ଏମିତିି ଗାଁ, ଯେଉଁଠି ବାଘ-ମଣିଷ ରୁହନ୍ତି ଏକାଠି

Above Post Content

ରାଜସ୍ଥାନ: ଥରେ ଭାବନ୍ତୁ ତ, ଏମିତି ଏକ ଯାଗା ଯେଉଁଠି ମଣିଷ ଓ ପଶୁ ଏକା ସାଙ୍ଗରେ ବାସ କରନ୍ତି । ଏଠି ଗୃହପାଳିତ ପଶୁ କଥା ଆମେ କହୁନାହୁଁ । ଜଙ୍ଗଲୀ ପଶୁ ଅର୍ଥାତ୍ ଚିତାବାଘ ଓ ମଣିଷ ଏଠି ଏକାଠି ବାସ କରୁଛନ୍ତି । ଆଉ କେଉଁଠି ନୁହେଁ ଭାରତର ରାଜସ୍ଥାନରେ ।

ଗ୍ରାମବାସୀ ପଶୁମାନଙ୍କୁ ପାଆନ୍ତି ଭଲ

After 2nd paragraph post ads
Middle post content

ରାଜସ୍ଥାନର ଉଦୟପୁର ଏବଂ ଯୋଧପୁର ମଧ୍ୟରେ ରହିଛି ବେରା ଗାଁ । ଏହି ଗାଁ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଗାଁରେ ରାବାରୀ ଜନଜାତିର ଲୋକ ବାସ କରନ୍ତି । ଏହି ଲୋକମାନେ ମେଷପାଳକ ଅଟନ୍ତି । ଏହି ସମ୍ପ୍ରଦାୟର ଲୋକମାନେ ହଜାର ହଜାର ବର୍ଷ ପୂର୍ବେ ବାଲୁଚିସ୍ତାନରୁ ଆସି ଭାରତର ଏହି କୋଣରେ ବସବାସ କର ଆସୁଛନ୍ତି । ଏହି ଜନଜାତି ଭଗବାନ ଶିବଙ୍କୁ ପୂଜା କରନ୍ତି ଏବଂ ତେଣୁ ପଶୁମାନଙ୍କୁ ମଧ୍ୟ ଭଲ ପାଆନ୍ତି । ଏହି ଆଦିବାସୀମାନେ ବିଶ୍ୱାସ କରନ୍ତି ଯେ, ସେମାନେ ଭଗବାନ ଶିବ ଏବଂ ମାତା ପାର୍ବତୀ ଦ୍ୱାରା ସୃଷ୍ଟି ହୋଇଛନ୍ତି । ଏଠାରେ ମଣିଷ ଏବଂ ପଶୁମାନେ ଏକାଠି ରୁହନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ଏଠାରେ କୌଣସି ଘରୋଇ ପ୍ରାଣୀ ନୁହନ୍ତି ବରଂ ବଣୁଆ ଜନ୍ତୁ ଚିତାବାଘ ଲୋକମାନଙ୍କ ସହିତ ରୁହନ୍ତି ।

ବାଘ ଦିଅନ୍ତି ଗାଁକୁ ସୁରକ୍ଷା

ଏଠାରେ ବାଘକୁ ଅତି ନିକଟରୁ ଦେଖିବା ପାଇଁ ଏହି ଗାଁରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଜମେ । ପର୍ଯ୍ୟଟକମାନେ ଚିତାବାଘକୁ ଗ୍ରାମବାସୀଙ୍କ ପାଖରେ ଦେଖି ଭୟ କରିଥାନ୍ତି । କିନ୍ତୁ ଗ୍ରାମବାସୀ ସେମାନଙ୍କୁ ନିଜର ବୋଲି ଭାବନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ, ଚିତାବାଘ ଗାଁକୁ ସୁରକ୍ଷା ଦେଇଥାଏ ଏବଂ ଏହାକୁ ପ୍ରତ୍ୟେକ ମନ୍ଦ କାର୍ଯ୍ୟରୁ ରକ୍ଷା କରିଥାଏ । ବେରା ଗାଁ ଏହାର ଜଙ୍ଗଲ ସଫାରି ପାଇଁ ପ୍ରସିଦ୍ଧ । ଆପଣ ସହଜରେ ସେଠାକୁ ଯାଇପାରିବେ । ଏହି ଗାଁ ଆରାବଳୀ ପର୍ବତରେ ଅବସ୍ଥିତ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami