‘କାଲି ପାକିସ୍ତାନ ସୂର୍ଯ୍ୟୋଦୟ ଦେଖିବ ନାହିଁ’, ୟୁକ୍ରେନ-ଋଷ ଯୁଦ୍ଧ ପରେ କାହିଁକି ମନେ ପଡେ ଅଟଳଙ୍କ ଏହି ଅଟଳ ବାକ୍ୟ ?

Above Post Content

ୟୁକ୍ରେନ୍ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ଦେଖି ପ୍ରାୟ ସବୁ ଭାରତୀୟ ଚିନ୍ତିତ ଅଛନ୍ତି । ସେଠାରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀ ବିଶେଷ ଅଭିଯାନ ଚଲାଇଛି । ୪ ଜଣ କେନ୍ଦ୍ର ମନ୍ତ୍ରୀ ୟୁକ୍ରେନ୍ ପଡୋଷୀ ଦେଶରେ ଡେରା ପକାଇଛନ୍ତିୟୁକ୍ରେନ ସଂକଟ କାଳରେ ଏବେ ସୋସିଆଲ ମିଡିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଟ୍ରେଣ୍ଡ୍ କରୁଛନ୍ତି । ଆପଣ ଭାବୁଥିବେ ଏବେ ଅଟଳ କାହିଁକି ଟ୍ରେଣ୍ଡ୍ କରୁଛନ୍ତି । ଏହାର ମଧ୍ୟ ଅଲଗା କାହାଣୀ ରହିଛି । ଆସନ୍ତୁ ଜାଣିବା କ’ଣ ପାଇଁ ଅଟଳଙ୍କୁ ଏବେ ମନେ ପକାଉଛି ଭାରତ ।

କାରଗିଲ ଯୁଦ୍ଧ କାଳର କଥା

After 2nd paragraph post ads

କାରଗିଲରେ ପାକିସ୍ତାନର ଛଦ୍ମ ଯୁଦ୍ଧ ଆରମ୍ଭ ହୋଇ ସାରିଥାଏବାଜପାୟୀଙ୍କ ଲାହୋର ବସଯାତ୍ରା ଯବାବରେ ପାକିସ୍ତାନୀ ସେନା କାରଗିଲ ଘାଟିର ପାହାଡ ଉପରେ ଆଡ୍ଡା ଜମାଇ ବସିଥିଲେ । ଯାହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇ ସାରିଥିଲା ଯୁଦ୍ଧ । ଯୁଦ୍ଧରେ ପାକିସ୍ତାନ ହାରୁଥିବା ଦେଖି ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଆମେରିକା ଶରଣ ପଶିଥିଲେ । ସେତେବେଳର ଆମେରିକୀୟ ରାଷ୍ଟ୍ରପତି ୱିଲ୍ କ୍ଲିଣ୍ଟନଙ୍କୁ ସରିଫ ଯୁଦ୍ଧ ବନ୍ଦ କରିବାରେ ମଧ୍ୟସ୍ଥି କରିବାକୁ ଅନୁରୋଧ କରିଥିଲେ । ଆଉ ଏହା ସହ ସରିଫ୍ ମିଆଁ ସଫାସଫା କହିଦେଇଥିଲେ ଯେ, ଯଦି ଆମେ ହାରିବା ପରିସ୍ଥିତିରେ ପହଂଚିବୁ ତେବେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବୁ । ସରିଫଙ୍କ ସହିତ ଆଲୋଚନା ପରେ ୱିଲ୍ କ୍ଲିଣ୍ଟନ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରିଥିଲେ । ଆଉ ତା’ ପରେ ଯାହା ହୋଇଥିଲା ଏବେ ତାକୁ ମନେ ପକାଯାଉଛି ।

Middle post content

ପାକିସ୍ତାନ କାଲିର ସୂର୍ୟୋଦୟ ଦେଖିବ ନାହିଁ

କ୍ଲିଣ୍ଟନ ତତ୍କାଳିନ ପ୍ରଧାନମନ୍ତ୍ରୀ ବାଜପାୟୀଙ୍କୁ ଫୋନ୍ କରି ଯୁଦ୍ଧର ଅପଡେଟ୍ ନେଇଥିଲେ । ବାଜପାୟୀଙ୍କୁ ସେ କହିଥିଲେ ଯେ, ପାକ୍ ସେନା ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ସରିଫ୍ ଆଶଙ୍କା କରୁଛନ୍ତି । ଏହାର ଉତ୍ତରରେ ବାଜପାୟୀ ଯାହା କହିଥିଲେ ତାହା ଶୁଣି ଖାଲି ପାକିସ୍ତାନ ନୁହେଁ ଖୋଦ ମହାଶକ୍ତି ଆମେରିକା ମଧ୍ୟ ଭୟଭୀତ ହୋଇଯାଇଥିଲା । ବାଜପାୟୀଙ୍କ ସଂକ୍ଷିପ୍ତ ଉତ୍ତର ଥିଲ ‘‘ ପାକିସ୍ତାନକୁ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ଦିଅନ୍ତୁ । କିନ୍ତୁ ମୁଁ ଆପଣଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ, ପାକିସ୍ତାନ କାଲିର ସୂର୍ଯ୍ୟୋଦୟ ଦେଖିବ ନାହିଁ’’ । ଅଟଳଙ୍କ ଏହି ଅଟଳ ବାକ୍ୟ ପାକିସ୍ତାନକୁ ଚେତାବନୀ ଥିଲା । ଆଉ ଏହା ମଧ୍ୟ ଏକ ନୂଆ ଭାରତର ଉଦୟ କଥା କହୁଥିଲା । ଯାହା କାହା ଧମକ ଆଗରେ ନତମସ୍ତକ ହୁଏନା । ପରମାଣୁ ବୋମାର ଭୟ ଦେଖାଇ ପାକିସ୍ତାନ ଭାରତକୁ ବ୍ଲାକ୍ ମେଲ୍ କରିବାକୁ ଚାହୁଁଥିଲା କିନ୍ତୁ ବାଜପାୟୀଙ୍କ ଉତ୍ତର ପାକ୍ ସେନାକୁ ତା’ର ଠିକ୍ ସ୍ଥାନ ଦେଖାଇ ଦେଇଥିଲା । ଭାରତ ପ୍ରକାରନ୍ତରେ କହିଥିଲା ଯେ, ପାକିସ୍ତାନର ପରମାଣୁ ଆକ୍ରମଣରେ ଭାରତର କିଛି କ୍ଷତି ହୋଇପାରେ । କିନ୍ତୁ ଭାରତ ଯେଉଁ ନିଦାରୁଣ ପ୍ରତ୍ୟୁତର ଦେବ ସେଥିରେ ପୁରା ପାକିସ୍ତାନ ବିଶ୍ୱ ମାନଚିତ୍ରରୁ ଲୋପ ପାଇଯିବ ।

ପରମାଣୁ ଅସ୍ତ୍ର ଶକ୍ତି ସନ୍ତୁଳନ ପାଇଁ ଜରୁରୀ

ଭାରତ ଯେତେବେଳେ ୧୯୯୮ରେ ପରମାଣୁ ପରିକ୍ଷଣ କରିଥିଲା ସେତେବେଳେ ବିଶ୍ୱର ମହାଶକ୍ତି ମାନେ ନୂଆଦିଲ୍ଲୀ ବିରୋଧରେ ପ୍ରତିବନ୍ଧକ ଲଗାଇଥିଲେ । ସେହି ସମୟରେ ଭାରତକୁ ବିରୋଧ କରିବାରେ ୟୁକ୍ରେନ୍ ମଧ୍ୟ ଆଗରେ ଥିଲା । ୧୯୯୦ ମସିହାରେ ସୋଭିଏତ ସଂଘର ବିଘଟନ ପରେ ୟୁକ୍ରେନ ସ୍ୱତନ୍ତ୍ର ରାଷ୍ଟ୍ରରେ ପରିଣତ ହୋଇଥିଲା । ସେତେବେଳେ ୟୁକ୍ରେନ୍ ପାଖରେ ସୋଭିଏତ ଅମଳର ପାଖାପାଖି ୪ ହଜାର ପରମାଣୁ ଅସ୍ତ୍ର ଥିଲା । କିନ୍ତୁ ୧୯୯୪ର ଏକ ଚୁକ୍ତି ଅନୁସାରେ ୟୁକ୍ରେନ ଏହି ସମସ୍ତ ଅସ୍ତ୍ରକୁ ନଷ୍ଟ କରିଦେଇଥିଲା କିମ୍ବା ଏହାକୁ ଋଷକୁ ଦେଇ ଦେଇଥିଲା । ସେହି ସମୟରେ ଋଷ ଓ ଆମେରିକା ୟୁକ୍ରେନକୁ ସୁରକ୍ଷାର ପ୍ରତିଶ୍ରୁତି ଦେଇଥିଲେ । ଆଉ ଉଭୟ ୟୁକ୍ରେନକୁ କଥା ଦେଇଥିଲେ ଯେ, ଦୁଇ ରାଷ୍ଟ୍ର କେବେ ମଧ୍ୟ ୟୁକ୍ରେନକୁ ପରମାଣୁ ଆକ୍ରମଣର ଧମକ ଦେବେ ନାହିଁ । ଏବେ କିନ୍ତୁ ୨୮ ବର୍ଷ ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି । ୟୁକ୍ରେନର ପରମାଣୁ ଅସ୍ତ୍ରକୁ ନେଇଥିବା ଋଷ ତା’ ଉପରେ ଆକ୍ରମଣ କରିଛି ଓ ସୁରକ୍ଷାର ପ୍ରତିଶ୍ରୁତି ଦେଇଥିବା ଆମେରିକା ହାତ ଟେକି ଦେଇଛି । ଏଇଥିରୁ ଜଣା ପଡୁଛି ପରମାଣୁ ଅସ୍ତ୍ର କେତେ ଜରୁରୀ । ଆଜି ଯଦି ୟୁକ୍ରେନ ପାଖରେ ପରମାଣୁ ଅସ୍ତ୍ର ଥାନ୍ତା ତେବେ ହୁଏତ ଋଷ ଆକ୍ରମଣର ସାହସ କରିନଥାନ୍ତା । ସମ୍ଭବତଃ ଏଇଥିପାଇଁ ରବିବାର ଦିନ ଜାପାନ ପ୍ରଧାନମନ୍ତ୍ରୀ ସାଞ୍ଜୋ ଆବେ ପରମାଣୁ ଅସ୍ତ୍ରକୁ ନେଇ ତାଙ୍କ ଦେଶ ସମୀକ୍ଷା କରିବ ବୋଲି କହି ସାରିଲେଣି । ଏହା ସହ ସେ ଆମେରିକାକୁ ପ୍ରଶ୍ନ କରିଛନ୍ତି ଯେ, ତୁମେ ଚୀନ୍ ଆକ୍ରମଣରୁ ତାଇୱାନକୁ ବଂଚାଇ ପାରିବ କି ?

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami