![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ୱାସିଂଟନ: ଚୀନ୍ ଓ ଋଷ ସହିତ ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ଭିତରେ ଆମେରିକା ନିଜ ସେନାକୁ ଅଧିକରୁ ଅଧିକ ଶକ୍ତିଶାଳୀ କରୁଛି । କିଛିଦିନ ତଳେ ଖବର ଆସିଥିଲା ଯେ, ଆମେରିକା ତାର ସବୁଠାରୁ ମାରକ ଓ ଆଧୁନିକ ପରମାଣୁ ବୋମାବର୍ଷକ ବିମାନ B-21 Raider Stealth Bomber ର ନିର୍ମାଣ ଶେଷ କରିଛି । ଏବେ ସେହି ଅତ୍ୟାଧୁନିକ ଓ ମାରାତ୍ମକ ଲଢୁଆ ବିମାନର ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରୁ ଜଣା ପଡୁଛି ଯେ, ଏହି ଯୁଦ୍ଧ ବିମାନ ଭବିଷ୍ୟତର ଗେମ୍ ଚେଂଜର ହୋଇପାରେ ।
ପରମାଣୁ ଅସ୍ତ୍ର ନେଇପାରିବ ଏହି ବିମାନ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଦୁନିଆର ସବୁଠାରୁ ଆଧୁନିକ ଏୟାର ଡିଫେନ୍ସ ସିଷ୍ଟମକୁ ମାତ୍ ଦେବା ଲକ୍ଷ୍ୟରେ ଆମେରିକା ଏହି ବିମାନ ତିଆରି କରିଛି । ଏହି ବିମାନକୁ ରାଡାରରେ ଧରିବା ସହଜ ନୁହେଁ । ଗତ ମାସରେ ବିମାନ ନିର୍ମାଣ ଶେଷ ହୋଇଥିବା ଖବର ଆସିଥିଲା । ଆମେରିକାର ଦାବି ଯେ, ଏହି ବିମାନକୁ ଋଷର ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ଧରି ପାରିବ ନାହିଁ । ଏହା ମଧ୍ୟ ପରମାଣୁ ଅସ୍ତ୍ର ନେଇ ଆକ୍ରମଣ କରିପାରିବ ।
ଚିତ୍ର କହୁଛି କେତେ ଭୟଙ୍କର
![B-21 raider stealth bomber, american fighter plane, USA, USA defense system, california, rising odisha](http://risingodisha.in/wp-content/uploads/2021/07/USA-B21-1024x576.jpg)
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ମିଲିଟାରି ଡଟ୍ କମ୍ ନାମକ ୱେବସାଇଟ୍ ଅନୁସାରେ Northrop Grummanଙ୍କ ଦ୍ୱାରା ତିଆରି ଏହି ବିମାନର ଲୁକ୍ ଅତ୍ୟନ୍ତ ସ୍ଲିକ୍ । ଏହା ପୂର୍ବରୁ ବିମାନର ଯେଉଁ କନସେପ୍ଟ ସାମ୍ନାକୁ ଆସିଥିଲା ନୂଆ ଫଟୋ ତା’ଠାରୁ ସମ୍ପୂର୍ଣ୍ଣ ଅଲଗା । ନୂଆ ଚିତ୍ରରେ ଏହାର ସମ୍ମୁଖ ଭାବ ଅଧିକ ସଠିକତାର ସହିତ ଦୃଷ୍ୟମାନ ହେଉଛି । ଏହାଛଡା କକପିଟରେ ତେରଛା ଝରକା ଦେଖିବାକୁ ମିଳିଛି । ବଡ଼ ବିମାନରେ ୪ ଝରକା ରହିଛି, ଯାହାକି କକପିଟ୍ ସାମ୍ନାରେ ରହିଛି ।
ଗୋଟିଏ ବିମାନର ଦାମ ୪ ହଜାର ୫ଶହ କୋଟି ଟଙ୍କା
ଆମେରିକା ନିଜ ସାମ୍ରାଜ୍ୟକୁ ଅଭେଦ୍ୟ କରିବା ପାଇଁ ଏହି ବିମାନ ତିଆରି କରିଛି । ଏଥିରେ ଆମେରିକା ହଜାର ହଜାର କୋଟି କେବଳ ଗବେଷଣାରେ ଖର୍ଚ୍ଚ କରିଛି । ଡେଲି ମେଲ୍ ରିପୋର୍ଟ ଅନୁସାରେ ଏହି ଅଦୃଷ୍ୟ ବିମାନ ସବୁଠୁ ଦାମୀ ଲଢୁଆ ବିମାନ ହେବାକୁ ଯାଉଛି । ଗୋଟିଏ ବିମାନର ଦାମ ୬୦ କୋଟି ଡଲାର ପଡିବ । ଅର୍ଥାତ ଭାରତ ଯଦି ଗୋଟିଏ ବିମାନ କିଣିବାକୁ ଚାହିଁବ ତେବେ ତାକୁ ଗୋଟିଏ ବିମାନ ପାଇଁ ଦେବାକୁ ପଡିବ ୪ ହଜାର ୫ଶହ କୋଟି ।
୧୦୦ ବିମାନ ତିଆରି କରିବ ଆମେରିକା
![B-21 raider stealth bomber, american fighter plane, USA, USA defense system, california, rising odisha](http://risingodisha.in/wp-content/uploads/2021/07/Stealth-Bomber-1-1024x576.jpg)
ଆମେରିକାର ଯୋଜନା ହେଉଛି ଚୀନ୍ ଓ ଋଷକୁ ମାତ୍ ଦେବାକୁ ଅତିକମରେ ୧ଶହ ବିମାନ ତିଆରି କରିବା । ଆଗାମୀ ୫ ବର୍ଷ ମଧ୍ୟରେ ଏହି ଶହେ ବିମାନ ଆମେରିକା ବାୟୁସେନାରେ ସାମିଲ ହେବେ ବୋଲି ଆଶା କରାଯାଉଛି । ରିପୋର୍ଟ ଅନୁସାରେ ଦୁଇଟି ବି-୨୧ କାର୍ଲିଫର୍ଣ୍ଣିଆର ପାମଡେଲ ପ୍ଲାଣ୍ଟ ୪୨ ତିଆରି ସରିଛି । ମୁଳ ଯୋଜନା ଅନୁସାରେ ଏହି ଦୁଇ ବିମାନକୁ ୨୦୨୧ ଶେଷ ସୁଧା ଉଡାଇବାର ଲକ୍ଷ୍ୟ ଥିଲା । ତେବେ କରୋନା ମହାମାରୀ କାରଣରୁ ଏଥିରେ ବିଳମ୍ବ ହେବାର ସମ୍ଭାବନା ଥିଲା । କିନ୍ତୁ ଆମେରିକା ବାୟୁସେନା ବର୍ତ୍ତମାନ ଏହି ଦୁଇଟି ବିମାନକୁ ନେଇ କ’ଣ କରିବ ସେନେଇ କୌଣସି ସୂଚନା ମିଳିନାହିଁ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)