ବ୍ଲାକ୍ ବକ୍ସ କ’ଣ ଓ କେମିତି ବ୍ଲାକ୍ ବକ୍ସରୁ ଜଣା ପଡିଥାଏ ବିମାନ ଦୁର୍ଘଟଣାର ପ୍ରକୃତ କାରଣ..

Above Post Content

ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପରେ ଏବେ ପୁରା ଦେଶର ନଜର ବ୍ଲାକ୍ ବକ୍ସ ଫରେନସିକ ଯାଂଚ ଉପରେ । ଏହି ଯାଂଚରୁ ଜଣା ପଡିବ ସେଦିନ ପ୍ରକୃତରେ କ’ଣ ହୋଇଥିଲା ଓ କାହିଁକି ବିଶ୍ୱର ସବୁଠାରୁ ସୁରକ୍ଷିତ ବିବେଚିତ ବିମାନ ଦୁର୍ଘଟଣାର ଶିକାର ହେଲା । ତେବେ ଏହା ମଧ୍ୟରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ବିମାନରେ ଥିବା ଏହି ବ୍ଲାକ୍ ବକ୍ସ ନାମକ ଯନ୍ତ୍ର କ’ଣଆସନ୍ତୁ ଜାଣିବା ବ୍ଲାକ୍ ବକ୍ସ ବାବଦରେ..

ନାମ ବ୍ଲାକ୍ ବକ୍ସ କିନ୍ତୁ ରଙ୍ଗ ନାରଙ୍ଗୀ

After 2nd paragraph post ads

ବ୍ଲାକବକ୍ସ । ଏହାର ନାମ କେବଳ ବ୍ଲାକ ବକ୍ସ କିନ୍ତୁ ପ୍ରକୃତରେ ଏହାର କଳା ରଙ୍ଗର ହୋଇନଥାଏ । ବ୍ଲାକ ବକ୍ସ ନାରଙ୍ଗୀ ରଙ୍ଗର ହୋଇଥାଏ । ରଙ୍ଗ ନାରଙ୍ଗୀ ହେବା ପଛର କାରଣ ହେଉଛି ଦୁର୍ଘଟଣା ପରେ ଏହାକୁ ଯେମିତି ସହଜରେ ଠାବ କରିହେବ । ତେବେ ଏହାର ନାଁ ବ୍ଲାକବକ୍ସ କାହିଁକି ରହିଲା ? କାରଣ କିଛି ଲୋକଙ୍କ କହିବା ଅନୁସାରେ ଏହାର ରଙ୍ଗ ଆରମ୍ଭରୁ କଳା ରଙ୍ଗର ଥିଲା । ଆଉ କିଛି ଲୋକଙ୍କ କହିବା କଥା ଏହା ଦୁର୍ଘଟଣା ସହ ଜଡିତ ଥାଏ ତଣେୁ ଏହାକୁ ବ୍ଲାକ ବୋଲି କହୁଯାଇଥାଏ । ବିମାନ ଦୁର୍ଘଟଣାରେ ବହୁତ କମ୍ ଜିନିଷ ସୁରକ୍ଷିତ ରହିପାରେ । ତେଣୁ ଆମକୁ କିଛି ପ୍ରମାଣ ମିଳିପାରେ ନାହିଁ କି ଏହି ବିମାନ ଦୁର୍ଘଟଣା ପଛର କାରଣ କ’ଣ । ଏବଂ ଭବିଷ୍ୟତରେ ଏହିପରି ଦୁର୍ଘଟଣାକୁ କିପରି ଏଡାଇ ଦିଆଯାଇପାରିବ । ତେଣୁ ବିମାନରେ ବ୍ଲାକ ବକ୍ସକୁ ସୁରକ୍ଷିତ ଭାବରେ ରଖାଯାଇଥାଏ । ଯେପରିକି ଏହା ଯେକୌଣସି ପରିସ୍ଥିତିରେ ନଷ୍ଟ ହେବ ନାହିଁ ।

ଦୁଇଟି ଡିଭାଇସକୁ ନେଇ ବ୍ଲାକ୍ ବକ୍ସ

ଦୁଇଟି ଡିଭାଇସକୁ ନେଇ ବ୍ଲାକ୍ ବକ୍ସ । ଗୋଟିଏ ହେଉଛି FDRଅର୍ଥାତ ଫ୍ଲାଇଟ ଡାଟା ରେକଡର । ଏହି ଫ୍ଲାଇଟ ଡାଟା ରେକଡର ମଧ୍ୟମରେ ତମାମ ଯାନ୍ତ୍ରିକ ସୂଚନା ମିଳିଥାଏ । ଯେପରିକି ବିମାନ ଉଡୁଥିବା ସମୟରେ ଏହାର ଇଞ୍ଜିନ କିପରି କାମ କରିଥାଏ । ଏହାର ଏରିଓନିକ୍ କିପରି କାମ କରୁଛି । ବିମାନରେ କେତେ ପରିମାଣର ଇନ୍ଧନ ରହିଛି । ବିମାନର ସମସ୍ତ ଯାନ୍ତ୍ରିକ ସୂଚନା ଦେଇଥାଏ FDR । ଏହି ଦୁର୍ଘଟଣା ପାଇଲଟଙ୍କ ଭୁଲ ପାଇଁ ହୋଇଛି ନା କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ହୋଇଛି ତାହାର ସୂଚନା ମଧ୍ୟ ଦେଇଥାଏ FDR

Middle post content

FDRର କାମ କ’ଣ ?

FDR ମଧ୍ୟମରେ ଜଣାପଡ଼ିଥାଏ କି ଦୁର୍ଘଟଣା ସମୟରେ ବିମାନ କେତେ ଉଚ୍ଚତାରେ ଉଡୁଥାଏବିମାନର ଫ୍ଲାଇଂ ପାଥ୍ କଣ ଥିଲା । ବିମାନର ଗତି କେତେ ଥିଲା । ବିମାନର ଇଞ୍ଜିନ କାମ କରୁଥିଲା କି ନାହିଁ ତାହାର ସୂଚନା ଦେଇଥାଏ FDR । ଅର୍ଥାତ କିଛି ଯାନ୍ତ୍ରିକତ୍ରୁଟି FDR ଦ୍ୱାରା ସହଜରେ ଜାଣିହେବ ।

CVR କ’ଣ ?

ବ୍ଲାକବକ୍ସ ମଧ୍ୟରେ FDR ପରି ଆଉ ଏକ କମ୍ପୋନେଣ୍ଟ ରହିଥାଏ । ତାହା ହେଉଛି CVR । ଅର୍ଥାତ କକ୍ ପିଟ୍ ଭଏସ ରେକଡର । ଏହି CVR ମାଧ୍ୟମରେ କକ୍ ପିଟ୍ ମଧ୍ୟରେ ହୋଇଥିବା ତମାତ ଆଲୋଚନାକୁ ରେକର୍ଡ କରାଯାଇଥାଏ । ଏହାସହ ବ୍ଲାକବକ୍ସରୁ ଏହା ମଧ୍ୟ ଜଣା ପଡ଼ିବ କି ଦୁର୍ଘଟଣା ସମୟରେ କକ୍ ପିଟରେ କ’ଣ ହେଉଥିଲା । ଦୁର୍ଘଟଣା ପୂର୍ବରୁ ପାଇଲଟ କ’ଣ କମାଣ୍ଡ ଦେଇଥିଲେ । ବିମାନରେ କିଛି ତ୍ରୁଟି ଆସିବା ନେଇ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ କହିଥିଲେ କି? CVRରେ ଦୁର୍ଘଟଣା ହେବାର ଦୁଇଘଣ୍ଟା ପୂର୍ବର ସମସ୍ତ କଥାବାର୍ତ୍ତାକୁ ରେକର୍ଡ କରିଥାଏ

ବ୍ଲାକ୍ ବକ୍ସ କେମିତି ସୁରକ୍ଷିତ ରହିଥାଏ ?

ତେବେ ପ୍ରଶ୍ନ ଏବେ ଉଠୁଛି କି ଏତେ ବଡ଼ ବିମାନ ଦୁର୍ଘଟଣା ପରେ କିପରି ଏହି ବ୍ଲାକ ବକ୍ସ ସୁରକ୍ଷିତ ରହିଥାଏ । ବ୍ଲାକ ବକ୍ସ ମଧ୍ୟରେ ଥିବା ଏହି ଦୁଇଟି ଡିଭାଇସ ବିମାନର ପଛ ଭାଗରେ ଲାଗିଥାଏ । କାହିଁକି ନା ବିମାନର ପଛ ଭାଗ ସୁରକ୍ଷିତ ହୋଇଥାଏବ୍ଲାକ ବକ୍ସ ତିଆରି ହିଁ ଏଥିପାଇଁ ହୋଇଛି କି ଏହା ବଡ଼ ବଡ଼ ଦୁର୍ଘଟଣାକୁ ଯେପରି ସହି ପାରିବ ।ଏହି ବକ୍ସ ଟାଇଟାନିୟମରେ ତିଆରି ହୋଇଥାଏଏହି ବକ୍ସଟି ଚାରି ଲେୟାରରେ ତିଆରି ହୋଇଥାଏଆଲୁମିନିୟମ, ଲୁହା, ଷ୍ଟେନଲସେ୍ ଷ୍ଟିଲ, ଟାଇଟାନିୟମରେ ଏହା ତିଆରି ହୋଇଥାଏ । ଏହି ବ୍ଲାକ ବକ୍ସ ୧ ଘଣ୍ଟା ପର୍ଯ୍ୟନ୍ତ ୧୧ ହଜାର ଡିଗ୍ରୀ ତାପମାତ୍ରାକୁ ଏବଂ ଅତିକମରେ ୧୦ ଘଣ୍ଟା ପର୍ଯ୍ୟନ୍ତ ୨୫୦ ଡିଗ୍ରୀ ତାପମାତ୍ରା ସହିବାର କ୍ଷମତା ରଖିଥାଏ । ସମୁଦ୍ରରେ ଯଦି ବିମାନ ଦୁର୍ଘଟଣା ଘଟେ ।ତେବେ ୧୪ ହଜାର ଫୁଟ ଗଭୀରରେ ପାଣି ମଧ୍ୟରେ ଏହା ସୁରକ୍ଷିତ ରହିଥାଏ । ବ୍ଲାକ ବକ୍ସ ମଧ୍ୟରୁ ଏକ ଅଲଟ୍ରା ରେ’ ସାଉଣ୍ଡ ବାହାରି ଥାଏ । ୩୦ ଦିନ ପର୍ଯ୍ୟନ୍ତ ଏହି ସାଉଣ୍ଡ ବାହାରିଥାଏ । ଯାହା ଫଳରେ ବ୍ଲାକ ବକ୍ସ ଖୋଜିବାରେ ସହଜ ହୋଇଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami