ପ୍ରକୃତିର ଚମତ୍କାରିତା: ଗଛରୁ ଅନବରତ ବୋହିଚାଲିଛି ପାଣି

Above Post Content

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ସ୍ଥାନରେ ଚମତ୍କାର ଜିନିଷ ସବୁ ଦେଖିବାକୁ ମିଳୁଛି । ଯାହାକୁ ଦେଖିଲେ ବି ବିଶ୍ୱାସ କରିବା ସମ୍ଭବ ହୁଏନାହିଁ । ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ଗଛରୁ ଅନବରତ ଭାବେ ପାଣି ପ୍ରବାହିତ ହେଉଛି । ଲୋକମାନେ ଏହାକୁ ଏକ ଯାଦୁକରୀ ଗଛ ବୋଲି କହୁଛନ୍ତି । କେହି କେହି ଏହାକୁ ଚମତ୍କାର ବୋଲି କହୁଛନ୍ତି । ଏହାକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରେ ଲୋକମାନେ ଆସୁଛନ୍ତି । ମୋଣ୍ଟେନେଗ୍ରୋର ଡାଇନୋସା ଗାଁରେ ପ୍ରାୟ ୧୫୦ ବର୍ଷର ଏକ ପୁରୁଣା ମଲବେରି ଗଛ ଅଛି । ୧୯୯୦ ଦଶକରୁ ଏହି ଗଛରୁ ପାଣି ପ୍ରବାହିତ ହେଉଛି । ପ୍ରବଳ ବର୍ଷା ହେବା ମାତ୍ରେ ପାଣି ଝରଣା ଆକାରରେ ବାହାରୁଛି । ଆମେ ଜାଣୁ ଯେ, ଜୀବନ୍ତ ଗଛ ଜଳ ଉତ୍ପାଦନ କରେ ନାହିଁ । ଯେତେବେଳେ ଏହା ଉପରେ ଅନୁସନ୍ଧାନ କରାଗଲା ସେତେବେଳେ ଜାଣିବାକୁ ମିଳିଲା ଯେ, ଘାସ ଥିବା ସ୍ଥାନରେ ଏହି ଗଛଟି ବଢୁଛି । ସେଠାରେ ଅନେକ ଭୂତଳ ଝରଣା ଅଛି । ଯେତେବେଳେ ବି ପ୍ରବଳ ବର୍ଷା ହୁଏ, ସେଗୁଡ଼ିକ ପ୍ରବାହିତ ହୁଏ । ଅତିରିକ୍ତ ଚାପ ହେତୁ, ଏହି ପାଣି ଗଛର କୋରଡ଼ ଦେଇ ବାହାରିଥାଏ ।

After 2nd paragraph post ads
Middle post content

ଦୀର୍ଘ ୨୫ ବର୍ଷ ହେଲାଣି ବାହାରୁଛି ପାଣି

କେବଳ ଗୋଟିଏ କି ଦୁଇ ବର୍ଷ ନୁହେଁ, ଗତ ୨୦ରୁ ୨୫ବର୍ଷ ଧରି ଏହା ଘଟୁଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ଏହି ବୃକ୍ଷଟି ୧୫୦ ବର୍ଷର ପୁରୁଣା । ଏହା ଏକ ସମ୍ପୂର୍ଣ୍ଣ ପ୍ରାକୃତିକ ପ୍ରକ୍ରିୟା । ମଣିଷମାନେ ଏହାକୁ ନିଜେ ସୃଷ୍ଟି କରିନାହାନ୍ତି । ଭୂମିରୁ ପ୍ରାୟ ୧.୫ ମିଟର ଉଚ୍ଚତାରେ ଗଛର ଗଣ୍ଡିରୁ ପାଣି ବହିଥାଏ । ଏହା ଭଗବାନ କିମ୍ବା ପ୍ରକୃତିର ଏକ ଉପହାର । ଏଷ୍ଟୋନିଆର ତୁହାଲା ସହରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳେ, ଯେଉଁଠାରେ ଏକ ପୁରୁଣା କୂଅରୁ ପାଣି ପ୍ରବାହିତ ହୁଏ । ଏହାକୁ ଯାଦୁକର କୂଅ କୁହାଯାଏ । ଲୋକମାନେ କୁହନ୍ତି, ଯାଦୁଗରମାନେ ଏଠାରେ ଶବ୍ଦ କରନ୍ତି, ଯେଉଁ କାରଣରୁ ଏହି ବିରଳ ଘଟଣା ଦେଖାଯାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami