ସରିଲା ୨ ହଜାର ଟଙ୍କିଆ ନୋଟ୍‌ର ବଦଳ ଅବଧି

Above Post Content

ନୂଆଦିଲ୍ଲୀ: ଆଜି ସରିବ ୨ ହଜାର ଟଙ୍କିଆ ନୋଟ ବଦଳାଇବା ସମୟ ଅବଧି । କାଲିଠାରୁ ଆଉ କୌଣସି ବ୍ୟାଙ୍କ ବ୍ରାଞ୍ଚରେ ନୋଟକୁ ବଦଳାଯାଇପାରିବ ନାହିଁ । ପୂର୍ବରୁ ସେପ୍ଟେମ୍ବର ୩୦ ସୁଦ୍ଧା ନୋଟ ବଦଳାଇବାକୁ ସମୟ ସୀମା ଧାର୍ଯ୍ୟ ହୋଇଥିଲା । ପରେ ଏହାର ଅବଧି ଅକ୍ଟୋବର ୭କୁ ବୃଦ୍ଧି କରିଥିଲେ ରିଜର୍ଭ ବ୍ୟାଙ୍କ । ଆଜି ଶନିବାର ଥିବାରୁ ଅନେକ ବ୍ୟାଙ୍କରେ ଅଧା ଦିନ ଅଫିସ୍ କାର୍ଯ୍ୟ ରହିବ । ତେଣୁ ଗ୍ରାହକଙ୍କୁ ନୋଟ ବଦଳାଇବାକୁ କମ ସମୟ ହିଁ ମିଳିବ ।

Middle post content

ଯେଉଁମାନେ ଏହି ସମୟ ମଧ୍ୟରେ ବ୍ୟାଙ୍କ ଶାଖାରେ ୨ ହଜାର ଟଙ୍କିଆ ନୋଟ ଦାଖଲ କରିପାରିନାହାନ୍ତି ସେମାନେ ରିଜର୍ଭ ବ୍ୟାଙ୍କର ୧୯ କ୍ଷେତ୍ରୀୟ କାର୍ଯ୍ୟାଳୟରେ ଅବଧି ପରେ ମଧ୍ୟ ନୋଟ ବଦଳାଇପାରିବେ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା । ୩୧ ମାର୍ଚ୍ଚ ସୁଦ୍ଧା ଦେଶରେ ୩.୫୬ ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ବଜାରରେ ମହଜୁଦ ଥିବା ବେଳେ ସେଥିମଧ୍ୟରୁ ୩. ୪୩ ଲକ୍ଷ କୋଟିର ନୋଟ ବ୍ୟାଙ୍କକୁ ଫେରସ୍ତ ହୋଇସାରିଛି । ଅର୍ଥାତ୍ ୦.୧୪ଲକ୍ଷ କୋଟି ଟଙ୍କାର ନୋଟ ବଜାରରେ ମହଜୁଦ ଅଛି । ୨୯ ସେପ୍ଟେମ୍ବର ସୁଦ୍ଧା ୯୬ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ ଫେରସ୍ତ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami