ଦେବାଳିଆ ଘୋଷଣା ହେବା ପରେ କ’ଣ ହୋଇଥଏ ? କେମତି ଶୁଝା ଯାଇଥାଏ ବକେୟା ଲୋନ୍ ?

Above Post Content

ନିକଟରେ ବ୍ରିଟେନର ଏକ ଅଦାଲତ ପଳାତକ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଛି । ଅଦାଲତଙ୍କ ଏହି ଆଦେଶ ପରେ ଏସବିଆଇ ସମେତ ଅନେକ ଭାରତୀୟ ବ୍ୟାଙ୍କଙ୍କ ପାଇଁ ମାଲ୍ୟାଙ୍କ ସମ୍ପତ୍ତି ନିଲାମ କରି ନିଜ କରଜ ଆଦାୟ କରିବା ରାସ୍ତା ସଫା ହୋଇଛି । ତେବେ ଏହି ଦେବାଳିଆ ହେବା କ’ଣ ? କେମିତି ଜଣଙ୍କୁ ଦେବାଳିଆ ବୋଲି ଘୋଷଣା କରାଯାଇଥାଏ ?କେମିତି ବ୍ୟାଙ୍କ ଅନ୍ୟ କରଜଦାତା ସେହି ବ୍ୟକ୍ତିଙ୍କଠାରୁ ନିଜ ବକେୟା ଆଦାୟ କରିଥାନ୍ତି ? ଜାଣନ୍ତୁ ଦେବାଳିଆ ହେବାକୁ ନେଇ ଦେଶର ଆଇନରେ କେଉଁ ବ୍ୟବସ୍ଥା ରହିଛି ।

ଦେବାଳିଆ ହେବାର ଅର୍ଥ କ’ଣ ?

After 2nd paragraph post ads

ଜଣେ ବ୍ୟକ୍ତିଙ୍କୁ ଯେତେବେଳେ ଅଦାଲତ ଦେବାଳିଆ ବୋଲି ଘୋଷଣା କରନ୍ତି ସେତେବେଳେ ସେ ଆଇନଗତ ଭାବେ ଦେବାଳିଆ ହୁଅନ୍ତି । ବିଜୟ ମାଲ୍ୟାଙ୍କ ମାମଲାରେ ଯାହା ହୋଇଛି । ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଅନ୍ୟ କାହାରି ଲୋନ୍ ରହିଛି ଓ ସେ ଖରାପ ଆର୍ଥିକ ସ୍ଥିତି କାରଣରୁ ଲୋନ୍ ଶୁଝିବା ପାଇଁ ଅକ୍ଷମ ତେବେ ସେ ନିଜକୁ ଦେବାଳିଆ ଘୋଷଣା କରିବାକୁ ଅଦାଲତରେ ଆବେଦନ କରିପାରିବେ । ବିଜୟ ମାଲ୍ୟା ନିଜକୁ ଦେବାଳିଆ ଘୋଷଣା କରିବାକୁ ଅଦାଲତରେ ଆବେଦନ କରିଥିଲେ ।

ନିଜକୁ ଦେବାଳିଆ ଘୋଷଣା କରିବା

Middle post content

ଦେବାଳିଆ ହେବା ଏକ ଆର୍ଥିକ ସ୍ଥିତି । ଯେତେବେଳ କୌଣସି ବ୍ୟକ୍ତି କିମ୍ବା କମ୍ପାନୀ ନିଜ ଉଧାର ଓ କରଜ ଶୁଝିବାରେ ଅସମର୍ଥ ହୁଏ ସେତେବେଳେ ସେ ନିଜକୁ ଦେବାଳିଆ ଘୋଷଣା କରିପାରିବେ । ଦେଶର ଆଇନ ଅନୁସାରେ ଯଦି କୌଣସି ବ୍ୟକ୍ତି ୫ଶହ ଟଙ୍କା ମଧ୍ୟ ଶୁଝି ପାରୁ ନାହାନ୍ତି ତେବେ ଆପଣ ତାଙ୍କୁ ଦେବାଳିଆ ଘୋଷିତ କରିବାକୁ ଅଦାଲତରେ ମାମଲା ରୁଜ୍ଜ କରିପାରିବେ । ତେବେ ଏହାର ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ହୋଇଥାଏ ।

ଦେବାଳିଆ ଘୋଷିତ ହେବା ପରେ କ’ଣ ହେବ ?

ଦେବାଳିଆ ଘୋଷିତ ଜଣେ ବ୍ୟକ୍ତିଙ୍କର ଯଦି କୌଣସି ସମ୍ପତ୍ତି ଥାଏ ତେବେ ଅଦାଲତଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀ ତାକୁ ବିକ୍ରି କରି ପାରିବେ । ଏହାପରେ ବିକ୍ରି ଉପଲବ୍ଧ ଅର୍ଥକୁ କରଜଦାତାଙ୍କ ମଧ୍ୟରେ ସମାନ ଅଂଶରେ ବଣ୍ଟାଯାଇଥାଏ । ବଡ କଥା ହେଉଛି ଦେବାଳିଆ ଘୋଷିତ ହେବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ବ୍ୟାଙ୍କ କିମ୍ବା କରଜ ଦେଇଥିବା ବ୍ୟକ୍ତି ବିଶେଷାଙ୍କ ବାକି ଟଙ୍କା ଶୁଝିବାକୁ ବାଧ୍ୟ କରିପାରିବେ ନାହିଁ ।

ଯଦି ସମ୍ପତ୍ତି ନିଲାମ ହେବା ପରେ ଟଙ୍କା ବଳେ ?

ଯଦି ଦେବାଳିଆ ଘୋଷିତ ବ୍ୟକ୍ତିଙ୍କ ସମ୍ପତ୍ତି ନିଲାମ ପରେ ତାଙ୍କର ସମସ୍ତ ଋଣ ଶୁଝିବା ପରେ ମଧ୍ୟ ଯଦି ଟଙ୍କା ବଳେ ତେବେ ବାକି ଥିବା ଆୟକର ସେହି ଟଙ୍କାରେ ପୈଠ ହୋଇଥାଏ । ଏହା ପରେ ମଧ୍ୟ ଯଦି ଟଙ୍କା ବଳେ ତେବେ ତାହା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବଣ୍ଟା ଯାଇଥାଏ । ଦେଶରେ ଦେବାଳିଆ ମାମଲାର ତଦାରଖ ପାଇଁ ଅକ୍ଟୋବର ୧, ୨୦୧୬ରେ ଦେବାଳିଆ ବୋର୍ଡର ସ୍ଥାପନା ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami