କାର ଧକ୍କାରେ ବାଘ ମୃତ ; ଡ୍ରାଇଭର ଆହତ

Above Post Content

ରୁଦ୍ରପୁର: ଶନିବାର ରାତି ପ୍ରାୟ ୮ଟା ବେଳେ ଉତ୍ତରାଖଣ୍ଡ ଅନ୍ତର୍ଗତ ହଲ୍‌ଦ୍ୱାନି ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ଏକ କାର ଧକ୍କାରେ ଗୋଟିଏ ୬ ବର୍ଷିୟ ବାଘର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ କାର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାରର କିଛି ଅଂଶ ନଷ୍ଟ ବି ହୋଇଯାଇଛି ।

Middle post content

ରାସ୍ତା ଉପରେ ବାଘକୁ ଦେଖି ଭୟଭୀତ ହୋଇପଡ଼ିଥିଲେ ଡ୍ରାଇଭର

After 2nd paragraph post ads

ହଲ୍‌ଦ୍ୱାନିର ଜଣେ ଯୁବକ କାର୍ ନେଇ ରୁଦ୍ରପୁର ଯାଉଥିଲେ । ବାଟରେ ହଠାତ ରାସ୍ତା ଉପରେ ବାଘକୁ ଦେଖି ଭୟଭୀତ ହୋଇପଡ଼ିଥିଲେ । ନିଜେ ଭାରସାମ୍ୟ ହରାଇ ବାଘକୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ବାଘର ମୃତ୍ୟୁ ହେବା ସହ ଡ଼୍ରାଇଭର ଆହତ ହୋଇଥିଲେ । ଦୁର୍ଘଟଣା ପରେ ରାସ୍ତାର ଦୁଇ ପାଶ୍ୱର୍ରେ ବହୁ ଯାନବାହନ ଅଟକି ରହିଥିଲା । ଅନେକ ଦେଖଣାହାରି ବି ଘଟଣାସ୍ଥଳରେ ‘ରିଲ୍‌’ କରିବାକୁ ପଛାଇ ନ ଥିଲେ । ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ବାଘଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ସେହିପରି, ୭୪ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କା ଦେବାରୁ ଗୋଟାଏ ୫ ବର୍ଷର ଅଣ୍ଡିରା କଲରାପତିଆର ମୃତ୍ୟୁ ଘଟିଛି । ଶନିବାର ଦିନ ଉଧାମ ସିଂହ ନଗର ଅନ୍ତର୍ଗତ ଯଶପୁର ଅଞ୍ଚଳରେ ଥିବା ଧରମପୁର ଗାଆଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇଥିବା ଡ଼୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ରେଞ୍ଜର ଦେବେନ୍ଦୁ ରାଜୱାର କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami