ଚୀନ ମିଡିଆର ଦାବି : ଋଷ ତିଆରି କରିଛି ଶତ୍ରୁ ରାଷ୍ଟ୍ରଙ୍କ ତାଲିକା

Above Post Content

ଶତ୍ରୁ ରାଷ୍ଟ୍ରଙ୍କ ସୂଚୀ ଜାରି କଲା ଋଷ । ୟୁକ୍ରେନ ସହ ଯୁଦ୍ଧକୁ ବିରୋଧ କରି କଟକଣା ଜାରି କରିଥିବା ଦେଶକୁ ମିଶାଇ ମୋଟ ୩୧ଟି ରାଷ୍ଟ୍ରର ନାମ ଘୋଷଣା କରିଛି । ଋଷ ବ୍ୟାବସାୟିକ ସଂସ୍ଥା ଏବଂ ନାଗରିକଙ୍କ ବିରୋଧରେ ଶତ୍ରୁ ଭଳି ଆଚରଣ କରୁଥିବା ୩୧ଟି ଦେଶକୁ ଶତ୍ରୁ ବୋଲି ଦର୍ଶାଇଛି । ତେବେ ଏହି ସୂଚୀରେ ଆମେରିକା, ଜାପାନ, ବ୍ରିଟେନ ଭଳି ଦେଶ ଥିବା ଦେଖାଯାଇଛି । ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, ଜାପାନ ଏବଂ ୟୁରୋପୀୟ ସଂଘରେ ସଦସ୍ୟ ଥିବା ଦେଶ ଏହି ତାଲିକାରେ ରହିଛନ୍ତି। ୟୁରୋପୀୟ ସଂଘରେ ୨୭ଟି ଦେଶ ରହିିଥିବା ବେଳେ ମୋଟ ୩୧ଟି ଦେଶକୁ ଶତ୍ରୁ ଦେଶ ତାଲିକାରେ ସାମିଲ କରିଛି ଋଷ। ଏ ନେଇ ଚୀନ ଗଣମାଧ୍ୟମ ସିଜିଟିଏନ୍ ନିଜ ରିପୋର୍ଟରେ ପ୍ରକାଶ କରିଛି

Middle post content

ଋଷ ବିରୋଧରେ ଅନେକ ପ୍ରତିବନ୍ଧକ ଲଗାଇଛି ଆମେରିକା । ରାଷ୍ଟ୍ରପତି ଜୋ ବାଇଡେନ୍ ଋଷ ରାଷ୍ଟ୍ରପତି ପୁତିନ୍ ଏବଂ ଋଷ ବୈଦେଶିକ ମନ୍ତ୍ରୀଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି । ଏହା ବ୍ୟତୀତ ସରକାରୀ ଶକ୍ତି କମ୍ପାନୀ ଏବଂ ୪ଟି ବ୍ୟାଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି । ଏହା ସହିତ ଋଷ ବିମାନ ପାଇଁ ତାହାର ଆକାଶମାର୍ଗ ମଧ୍ୟ ବନ୍ଦ କରିଛି ଆମେରିକା । ତେବେ ଏତିକିରେ ସୀମିତ ରହିନାହିଁ ଆମେରିକା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପଠାଇବା ସହ ଆର୍ଥିକ ସହାୟତା ନେଇ ମଧ୍ୟ ଘୋଷଣା କରିଛି ଆମେରିକା । ସେହିଭଳି ବ୍ରିଟେନ୍, ୟୁରୋପିଅନ୍ ୟୁନିଅନ୍ ଓ ଜାପାନ ମଧ୍ୟ ଋଷ ବିରୋଧରେ କଟକଣା ଜାରି କରିଛି ।

After 2nd paragraph post ads

ବ୍ରିଟେନ ଋଷର ସରକାରୀ ବିମାନ କମ୍ପାନୀର ଏୟାରଲିଫ୍ଟ କରିବା ନେଇ ନିଜ ଏୟାରସ୍ପେଶ୍କୁ ବନ୍ଦ କରିଦେଇଛି । ବିଟ୍ରେନ ଋଷ ର ୫ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି । ଏହା ସହିତ ପୁଟିନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ଏବଂ ତାଙ୍କ ଆକାଉଣ୍ଟସକୁ ଫ୍ରିଜ୍ କରିବା ନେଇ ମଧ୍ୟ କହିଛି । କେବଳ ଏତିକି ନୁହେଁ ଋଷ ଆରବପତିଙ୍କ ପ୍ରାଇଭେଟ ଜେଟ୍ ପ୍ଳେନ୍ ନେଇ ମଧ୍ୟ ନିଜ ଏୟାରସ୍ପେଶ୍କୁ ବନ୍ଦ କରିଛି ବ୍ରିଟେନ । ଆମେରିକା ପରି ବ୍ରିଟେନ୍ ମଧ୍ୟ ୟୁକ୍ରେନ ପାଇଁ ଅସ୍ତ୍ରଶସ୍ତ୍ର ପ୍ରେରଣ କରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami