୩୦ ବର୍ଷ ପରେ ଭାଙ୍ଗିବେ ମଉନ ବ୍ରତ

Above Post Content

ରାଞ୍ଚି: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ ପୂରା ହେବାକୁ ଯାଉଛି । ୯୦ ଦଶକରେ ଯେତେବେଳେ ଅଯୋଧ୍ୟାରେ ଥିବା ରାମମନ୍ଦିରକୁ ନେଇ ସାରା ଦେଶରେ ଆନ୍ଦୋଳନ ସୃଷ୍ଟି ହୋଇଥିଲା, ସେତେବେଳେ ଝାଡ଼ଖଣ୍ଡ ଧାନବାଦ୍‌ର ବାସିନ୍ଦା ୮୫ ବର୍ଷୀୟା ସରସ୍ୱତୀ ଦେବୀ ଏହି ମନ୍ଦିର ନିର୍ମାଣର ସ୍ୱପ୍ନ ଦେଖିଥିଲେ । ଏହି ଇଚ୍ଛା ସହିତ ସେ ୧୯୯୨ ମସିହାରୁ ମଉନ ବ୍ରତ କରିବା ଆରମ୍ଭ କରିଥିଲେ । ଏବେ ଆସନ୍ତା ୨୨ ତାରିଖରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ହେଉଥିବାରୁ ତାଙ୍କ ସ୍ୱପ୍ନ ପୂରଣ ହେଉଛି ।

Middle post content

ସୀତାରାମ ଶବ୍ଦ କହି ଭାଙ୍ଗିବେ ମଉନ ବ୍ରତ

After 2nd paragraph post ads

ସରସ୍ୱତୀ ଦେବୀ ଏହି ପବିତ୍ର ଦିନରେ ୩୦ ବର୍ଷ ପରେ ‘ସୀତାରାମ’ ଶବ୍ଦ ସହିତ ନିଜ ମଉନ ବ୍ରତ ଭାଙ୍ଗିବେ । ସରସ୍ୱତୀ ଦେବୀ ତାଙ୍କର ମଉନ ବ୍ରତ ସମୟରେ ୪ ଧାମ ପରିଦର୍ଶନ କରିଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅଯୋଧ୍ୟା, କାଶୀ, ମଥୁରା, ତିରୁପତି ବାଲାଜୀ, ସୋମନାଥ ମନ୍ଦିର, ବାବା ବୈଦ୍ୟନାଥ ଆଦି ମନ୍ଦିର ପରିଦର୍ଶନ କରିସାରିଛନ୍ତି । ୧୯୮୬ରେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ସରସ୍ୱତୀ ଦେବୀ ନିଜ ଜୀବନକୁ ଭଗବାନ ରାମଙ୍କ ପାଦତଳେ ଉତ୍ସର୍ଗ କରିଦେଇଛନ୍ତି । ବର୍ତ୍ତମାନ ଅଧିକାଂଶ ସମୟ ଅଯୋଧ୍ୟାରେ ବିତାଉଛନ୍ତି । ସେ ଖୁସି ବ୍ୟକ୍ତ କରି ଲେଖିଛନ୍ତି, ଦୀର୍ଘ ୩ ଦଶନ୍ଧି ପରେ ତାଙ୍କ ଜୀବନ ସାର୍ଥକ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami