ସ୍ମୋକ୍ କ୍ୟାନ୍ କ’ଣ ? ଲୋକସଭାରେ ବ୍ୟବହୃତ ହୋଇଥିବା ସ୍ମୋକ୍ କ୍ୟାନରେ କେଉଁ କେମିକାଲ ବ୍ୟବହୃତ ହୋଇଥିଲା,ଜାଣନ୍ତୁ

Above Post Content

ନୂଆଦିଲ୍ଲୀ: ଲୋକସଭା ଭିତରେ ଦର୍ଶକ ଗ୍ୟାଲେରିରୁ ଡେଇଁ ରାସାୟନିକ ପଦାର୍ଥ ସ୍ପ୍ରେ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ସଂସଦ ଉପରେ ଆକ୍ରମଣକୁ ୨୨ ବର୍ଷ ପୁରଣ ହେବା ଦିନ ଏଭଳି କାଣ୍ଡ ସଂସଦର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି । ସୂଚନାଯୋଗ୍ୟ ଯେ,ବୁଧବାର ଦିନ ଲୋକସଭା ଚାଲୁଥିବା ବେଳେ ଜଣେ ଯୁବକ ଓ ଜଣେ ମହିଳା ଗୃହ ମଧ୍ୟକୁ ଡେଇଁପଡିଥିଲେ । ସୁରକ୍ଷା କର୍ମୀମାନେ ଧରିବା ପୂର୍ବରୁ ଏକ ରାସାୟନିକ ପଦାର୍ଥ ସ୍ପ୍ରେ କରିଥିଲେ, ଯାହା ଫଳରେ ହଳଦିଆ ଧୂଆଁ ବ୍ୟାପି ଯାଇଥିଲା । ଉଭୟ ବ୍ୟକ୍ତି କ’ଣ ପାଇଁ ଏମିତି କଲେ ତାକୁ ନେଇ ତଦନ୍ତ ଜାରି ରହିଛି । ଆହୁରି ମଧ୍ୟ ବାଚସ୍ପତି ସ୍ପଷ୍ଟ କରି ସାରିଲେଣି ଯେ,ଗ୍ୟାସ ବିଷାକ୍ତ ନଥିଲା । ତେବେ ଅନୁପ୍ରବେଶକାରୀ ଯେଉଁ ଗ୍ୟାସ୍ କ୍ୟାନ୍ ବ୍ୟବହାର କରିଥିଲେ ସେହି କ୍ୟାନରେ କ’ଣ ଥିଲା ଓ ଏହା କେଉଁଥିପାଇଁ ବ୍ୟବହୃତ ହୁଏ ? ଏହି ପ୍ରଶ୍ନ ନିଶ୍ଚିତ ଭାବେ ଆପଣଙ୍କ ମନକୁ ଆସୁଥିବ । ଆସନ୍ତୁ ଜାଣିବା ଗ୍ୟାସ୍ କ୍ୟାନରେ କ’ଣ ଥାଏ ଓ ତାକୁ କ’ଣ ପାଇଁ ବ୍ୟବହାର କରାଯାଏ ।

ହଳଦିଆ ଧୂଆଁ

After 2nd paragraph post ads

ଲୋକସଭା ଭିତରେ ଅନୁପ୍ରବେଶକାରୀ କ୍ୟାନରୁ ହଳଦିଆ ଧୂଆଁ ସ୍ପ୍ରେ କରିଥିଲେ । ଏହି ଆକ୍ରମଣରେ ବ୍ୟବହୃତ ହୋଇଥିବା ସ୍ପ୍ରେ କ୍ଷତିକାରକ ନ ଥିଲା । ଅର୍ଥାତ୍ ଏଥିରୁ କୌଣସି ବିଷାକ୍ତ ଧୂଆଁ ବାହାରି ନ ଥିଲା । କେବଳ ହଳଦିଆ ଧୂଆଁ ବ୍ୟାପିଥିଲା, ଯାହା ସେଠାରେ ଉପସ୍ଥିତ ସାଂସଦମାନଙ୍କ ମଧ୍ୟରେ ଅସ୍ଥିରତା ଏବଂ ଆତଙ୍କ ସୃଷ୍ଟି କରିଥିଲା । ସାଧାରଣତଃ ଏହିପରି ଅସ୍ତ୍ରଶସ୍ତ୍ର ସ୍ମୋକ୍ ଗ୍ରେନେଡ ଭାବେ ବ୍ୟବହୃତ ହୁଏ । ସ୍ମୋକ୍ ଗ୍ରେନେଡ୍ ଏମିତିଆ ଗ୍ରେନେଡ୍ ହୋଇଥାଏ ଯାହାଦ୍ୱାରା ଧୂଆଁ ବ୍ୟାପିଥାଏ ଓ ଆଖପାଖର ଜିନିଷ ଦେଖାଯାଏ ନାହିଁ । ନିଜକୁ ଲୁଚାଇବାକୁ ସେନା କମାଣ୍ଡୋ ଓ ଆତଙ୍କବାଦୀ ଉଭୟ ଏଭଳି ଧୂଆଁ ବୋମା କିମ୍ବା ଗ୍ରେନେଡ ବ୍ୟବହାର କରିଥାନ୍ତି । ଯାହା ଏକ ପତଳା କ୍ୟାନ୍ ହୋଇଥାଏ । କ୍ୟାନ୍ ଭିତରୁ ବାଦାମୀ କିମ୍ବା ହଳଦିଆ ଧୂଆଁ ନିର୍ଗତ ହୋଇଥାଏ ।

ଧୂଆଁ ଗ୍ରେନେଡ୍ କ’ଣ?

Middle post content

ଧୂଆଁ ଗ୍ରେନେଡ୍ ସାଧାରଣତଃ ସେନା କର୍ମଚାରୀଙ୍କ ଦ୍ୱାରା ସଙ୍କେତ ବା ସିଗ୍‌ନାଲ ଦେବା ପାଇଁ ବ୍ୟବହୃତ ହୁଏ । ବିମାନ ଓ ହେଲିକପ୍ଟର ଅବତରଣ କରିବା ବେଳେ ଭୀଷଣ ଶବ୍ଦ କାରଣରୁ କିଛି ଶୁଭାଯାଏ ନାହିଁ । ଏଭଳି ପରିସ୍ଥିତିରେ ପାଇଲଟଙ୍କୁ ସଂକେତ ଦେବାକୁ ସ୍ମୋକ୍ ଗ୍ରେନେଡ୍ ବ୍ୟବହାର କରାଯାଏ । ଏହାର କାର୍ଯ୍ୟ ପଦ୍ଧତି ଗ୍ରେନେଡ ପରି, ଯେଉଁଥିରେ ଏକ ପିନ୍ ବଦଳରେ ଏକ ବାହ୍ୟ ଫ୍ୟୁଜ୍ କାମ କରିଥାଏ ।

ସେନା ମଧ୍ୟ ଏହାକୁ ବ୍ୟବହାର କରେ

ଏହି ଗ୍ରେନେଡ ବ୍ୟବହାର କରିବାର ଉଦ୍ଦେଶ୍ୟ ହେଉଛି ସେନାବାହିନୀ ଦ୍ୱାରା ଆତଙ୍କବାଦୀ ଏବଂ ଅରାଜକତତ୍ୱଙ୍କୁ ଅଟକାଇବା ଏବଂ ସେମାନଙ୍କର ଦେଖିବାରେ ବାଧା ସୃଷ୍ଟି କରିବା । ଯାହାଦ୍ୱାରା ସେମାନେ ଯେମିତି କିଛି କରିପାରିବେ ନାହିଁ ।

ଏଥିରେ କି ପ୍ରକାର ରାସାୟନିକ ପଦାର୍ଥ ରହିଥାଏ ?

ହଳଦିଆ ରଙ୍ଗ ଛାଡିବାକୁ, ଏକ ସ୍ୱତନ୍ତ୍ର ପ୍ରକାରର ଧୂଆଁ ଗ୍ରେନେଡ୍ ବ୍ୟବହୃତ ହୁଏ ଯେଉଁଥିରେ ଧଳା ଫସଫରସ୍ ଥାଏ । ଏହା ଏକ ପିରୋଫୋରିକ୍ ଏଜେଣ୍ଟ ଯାହା ମେଘ ପରି ଧୂଆଁ ଆକାରରେ ଶୀଘ୍ର ବ୍ୟାପିଥାଏ । ଏଥିରେ ଧଳା ଫସଫରସ୍ ହଳଦିଆ ଧୂଆଁ ନିର୍ଗତ କରେ ଯେଉଁଥିରେ ଧଳା ଧୂଆଁ ମଧ୍ୟ ରହିଥାଏ । ଏକ ମିନିଟ୍ ପାଇଁ ଏହି ଧୂଆଁ ବ୍ୟାପିଥାଏ । ଏଭଳି ସ୍ମୋକ୍ କ୍ୟାନର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଲୋକଙ୍କ ଆଗର ଘଟିତ ହେଉଥିବା ଦୃଶ୍ୟକୁ ଲୁଚାଇବା ଏବଂ ବିମାନ ଏବଂ ହେଲିକପ୍ଟର ପାଇଁ ସଙ୍କେତ ଭାବରେ ବ୍ୟବହାର କରିବା । କିନ୍ତୁ ଏହିପରି ଧୂଆଁ କ୍ୟାନ୍ ଅନେକ ରଙ୍ଗରେ ଆସିଥାଏ । ଏଗୁଡ଼ିକ ପର୍ବପର୍ବାଣୀ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦିରେ ମଧ୍ୟ ବ୍ୟବହୃତ ହୁଏ । ଅସ୍ତ୍ରଶସ୍ତ୍ର ଶ୍ରେଣୀରେ ଆସୁ ନ ଥିବାରୁ ଏଭଳି ସ୍ମୋକିଂ କ୍ୟାନ ସହଜରେ ମିଳିଯାଇଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami