍କୁ କୁହେ ଯେ, ପ୍ରତି ମାସରେ ୧୫ ହଜାର ଟଙ୍କା ନିବେଶ କରିଲେ ସହଜରେ ୧୦ କୋଟିର ଫଣ୍ଡ୍ ତିଆରି କରିହେବ ତେବେ ଆପଣ ଏହାକୁ ମାତ୍ର ଏକ ଉଦାହରଣ ଭାବେ ନେବେ । ଏହାକୁ ଗମ୍ଭୀରତାର ସହ ନେବେ ନାହିଁ । କିନ୍ତୁ ଯଦି ନିବେଶର ସଠିକ ନିୟମକୁ ଅନୁସରଣ କରାଯାଏ ତେବେ ମାସିକ ୧୫ ହଜାର ଟଙ୍କା ନିବେଶ ଦ୍ୱାରା ଆପଣ ୧୦ କୋଟି ଟଙ୍କାର ଫଣ୍ଡ୍ ତିଆରି କରିପାରିବେ । ମ୍ୟୁଚୁଆଲ ଫଣ୍ଡ ନିବେଶରେ ଏହାକୁ ୧୫ ଗୁଣନ ୧୫ ଗୁଣନ ୧୫ ନିୟମ ବୋଲି କୁହାଯାଏ । ଆସନ୍ତୁ ଜାଣିବା କ’ଣ ସେହି ନିୟମ ଯାହାଦ୍ୱାରା ମାସକୁ ୧୫ ହଜାର ଟଙ୍କା ନିବେଶ ଦ୍ୱାରା ୧୦ କୋଟିର ଫଣ୍ଡ୍ ତିଆରି କରିହେବ ।

୧୫ ୧୫ ୧୫ ନିୟମ କ’ଣ ?

After 2nd paragraph post ads

ଆପଣ ଦେଖି ପାରୁଥିବେ ଯେ, ଏହି ନିୟମରେ ତିନି ଥର ୧୫ ଲେଖା ଯାଇଛି । ଯାହା ଗ୍ରୋଥ ରେଟ୍ (ଅଭିବୃଦ୍ଧି ହାର), ନିବେଶ ସମୟସୀମା, ଓ ମାସିକ ନିବେଶ ଟଙ୍କାକୁ ଇଂଗିତ କରୁଛି । ଯଦି ଆପଣ ବାର୍ଷିକ ୧୫ ପ୍ରତିଶତ ରିଟର୍ଣ୍ଣ ପାଇବା ପାଇଁ ଚାହୁଁଛନ୍ତି ତେବେ ୧୫ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୧୮୦ ମାସ ପର୍ଯ୍ୟନ୍ତ ମାସିକ ୧୫ ହଜାର ଟଙ୍କା ମ୍ୟୁଚୁଆଲ ଫଣ୍ଡରେ ଲଗାଇବାକୁ ପଡିବ । ଏଥିରେ ଆପଣ ଆରାମରେ କୋଟିପତି ବନି ପାରିବେ । ଏହାହିଁ ହେଉଛି ୧୫ ୧୫ ୧୫ର ଫର୍ମୁଲା । ଯଦି ଆପଣ ୧୫ ବର୍ଷ ପର୍ଯ୍ୟନ୍ତ ମାସକୁ ୧୫ ହଜାର ଟଙ୍କା ନିବେଶ କରନ୍ତି ତେବେ ମୋଟ ୨୭ ଲକ୍ଷ ଟଙ୍କା ଜମା କରିପାରିବେ । ଏହି ଜମା ରାଶି ଉପରେ ଆପଣଙ୍କୁ ୭୩ ଲକ୍ଷ ଟଙ୍କାର ଲାଭ ମିଳିବ । ଏହିଭଳି ଭାବେ ଆପଣଙ୍କ ହାତରେ ୧ କୋଟି ଟଙ୍କା ରହିବ ।

୧୫ ପ୍ରତିଶତର ବାର୍ଷିକ ରିଟର୍ଣ୍ଣ କଥା ଶୁଣିବା ବେଳକୁ ଅବିଶ୍ୱସନୀୟ ଲାଗୁଥାଇ ପାରେ । କିନ୍ତୁ ଏହା ଅସମ୍ଭବ ନୁହେଁ । ଲମ୍ବା ଅବଧି ଯାଏଁ ଯଦି ଆପଣ ନିବେଶ ଜାରି ରଖିବେ ତେବେ ଅତି ସହଜରେ ୧୨ ପ୍ରତିଶତର ରିଟର୍ଣ୍ଣ ପାଇ ପାରିବେ ।

୨୦ ବର୍ଷରେ ନିବେଶ, ୩୫ ବର୍ଷରେ କୋଟିପତି

Middle post content

ଯଦି ଏହି ଫର୍ମୁଲାକୁ ବ୍ୟବହାର କରି ଆପଣ ୨୦ ବର୍ଷ ବୟସରୁ ମାସିକ ୧୫ ହଜାର ଟଙ୍କା ନିବେଶ କରନ୍ତି ତେବେ ୧୫ ପ୍ରତିଶତ ରିଟର୍ଣ୍ଣ ସହିତ ୩୫ ବର୍ଷ ବେଳକୁ ଆପଣଙ୍କ ପାଖରେ ଥିବ ଏକ କୋଟିରୁ ଅଧିକ । ଅର୍ଥାତ ୩୫ ବର୍ଷ ବୟସରେ ଆପଣ କୋଟିପତି ପାଲଟିଯିବେ । ଯଦି ଆପଣ ୨୫ ବର୍ଷ ବୟସରେ ଏହି ଫର୍ମୁଲାକୁ ଆପଣାନ୍ତି ତେବେ ୪୦ ହେଲାବେଳକୁ ଆପଣ କୋଟିପତି ହୋଇ ସାରିଥିବେ । ଫଳରେ ଆପଣଙ୍କ ପାଇଁ ସ୍ୱପ୍ନର ଗାଡି ଓ ଘର ଆଉ ସ୍ୱପ୍ନ ହୋଇ ରହିବ ନାହିଁ ।

୧୦ କୋଟି କେମିତି ପାଇବେ ?

ଏହି ଫର୍ମୁଲାକୁ ଆପଣାଇ ଆପଣ ମଧ୍ୟ ୧୦ କୋଟି ଟଙ୍କା ଆୟ କରିପାରିବେ । ଏଥିପାଇଁ ବାସ ଆପଣଙ୍କୁ ନିବେଶ ଅବଧି ବଢାଇବାକୁ ପଡିବ । ୧୫ ବର୍ଷ ବଦଳରେ ଆପଣଙ୍କୁ ୩୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ ପଡିବ । ଯଦି ଆପଣ ୩୦ ବର୍ଷ ପର୍ଯ୍ୟନ୍ତ ମାସକୁ ୧୫ ହଜାର ଟଙ୍କା ନିବେଶ ଜାରି ରଖନ୍ତି ତେବେ ୩୦ ବର୍ଷ ପରେ ଆପଣଙ୍କ ପାଖରେ ୧୦ କୋଟି ଟଙ୍କାର ଫଣ୍ଡ ରହିବ । ବର୍ତ୍ତମାନ ସମୟରେ ମ୍ୟୁଚୁଆଲ ଫଣ୍ଡ୍ ବର୍ଷକୁ ୧୫ ପ୍ରତିଶତ ରିଟର୍ଣ୍ଣ ଦେଉଛନ୍ତି । ଏମିତିରେ ୩୦ ବର୍ଷ ଧରି ଯଦି ଆପଣ ମାସକୁ ୧୫ ହଜାର ଟଙ୍କା ସିପ୍ କରିବେ ତେବେ ୧୫ ପ୍ରତିଶତ ରିଟର୍ଣ୍ଣ ହିସାବରେ ଆପଣଙ୍କୁ ମିଳିବ ୧୦ କୋଟି ୫୧ ଲକ୍ଷ ୪୭ ହଜାର ୩୦୯ ଟଙ୍କା । ୨୦ ବର୍ଷ ବୟସରୁ ମାସିକ ୧୫ ହଜାର ଟଙ୍କା ସିପ୍ କଲେ ଆପଣ ୩୦ ବର୍ଷରେ ରଖିବେ ମୋଟ ୫୪ ଲକ୍ଷ ଟଙ୍କା । ୧୫ ପ୍ରତିଶତ ରିଟର୍ଣ୍ଣ ହିସାବରେ ଏହି ୫୪ ଲକ୍ଷ ଉପରେ ଆପଣ ୯ କୋଟି ୪୬ ଲକ୍ଷ ପାଇବେ । ଅର୍ଥାତ ମୋଟ ଆପଣ ୧୦ କୋଟି ଟଙ୍କା ପାଇବେ ।

SIPର ଫାଇଦା

ଏସଆଇପି ବା ସିପ୍ ନିବେଶର ଏଭଳ ଗୋଟିଏ ତରିକା ଯାହା ସହିତ ଚକ୍ରବୃଦ୍ଧି ହାର ଯୋଡ଼ି ହୋଇ ରହିଥାଏ । ଅର୍ଥାତ୍ ଆପଣ ଯେତେ ଅଧିକ ସମୟ ପର୍ଯ୍ୟନ୍ତ ନିବେଶ କରିବେ ଚକ୍ରବୃଦ୍ଧି ସୁଧର ଫାଇଦା ସେତେ ଅଧିକ ମିଳିବ । ଚକ୍ରବୃଦ୍ଧି ସିପର ସବୁଠାରୁ ବଡ଼ ଶକ୍ତିଶାଳୀ ଅସ୍ତ୍ର ଯାହା ବାବଦରେ ଗ୍ରାହକ ବା ପୁଂଜିନିବେଶକାରୀ ସେତେବେଳ ଅନୁଭବ କରେ ଯେତେବେଳ ପ୍ଲାନ୍ ମ୍ୟାଚୁର ହୁଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami