ପଦ୍ମଶ୍ରୀ ଫେରାଇବେ ପୁଣି ଜଣେ ଖେଳାଳୀ

Above Post Content

ନୂଆଦିଲ୍ଲୀ : ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ଭାବେ ନିର୍ବାଚିତ ହେବା ପ୍ରତିବାଦରେ ଆଉ ଜଣେ ଆଥ୍‌ଲେଟ ନିଜ ପଦ୍ମଶ୍ରୀ ଫେରାଇବା ପାଇଁ ଶନିବାର ଘୋଷଣା କରିଛନ୍ତି । ବଧିର ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା କୁସ୍ତି ଯୋଦ୍ଧା ବୀରେନ୍ଦ୍ର ସିଂ ଯାଦବ ରେସ୍‌ଲରଙ୍କ ସମର୍ଥନରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ସଞ୍ଜୟ ସିଂ ନିର୍ବାଚିତ ହେବା ପରେ ଅବସର ଗ୍ରହଣ କରିଥିବା ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାକ୍ଷୀ ମଲିକଙ୍କ ପ୍ରତି ନିଜର ଦୃଢ ସମର୍ଥନ ଜାହିର କରିବା ସହିତ ପୁରସ୍କାର ଫେରାଇବେ ବୋଲି ସେ ସୋସିଆଲ ମିଡିଆ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି । ଶୁକ୍ରବାର ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ ମଧ୍ୟ ନିଜ ପୁରସ୍କାର ଫେରସ୍ତ କରିଥିଲେ । ‘ମୋ ଭଉଣୀ ଓ ଦେଶର ଝିଅଙ୍କ ସମ୍ମାନ ପାଇଁ ମୁଁ ମଧ୍ୟ ତାହା କରିବି । ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମୁଁ ଆପଣଙ୍କ ଝିଅ ତଥା ମୋ ଭଉଣୀ ସାକ୍ଷୀ ମଲିକ୍‌ଙ୍କ ପାଇଁ ଗର୍ବିତ’ ବୋଲି ବୀରେନ୍ଦ୍ର ‘ଏକ୍ସ’ରେ ଲେଖିଥିଲେ ।

Middle post content

ପୂର୍ବରୁ କୁସ୍ତିଯୋଦ୍ଧାମାନେ ପଦକ ଗଙ୍ଗାରେ ଭସାଇବାକୁ କରିଥିଲେ ଉଦ୍ୟମ

After 2nd paragraph post ads

ଏହା ସହିତ ଦେଶର ସ୍ପୋର୍ଟସ ଆଇକନ ସଚିନ ତେନ୍ଦୁଲକର ଓ ନୀରଜ ଚୋପ୍ରାଙ୍କ ପରି ଖେଳାଳିଙ୍କୁ ଏହି ଘଟଣା ଉପରେ ନିଜ ମତ ରଖିବା ପାଇଁ ସେ ଅନୁରୋଧ କରିଥିଲେ । ସେ ଉଭୟ ତେନ୍ଦୁଲକର ଓ ନୀରଜ ଚୋପ୍ରାଙ୍କୁ ଏହି ପୋଷ୍ଟରେ ଟ୍ୟାଗ ମଧ୍ୟ କରିଥିଲେ । ବୀରେନ୍ଦ୍ରଙ୍କୁ ୨୦୨୧ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହା ପୂର୍ବରୁ ୨୦୧୫ରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଗୁରୁବାର ସଞ୍ଜୟ ସିଂ ଡବ୍ଲ୍ୟୁଏଫ୍‌ଆଇ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏହା ସହିତ ଡବ୍ଲ୍ୟୁଏଫ୍‌ଆଇର ସମୁଦାୟ ୧୫ ପଦବୀ ମଧ୍ୟରୁ ୧୩ଟିରେ ବ୍ରିଜ୍‌ଭୂଷଣଙ୍କ ସମର୍ଥକ ବିଜୟୀ ହୋଇଥିଲେ । ଏହାପରେ ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ଏକ ଖବରଦାତା ସମ୍ମିଳନୀ କରିଥିଲେ । ସାକ୍ଷୀ ଅବସର ଘୋଷଣା କରିଥିବା ବେଳେ ବଜରଙ୍ଗ ଗୋଟିଏ ଦିନ ପରେ ପୁରସ୍କାର ଫେରାଇବା ପାଇଁ ଘୋଷଣା କରିଥିଲେ । ପୂର୍ବରୁ ମେ’ ୩୦ ତାରିଖରେ କୁସ୍ତିଯୋଦ୍ଧାମାନେ ନିଜର ପଦକ ଗଙ୍ଗାରେ ଭସାଇବା ପାଇଁ ଯାଇଥିବା ବେଳେ ଚାଷୀ ନେତାମାନଙ୍କ ଅନୁରୋଧ କ୍ରମେ ଏଥିରୁ ନିବୃତ୍ତ ରହିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami