ମୋଦିଙ୍କ ବ୍ରାଣ୍ଡ ଭ୍ୟାଲୁୁ କମିଲେ ଏହା ହୋଇପାରେ ୭ଟି ପ୍ରଭାବ

Above Post Content

ବିଜେପିର ଆସେଟ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରାଣ୍ଡ୍ ଭ୍ୟାଲୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରାଣ୍ଡ୍ ଭ୍ୟାଲୁ ଥିଲା ବିଜେପିର ଆସେଟ୍ । ଏବେ କିନ୍ତୁ ସେହି ବ୍ରାଣ୍ଡ୍ ଭ୍ୟାଲୁ ଧିରେ ଧିରେ କମିବାରେ ଲାଗିଛି । କରୋନାର ଦ୍ୱିତୀୟ ପ୍ରବାହ ମୋଦି ବ୍ରାଣ୍ଡକୁ ଧ୍ୱସ୍ତବିଧ୍ୱଂସ୍ତ କରି ଦେଇଛି ବୋଲି ବିରୋଧୀ କହୁଛନ୍ତି । ଜାନୁଆରୀ ମାସରେ ମୋଦି ବ୍ରାଣ୍ଡକୁ ଦେଶର ୭୩ ପ୍ରତିଶତ ଥମସ୍ ଅପ୍ ସାଇନ୍ ଦେଇଥିଲେ । ଇଣ୍ଡିଆ ଟୁଡେ ଓ କର୍ଭି ଇନସାଇଟସ ଦ୍ୱାରା କରାଯାଇଥିବା ସର୍ଭେରେ ୨୩ ପ୍ରତିଶତ ଜନତା ମୋଦି ଜବରଦସ୍ତ କାମ କରୁଛନ୍ତି ବୋଲି କହିଥିଲେ । ସେହିଭଳି ୫୦ ପ୍ରତିଶତଙ୍କ ମତ ଥିଲା ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କାମ ଭଲ ଅଛି । କିନ୍ତୁ ମେ’ ମାସରେ ସବୁ ଓଲଟି ଯାଇଛି । କରୋନାର ଦ୍ୱିତୀୟ ପ୍ରବାହ ମୋଦି ବ୍ରାଣ୍ଡରେ ଛିଦ୍ର କରିଛି । ପ୍ରଥମେ ମର୍ଣ୍ଣିଂ କନସଲଟଓରମାକ୍ସ ମିଡିଆ, ତା’ପରେ ଏବିପି ନ୍ୟୁଜ୍-ସି ଭୋଟର ସର୍ଭେ ମୋଦିଙ୍କ ବିରୋଧରେ ଯାଇଛି । ସର୍ଭେ ଅନୁସାରେ ମୋଦି ସରକାର କୋଭିଡ୍-୧୯ ମୁକାବିଲା କରିବାରେ ନିକମା ସାବ୍ୟସ୍ତ ହୋଇଛନ୍ତି । ସହରରେ ରହୁଥିବା ୪୦ ପ୍ରତିଶତ ଓ ଗ୍ରାମାଞ୍ଚଳରେ ରହୁଥିବା ୪୪ ପ୍ରତିଶତଙ୍କ ଅନୁସାରେ ମୋଦି ସରକାର କରୋନା ମୁକାବିଲାରେ ବିଫଳ ହୋଇଛନ୍ତି ।

After 2nd paragraph post ads

ବ୍ରାଣ୍ଡ୍ ମୋଦିକୁ ପହଂଚିଥିବା କ୍ଷତିର ଭରଣ ପାଇଁ ଉଦ୍ୟମ ମଧ୍ୟ ଆରମ୍ଭ ହେଲାଣି । ଦୁଇଟି ଘୋଷଣାରୁ ଏହା ସ୍ପଷ୍ଟ ହେଉଛି । ପ୍ରଥମତଃ ସିଏଏ ଭିତରେ ଆସୁନଥିବା ବାହାର ଦେଶରୁ ଆସିଥିବା ଅଣ ମୁସଲିମଙ୍କୁ ନାଗରିକତା ଦେବା ପାଇଁ ଅଧ୍ୟାଦେଶ ଜାରି ଓ ପିଏମ୍ କେୟାର କରୋନା କାରଣରୁ ଅନାଥ ହୋଇଥିବା ପିଲାଙ୍କ ଖର୍ଚ୍ଚ ଉଠାଇବ ବୋଲି ଘୋଷଣା । ପିଏମ କେୟାରରେ ଅନାଥ ପିଲାଙ୍କୁ ମାଗଣା ଶିକ୍ଷା ସହ ଅଲଗା ସୁବିଧା ସୁଯୋଗ ମିଳିବ ଓ ସେମାନଙ୍କୁ ୧୮ ବର୍ଷ ହେଲା ପରେ ମାସିକ ଷ୍ଟାଇପେଣ୍ଡ୍ ମିଳିବ୨୩ ବର୍ଷ ହେଲେ ଏକକାଳୀନ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା ହୋଇଛି । ଏଇ ଦୁଇଟି ଘୋଷଣାରୁ ଜଣା ପଡୁଛି ବ୍ରାଣ୍ଡ୍ ମୋଦିର ଛବି ସୁଧାରିବା ପାଇଁ କେତେ ଚେଷ୍ଟା ଚାଲିଛି ।

୧. ଯୋଗୀ ଆଦିତ୍ୟନାଥ ସର୍ବାଧିକ ପ୍ରଭାବିତ ହେବେ

ପଶ୍ଚିମବଙ୍ଗ ନିର୍ବାଚନରେ କ୍ଷମତା ହାତେଇ ନପାରିବାର ଦୁଃଖ ଭିତରେ ବିଜେପିକୁ ୯ ମାସ ପରେ ଉତ୍ତରପ୍ରଦେଶରେ ଆଉ ଗୋଟିଏ ନିର୍ବାଚନୀ ଯୁଦ୍ଧ ଲଢିବାକୁ ପଡିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଂଜ୍ ହେବା ହରାଇଥିବା ଜନାଧାରକୁ ପାଇବା । କରୋନାର ପ୍ରଥମ ପ୍ରବାହ ବେଳେ ମୁଖ୍ୟମନ୍ତ୍ରୀ ରାଜସ୍ତାନର କୋଟାରେ ଫସିଥିବା ଛାତ୍ର ଓ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣି ଯେଉଁ ବାହା ବାହା ପାଇଥିଲେ ଦ୍ୱିତୀୟ ପ୍ରବାହ ତାକୁ ଧୋଇ ଦେଇଛି । ଏବେ ଯୋଗୀଙ୍କ ଗେରୁଆ ବସ୍ତ୍ର ବି ସମାଲୋଚନା ମାଡରେ ଦାଗଦାର । ଯୋଗୀଙ୍କୁ କ୍ଷମତାକୁ ଫେରିବାକୁ ହେଲେ କିଛି ଚମତ୍କାର କରିବାକୁ ପଡିବ । ନହେଲେ ଉତ୍ତର ପ୍ରଦେଶ ଭୋଟର ତାଙ୍କୁ ପ୍ରତ୍ୟାଖାନ କରିବେ । ଏମିତିରେ ଉତ୍ତର ପ୍ରଦେଶର ଗଲା ୩୦ ବର୍ଷର ଇତିହାସରେ କୌଣସି ଦଳ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିନି । ଅବଶ୍ୟ ଯୋଗୀ ଭାବୁଥିବେ ବିହାରରେ ଯେମିତି ସ୍ଥିତି ଓଲଟୁଥିବା ବେଳେ ମୋଦି ତ୍ରାଣକର୍ତ୍ତା ଭାବେ ନୀତିଶଙ୍କ ନୌକା ଉଦ୍ଧାର କରିଥିଲେ ସେମିତି ମୋଦି ତାଙ୍କ ଡଙ୍ଗା ଉଦ୍ଧାର କରିବେ । କିନ୍ତୁ ଯେତେବେଳେ ଖୋଦ ବ୍ରାଣ୍ଡ୍ ମୋଦି ବିପଦରେ ସେତେବେଳେ ସେ ଯୋଗୀଙ୍କୁ କ’ଣ ସାହାଯ୍ୟ କରିବେ । ଅର୍ଥାତ ସବୁକିଛି ବ୍ରାଣ୍ଡ୍ ମୋଦିର ରିବ୍ରାଣ୍ଡିଂ ଉପରେ ନିର୍ଭର କରୁଛି ।

୨. ୟୁପିକୁ ଛାଡି ଦିଲ୍ଲୀ କ୍ଷମତା ଦଖଲ ମୁସ୍କିଲ

୨୦୨୨ରେ ଉତ୍ତର ପ୍ରଦେଶ ସହ ଗୋଆ, ଗୁଜୁରାଟ ଓ ହିମାଚଳ ପ୍ରଦେଶ ମଧ୍ୟ ବିଜେପି ପାଇଁ ଚ୍ୟାଲେଂଜ୍ ହେବେ । ଏହି ରାଜ୍ୟ ଗୁଡିକରେ ମଧ୍ୟ କରୋନା କାରଣରୁ ଅସନ୍ତୋଷ ରହିଛି । ଯଦି ବିଜେପି ଦୃଷ୍ଟିରୁ କିଛି ଗଡବଡ ହୁଏ ତେବେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଏହି ସବୁ ରାଜ୍ୟରୁ ଅଧିକ ସିଟ୍ ପାଇବା ଅସମ୍ଭବ ହୋଇ ପଡିବ । ଅବଶ୍ୟ ଯୁକ୍ତି କରାଯାଇ ପାରେ ଯେ, ୨୦୧୮ରେ ଛତିଶଗଡ ଓ ମଧ୍ୟପ୍ରଦେଶରେ ହାରିବା ପରେ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଏହି ଦୁଇ ରାଜ୍ୟରୁ ଭଲ ଆସନ ଜିତିଥିଲା । କିନ୍ତୁ ମନେ ରଖନ୍ତୁ ଏହା ହେଉଛି କରୋନା କାଳ । ଗାଁରୁ ସହର ସବୁଠି ଭୋଟରଙ୍କ ମନରେ ରହିଛି ଅସନ୍ତୋଷ । ତେଣୁ ୨୦୨୪ ସହଜ ହେବନାହିଁ ।

୩. ବିରୋଧି ଅଧିକ ଆକ୍ରାମକ ହେବେ

Middle post content

ମୋଦି ସରକାର ବିରୋଧରେ ବିରୋଧୀ ପ୍ରଥମଥର ପାଇଁ ଆତ୍ମବିଶ୍ୱାସରେ ଭରପୁର ମନେ ହେଉଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କ ବିଜୟ ପରେ ଏହି ଉତ୍ସାହ ବଢିଯାଇଛି । ମୋଦି ସରକାରଙ୍କ ଭ୍ୟାକ୍ସିନେସନ୍ ପଲିସିକୁ ନେଇ ରାହୁଲ ସମ୍ମୁଖ ଆକ୍ରମଣ କରୁଛନ୍ତି । ପଶ୍ଚିମବଙ୍ଗ ଫଳାଫଳ ଆସିବା ପରେ ଏନଡିଏ ସହଯୋଗୀ ବି ଭିତରେ ଭିତରେ ଖୁସୀ ହେଉଛନ୍ତି । ଆଗକୁ ଯଦି ନୀତିଶ ମୋଦିଙ୍କୁ ଆଖି ଦେଖାନ୍ତି ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଏମିତି ବି ହୋଇପାରେ ନୀତିଶ ପୁଣି ବିରୋଧୀ ଶିବିରକୁ ଫେରି ଯାଇ ପାରନ୍ତି ।

୪. ଅପରେସନ୍ ଲୋଟସ ଫେଲ ମାରିବା ଆଶଙ୍କା ଅଧିକ

ବ୍ରାଣ୍ଡ୍ ମୋଦି ଦୁର୍ବଳ ହେବାର ଅର୍ଥ ହେଉଛି ଆଗକୁ ଅପରେସନ୍ ଲୋଟସ ଭଳି ବିଜେପିର ମିଶନ୍ ଫେଲ ହୋଇପାରେ । ଏପର୍ଯ୍ୟନ୍ତ ଦେଖିବାକୁ ମିଳୁଥିଲା ଯେ, ବିଜେପି ଯେଉଁଠି ତାର ସରକାର ଗଠନ କରିବାର କ୍ଷମତା ନଥିଲା ସେଠି କଂଗ୍ରେସ କିମ୍ବା ଅନ୍ୟ ଦଳର ବଡ ନେତାଙ୍କୁ ନିଜ ପଟକୁ ଆଣି ସରକାର ଗଠନର ଦାବି ରଖୁଥିଲା । କିନ୍ତୁ ବ୍ରାଣ୍ଡ୍ ମୋଦି ଭ୍ୟାଲୁ କମିଲେ ଅନ୍ୟଦଳର ନେତା ବିଜେପିକୁ ଭରସା କରିବେ ନାହିଁ କିମ୍ବା ଧରାଛୁଆଁ ଦେବେ ନାହିଁ ।

୫. ନିର୍ବାଚନ ପୂର୍ବରୁ ଅସନ୍ତୁଷ୍ଠ ବିଜେପିକୁ ଆସିବା ସମ୍ଭାବନା କମିବ

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସର ଅନେକ ନେତା ବିଜେପି ମୁହାଁ ହୋଇଥିଲେ । ବିଜେପି ମମତାଙ୍କୁ ଚ୍ୟାଲେଂଜ୍ କରିପାରିବ ଓ ବିଜେପି ସହିତ ରହିଲେ କ୍ଷମତାରେ ଭାଗିଦାରୀ ମିଳିବା ଆଶା ଏମାନଙ୍କୁ ବିଜେପି ଆଡକୁ ମୁହାଁଇଥିଲା । ଯେତେବେଳେ ମୋଦିଙ୍କ ବ୍ରାଣ୍ଡ୍ ଭ୍ୟାଲୁ କମିବ ସେତେବେଳେ ଏହିଭଳି ନେତା ମଧ୍ୟ ବିଜେପିକୁ ଆସିବେ କି ନାହଁ ଭାବିବାକୁ ବାଧ୍ୟ ହେବେ । କାରଣ କୌଣସି ନେତା ମଧ୍ୟ କ୍ଷମତାରେ ଥିବା ଦଳର ସାଥ୍ ଛାଡିବାକୁ ଚାହିଁବ ନାହିଁ । ଜଣେ ନେତା ସେତେବେଳେ ଆଉ ଗୋଟିଏ ଦଳରେ ସାମିଲ ହେବାକୁ ଚାହାନ୍ତି ଯେତେବେଳେ ଭରସା ଥାଏ ଯେ, ଯାଉଥିବା ଦଳ କ୍ଷମତାକୁ ଆସିବାକୁ ଯାଉଛି ।

୬. ବିଜେପିର ଅସନ୍ତୁଷ୍ଟଙ୍କ ପାଇଁ ଆଛେଦିନ୍

ବିଜେପିରେ ଯେଉଁ ଅସନ୍ତୁଷ୍ଟ ଅଛନ୍ତି ବା ଯେଉଁମାନଙ୍କର  ମୋଦି-ଶାହ ଯୋଡି ସହିତ ସମ୍ପର୍କ ଭଲ ନାହିଁ ସେମାନେ ଏହି ନୁଆ ପରିସ୍ଥିତିରେ ବେସ ଖୁସୀ ହେବେ । କାରଣ ଏହା ଦ୍ୱାରା ସେମାନଙ୍କ ରାଜନୈତିକ ପତିଆରା ବୃ୍ଦ୍ଧି ହେବ । ବିଜେପିରେ ଏମିତି କଣଠେସା ନେତାଙ୍କ ଅଭାବ ନାହିଁ ।

୭. ମୋଦି ସରକାରକୁ କଠୋର ନିଷ୍ପତ୍ତିରୁ ହଟିବାକୁ ପଡିବ

ଧାରା ୩୭୦ ହଟାଇବା ଭଳି କଠୋର ନିଷ୍ପତ୍ତି ନେବା ବିଜେପି ପକ୍ଷରେ କଷ୍ଟସାଧ୍ୟ ହୋଇ ପଡିବ । ଅଧିକ ଆସନ ଜିତିବାର ଅର୍ଥ ହେଉଛି ଆତ୍ମବିଶ୍ବାସ । ଯାହା ରାମ ମନ୍ଦିରର ନିର୍ମାଣ ହେଉ କିମ୍ବା ଧାରା ୩୭୦ ଉଛେଦ ବେଳେ ବିଜେପି ଦେଖାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami