ଆଫଗାନିସ୍ତାନରେ ISI ମୁଖ୍ୟଙ୍କ ଉପସ୍ଥିତିର ଅର୍ଥ କ’ଣ ? ଭାରତ ପାଇଁ କାହିଁକି ଏହା ଶୁଭଙ୍କର ନୁହେଁ ?

Above Post Content

ତାଲିବାନ ଯେଉଁଭଳି ଭାବେ ମାତ୍ର କେଇଦିନ ମଧ୍ୟରେ ପୁରା ଆଫଗାନିସ୍ତାନକୁ ନିଜ କବଜାକୁ ନେଲା ତାହା ଆମେରିକା ସମେତ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଆମେରିକୀୟ ସେନାର ଅନୁମାନ ଥିଲା ଯେ, ଆଫଗାନିସ୍ତାନ ଉପରେ କବଜା ପାଇଁ ତାଲିବାନକୁ ଅତିକମରେ ୯୦ ଦିନ ସମୟ ଲାଗିବକିନ୍ତୁ ପେଣ୍ଟାଗନର ଅନୁମାନ ଭୁଲ ସାବ୍ୟସ୍ତ ହୋଇଥିଲା । ଏଭଳି ପରିସ୍ଥିତିରେ ତାଲିବାନର ବିଜୟ ପାଇଁ କେଉଁ କାରଣ ସବୁଠାରୁ ବଡ ଥିଲା ? ଉତ୍ତର ହେଉଛି ପାକିସ୍ତାନପାକିସ୍ତାନ ହିଁ ତାଲିବାନକୁ କେବଳ ରଣନୈତିକ ସାହାଯ୍ୟ କରୁନଥିଲା ଏହାର ସୈନିକ ମଧ୍ୟ ଆଫଗାନିସ୍ତାନରେ ତାଲିବାନ ପଟୁ ଲଢୁଥିଲେ । ଆଫଗାନିସ୍ତାନରେ ନିଜ ପସନ୍ଦର ସରକାର ଗଠନ କରିବା ହେଉଛି ପାକିସ୍ତାନର ଲକ୍ଷ୍ୟ । ରବିବାର ଦିନ ପାକ୍ ଗୁଇନ୍ଦା ଏଜେନ୍ସି ଆଇଏସଆଇ ମୁଖ୍ୟ ଲେଫ୍ଟନାଣ୍ଟ୍ ଜେରାଲ ଫୈଜ୍ ଅହମ୍ମଦ କାବୁଲରେ ପହଂଚିଛନ୍ତି । ଆଇ ଏସ ଆଇ ମୁଖ୍ୟଙ୍କ କାବୁଲରେ ପହଂଚିବା ଅର୍ଥ କ’ଣ ? କାହିଁକି ଭାରତ କହିଲା ତାଲିବାନକୁ ସାହାଯ୍ୟ କରୁଥିବା ପାକିସ୍ତାନ ଉପରେ ନଜର ରଖିବାକୁ ପଡିବ ?

ପଂଜଶୀର ଜିତିବାକୁ ଆସିଲେ ଫୈଜ୍ ?

After 2nd paragraph post ads

ପଂଜଶୀର ତାଲିବାନ ପାଇଁ ଅଭେଦ୍ୟ ଗଡ଼ ହୋଇ ରହିଛି । ୧୯୯୬ରେ ଏହା ତାଲିବାନ କବଜାକୁ ଆସିନଥିଲ କି ଏବେ ମଧ୍ୟ ଏହା ତାଲିବାନ ନିୟନ୍ତ୍ରଣରେ ନାହିଁ । ପୂର୍ବ ସରକାରର ଉପରାଷ୍ଟ୍ରପତି ତଥା କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ସେଠାରୁ ତାଲିବାନ ବିରୋଧରେ ସଂଘର୍ଷର ନେତୃତ୍ୱ ନେଉଛନ୍ତି । ପଂଜଶୀର ଉପରେ ତାଲିବାନ କବଜା କରିଥିବା ଦାବି କରୁଥିବା ବେଳେ ପଂଜଶୀର ରେସିଷ୍ଟାନ୍ସ ଫୋର୍ସର ଦାବି ଯେ, ୭ ଶହ ତାଲିବାନୀ ସୈନିକ ଯୁଦ୍ଧରେ ମରିଛନ୍ତି ଓ ହଜାରରୁ ଅଧିକ ଧରା ପଡିଛନ୍ତି । ମୃତ ତାଲିବାନୀ ଯୋଦ୍ଧାଙ୍କ ମଧ୍ୟରୁ କିଛିଙ୍କଠାରୁ ପାକ୍ ସେନାର ଆଇଡି କାର୍ଡ୍ ଜବତ କରିଥିବା ନର୍ଦ୍ଦର୍ଣ୍ଣ ଆଲାଏନ୍ସ ଦାବି କରିଛି । ଏମିତିରେ ଫୈଜ୍ ପଂଜଶୀର ଉପରେ ଆକ୍ରମଣ ଜୋରାଦାର କରିବାକୁ ଆସିଥିବା କିଛି ଅସମ୍ଭବ ନୁହେଁ ।

Middle post content

ହକ୍କାନୀ ଗ୍ରୁପକୁ କଣ୍ଟ୍ରୋଲ ଦେବାକୁ ଚାହୁଁଛି ପାକିସ୍ତାନ

ତାଲିବାନ ଅନେକ ୱାରଲର୍ଡ୍ ଓ ଗୋଷ୍ଠୀଙ୍କ ଏକ ମେଣ୍ଟ । ଏହି ମେଣ୍ଟରେ ସାମିଲ ଥିବା ହକ୍କାନୀ ନେଟୱର୍କ ପ୍ରତି ଆଇଏସଆଇର ସମର୍ଥନ ରହିଛି । ଆଇଏସଆଇ ହକ୍କାନୀ ନେଟୱର୍କର ଅନସ ହକ୍କାନୀକୁ ଆଫଗାନିସ୍ତାନର ଶାସନ ମୁଖ୍ୟ କରିବାକୁ ଚାହୁଁଛି । କାରଣ ଏମିତି ହେଲେ ତାଲିବାନ ପାକ୍ ନିୟନ୍ତ୍ରଣରେ ରହିବ । ମୁଲ୍ଲା ବରାଦରଙ୍କୁ ପାକିସ୍ତାନ ପସନ୍ଦ କରୁନାହିଁ । କାରଣ ବରଦାରଙ୍କ ଭଳି କିଛି ତାଲିବାନୀ ନେତା କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ଖେଳାଇବାକୁ ଚାହୁଁନାହାନ୍ତିକିନ୍ତୁ ହକ୍କାନୀ ଗୋଷ୍ଟୀ କାଶ୍ମୀର ମାମଲାରେ ପାକିସ୍ତାନକୁ ସମର୍ଥନ କରୁଛି । ପଂଜଶୀର ଅବଜର୍ଭର ନାମକ ୱେବସାଇଟ୍ ଅନୁସାରେ ଶନିବାର ଦିନ କିଏ ତାଲିବାନ ଓ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବ ତାକୁ ନେଇ ହକ୍କାନୀ ଓ ବରାଦରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କରେ ଉତକ୍ଷିପ୍ତ ଅନସ ହକ୍କାନୀ ବରାଦରକୁ ଗୁଳି କରି ଆହତ କରିଥିବା ଅବଜର୍ଭର ଦାବି କରିଛି । ଶନିବାରର ଏହି ଘଟଣା ଯଦି ସତ ହୋଇଥାଏ ଓ ଗୁଳିମାଡରେ ଆହତ ବରାଦର ଯଦି ପାକିସ୍ତାନକୁ ଚିକିତ୍ସା ପାଇଁ ଯାଇଥାଏ ତେବେ ଫୈଜ କାବୁଲରେ ପହଂଚିବାର ଅର୍ଥ ହେଉଛି, ହକ୍କାନୀ ଗ୍ରୁପକୁ ପୁରା କଣ୍ଟ୍ରୋଲ ଦେବା । ତାଲିବାନର ଆଉ ଜଣେ ଶକ୍ତିଶାଳୀ ବ୍ୟକ୍ତି ହେଉଛି ପ୍ରତିଷ୍ଠାତା ମୁଲ୍ଲା ଓମାରର ପୁଅ ମୁଲ୍ଲା ୟାକୁବ । କାବୁଲର ସୁରକ୍ଷା ଭାର ହକ୍କାନୀ ଗ୍ରୁପକୁ ଦିଆଯିବାକୁ ନେଇ ମୁଲ୍ଲା ୟାକୁବ ଅସନ୍ତୁଷ୍ଠ ଅଛି । ମୁଲ୍ଲା ୟାକୁବ ଓ ବରାଦର ହକ୍କାନୀ ଗ୍ରୁପକୁ ବିରୋଧ କରୁଛନ୍ତି । ଏଭଳି ପରିସ୍ଥିତିର ତାଲିବାନ ଭିତରେ ଶାନ୍ତି ପ୍ରତିଷ୍ଠା ପାଇଁ ଫୈଜ୍ ଆସିଥିବା ମଧ୍ୟ ସମ୍ଭବ ।

ଆଫଗାନିସ୍ତାନ ସେନା ଉପରେ ନଜର

ଫୈଜଙ୍କ ନଜର ଆଫଗାନିସ୍ତାନୀ ସେନା ଉପରେ ରହିଛି । ଭାରତ ଓ ଆଫଗାନ୍ ସେନା ମଧ୍ୟରେ ସମ୍ପର୍କ ଢେର ପୁରୁଣା । ପାକିସ୍ତାନ ଏକ ଇସଲାମିକ୍ ରାଷ୍ଟ୍ର ହୋଇଥିଲା ମଧ୍ୟ ଆଫଗାନୀ ସେନାର ସୈନିକ ଟ୍ରେନିଂ ପାଇଁ ଭାରତ ଆସୁଥିଲେଏବେ ପାକିସ୍ତାନ ଆଫଗାନିସ୍ତାନୀ ସେନାକୁ ଟ୍ରେନିଂ ଦେଇ ଭାରତ ବିରୋଧରେ ଛିଡା କରିବା ଚକ୍କରରେ ଅଛି । ଯାହା ଭାରତ ପାଇଁ ବିପଦ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami