ମହିଳାଙ୍କ ନିଆରା ହେୟାର ଷ୍ଟାଇ. ଦେଖିଲେ ହେବେ ଆଶ୍ଚର୍ଯ୍ୟ

Above Post Content

ପ୍ରତ୍ୟେକ ମହିଳାଙ୍କ ମୁଣ୍ଡରେ କେଶ ସେମାନଙ୍କ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ । ସେଥିଲାଗି ସମସ୍ତେ ଲମ୍ବା ଓ ଘନ କେଶ ରଖିବାକୁ ପସନ୍ଦ କରିଥାନ୍ତି । ତେଣୁ ସେମାନେ କେଶର ବହୁତ ଯତ୍ନ ନିଅନ୍ତି । ଘରୋଇ ଉପଚାର କରିବା ସହ ବଜାରରେ ମିଳୁଥିବା ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି । ଏହାସହିତ ଭିନ୍ନ ଭିନ୍ନ ହେୟାର ଷ୍ଟାଇଲ ବି ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ହେଲେ ଏବେ ଏମିତି ଏକ ହେୟାର ଷ୍ଟାଇଲର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି,ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଘୋଡ଼ା ହେୟାର ଷ୍ଟାର ଷ୍ଟାଇଲ୍‌

After 2nd paragraph post ads
Middle post content

ମଣିଷର ଲୁକକୁ ପ୍ରଭାବଶାଳୀ କରିବାରେ କେଶ ବହୁତ ସାହାଯ୍ୟ କରିଥାଏ । ସେଥିପାଇଁ ଲୋକମାନେ ନିଜ ମୁହଁ ଓ ଚେହେରା ଅନୁଯାୟୀ କେଶ ରଖନ୍ତି । କିଛି ଲୋକ ଲମ୍ବା କେଶ ରଖିବାକୁ ଭଲ ପାଆନ୍ତି ତ କିଛି ଲୋକ ଛୋଟ କେଶ ରଖନ୍ତି । ମହିଳାଙ୍କ ହେୟାର ଷ୍ଟାଇଲ ଏବଂ କେଶ କାଟିବା ବିଷୟରେ କହିବାକୁ ଗଲେ ଦୁନିଆରେ ପ୍ରାୟ ୬୦ଟି ହେୟାରଷ୍ଟାଇଲ ଏବଂ କଟ ରହିଛି, ଯାହା ମହିଳାମାନେ କରନ୍ତି । ବୋଲ୍ଡ ପିକ୍ସି, ଫ୍ରେଞ୍ଚ ବବ, ବବ, କଲର, ଚପି ଲବ ଏଭଳି ଅନେକ ହେୟାର ଷ୍ଟାଇଲ ମହିଳାମାନେ କରିଥାନ୍ତି । କିନ୍ତୁ ଆପଣ କେବେ ଘୋଡ଼ା ହେୟାର ଷ୍ଟାର ଷ୍ଟାଇଲ୍ ଦେଖିଛନ୍ତି କି? ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ମହିଳା ଜଣକ ସମାନ ଢଙ୍ଗରେ କେଶ କାଟିଛନ୍ତି । ମହିଳାଙ୍କ ମୁଣ୍ଡରେ ଏକ ଘୋଡ଼ା ତିଆରି ହୋଇଥିବା ଦେଖିବାକୁ ମିଳିଛି । ଏହି ଭିଡ଼ିଓକୁ ଦେଖିବା ପରେ ଲୋକେ ନିଆରା ହେୟାର ଷ୍ଟାଇଲକୁ ପସନ୍ଦ କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami