ହାଡ଼ଭଙ୍ଗା ଶୀତରେ ହିମାଳୟ ଜଙ୍ଗଲରେ ୧୦ ଦିନ କାଟିଲେ ବିଦ୍ୟୁତ ଜାମୱାଲ

Above Post Content

ମୁମ୍ବାଇ: ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ଏବେ ଖୁବ୍ ଚର୍ଚ୍ଚାରେ । ସେ ତାଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ସବୁବେଳେ ତାଙ୍କ ଅଭିନୟ ଏବଂ ଷ୍ଟଣ୍ଟ୍ ପାଇଁ ଖୁବ ଲୋକପ୍ରିୟ । ଗତ ରବିବାର ଥିଲା ତାଙ୍କର ଜନ୍ମ ଦିନ । ସେ ଏହାକୁ ଏକାକୀ ଜଙ୍ଗଲରେ ପାଳନ କରିଛନ୍ତି । ଦୈନଦିନ ଜୀବନର ଅଏସ ଆରାମ ଛାଡି ସେ ହିମାଳୟ ଜଙ୍ଗଲରେ ହାଡଭଙ୍ଗା ଶୀତରେ ଗୋଟିଏ ସପ୍ତାହ ବିତାଇଛନ୍ତି । ଆଉ ଏହି ସମୟର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁଠାରେ ସେ ପ୍ରକୃତିର କୋଳରେ ବିନା ପୋଷାକରେ ଏହି ସମୟକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

Middle post content

ସୋସିଆଲ ମିଡ଼ିଆରେ ସେୟାର କଲେ ଫଟୋ

After 2nd paragraph post ads

ବିଦ୍ୟୁତ ଏକାଧିକ ଫଟୋ ସେୟାର କରିଥିଲେ ଏବଂ ଜଣେ ସ୍ଥାନୀୟ ମେଷପାଳକ ତାଙ୍କ ଫଟୋ କ୍ଲିକ୍ କରିଥିବା ସେ କହିଥିଲେ । ଗୋଟିଏ ଫଟୋରେ, ସେ ନିଜର ସୁନ୍ଦର ସ୍ୱାସ୍ଥ୍ୟକୁ ଦେଖାଇ ହାତକୁ ଆକାଶରେ ଉଠାଇ ଏକ ପୋଜ୍ ଦେଇଛନ୍ତି । ସେ ଲେଖିଛନ୍ତି, “ହିମାଳୟ ପରିସରକୁ ମୋର ଏହି ପ୍ରକାର ରିଟ୍ରିଟ ”୧୪ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ସମୟ ସହିତ ପ୍ରତିବର୍ଷ ୭-୧୦ ଦିନ ଏହିପରି ବିତାଇବା ମୋ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଗଲା । ଅନ୍ୟ ଏକ ଫଟୋରେ କାଠ ଓ ପଥର ବ୍ୟବହାର କରି ଜଙ୍ଗଲରେ ମ୍ୟାଗି ତିଆରି କରୁଥିବା ଦେଖିବାକୁ ମିଳିଥିଲା । ପ୍ରକୃତିର ଏକାକୀତା ବିଷୟରେ ସେ ଲେଖିଛନ୍ତି, “ବିଳାସପୂର୍ଣ୍ଣ ତଥା ଆଦର୍ଶ ଜୀବନରୁ ଜଙ୍ଗଲକୁ ଆସିବା, ମୁଁ ମୋର ଏକାକୀତା ପାଇବାକୁ ଉପଭୋଗ କରେ । ଏହା ସହ ପ୍ରକୃତିରୁ ମିଳିଥିବା ଶାନ୍ତ ବାତାବରଣକୁ ମୁଁ ଉପଭୋଗ କରୁଥିବା ସେ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami