ଜନସଂଖ୍ୟା ବୃଦ୍ଧି ଆଇନର ଲକ୍ଷ୍ୟ ମହତ କିନ୍ତୁ ରାଜନୀତି

Above Post Content

ଖୁବ୍ ଶୀଘ୍ର ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ

ଉତ୍ତର ପ୍ରଦେଶର ଯୋଗୀ ସରକାର ରାଜ୍ୟରେ ଜନସଂଖ୍ୟ ନିୟନ୍ତ୍ରଣ ଆଇନ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ତେଣେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲାଗୁ କରିବା ପାଇଁ ଔପଚାରିକ ଘୋଷଣା କରି ସାରିଲେଣି । ଜନସଂଖ୍ୟା ବୃଦ୍ଧିକୁ ସାମାଜିକ ସଂକଟ ଭାବେ ଅଭିହିତ କରିଛନ୍ତି ଶର୍ମା । ଏହା ସହିତ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ ନୂଆକରି ପୁଣିଥରେ ବିତର୍କ ଆରମ୍ଭ ହୋଇଗଲାଣି । ଦେଶର ଅନେକ ରାଜ୍ୟରେ ଜନସଂଖ୍ୟା ନିଯନ୍ତ୍ରଣ ପାଇଁ ଆଇନ ପ୍ରଣୟନ ହୋଇଛି । ଏହି ଆଇନ ଅନୁସାରେ ଦୁଇରୁ ଅଧିକ ସନ୍ତାନ ଥିବା ଅଭିଭାବକଙ୍କୁ କିଛି ସରକାରୀ ସୁବିଧା ସହିତ ପଂଚାୟତରୁ ନଗର ପାଳିକା ନିର୍ବାଚନ ଲଢିବାରୁ ବଂଚିତ କରାଯାଇଛି । ତେବେ ଗତବର୍ଷ ସୁପ୍ରିମକୋର୍ଟରେ ମୋଦି ସରକାର ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେଥିରେ ଦେଶର ନାଗରିକଙ୍କ ଉପରେ ବଳପୂର୍ବକ ପରିବାର ନିୟନ୍ତ୍ରଣ ଆଇ ଲଦି ଦିଆଯିବନି ବୋଲି କହିଥିଲେ । ତେବେ ଏମିତିରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, ଭାରତରେ ଜନସଂଖ୍ୟା ବୃଦ୍ଧି ସାମାଜିକ ସଂକଟ ନା ରାଜନୈତିକ ?

After 2nd paragraph post ads

କ’ଣ କହୁଛି ତଥ୍ୟ ?

ଅନେକ ଦିନ ଧରି ଭାରତରେ ଚୀନ୍ ଢାଞ୍ଚାରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲାଗୁ କରିବାକୁ ଦାବି ହୋଇ ଆସୁଛି । କିନ୍ତୁ ଗତ କେଇ ବର୍ଷ ଭିତରେ ଚୀନ ନିଜ ଜନସଂଖ୍ୟା ନୀତିରେ ପରିବର୍ତ୍ତନ ଆଣିଛି । ୨୦୧୬ରେ ଚୀନ୍ ୱାନ୍ ଚାଇଲ୍ଡ ପଲିସିରେ ପରିବର୍ତ୍ତନ ଆଣି ଦୁଇଟି ସନ୍ତାନ ପାଇଁ ଅନୁମତି ଦେଇଥିଲା । ଏବେ ଯାହାକୁ ଚୀନ୍ ଥାର୍ଡ୍ ଚାଇଲ୍ଡ୍ ପଲିସିରେ ପରିବର୍ତ୍ତନ କରିଛି । ଜନସଂଖ୍ୟା ମାମଲାରେ ଭାରତ ଚୀନ୍ ପରେ ଦ୍ୱିତୀୟ ସ୍ଥାନରେ ରହିଛି । ୧୩୫ କୋଟିର ଜନସଂଖ୍ୟାକୁ ଦେଖି ଭାରତରେ ବାଧ୍ୟତାମୁଳକ ପରିବାର ନିୟୋଜନ ଉପେର ଗୁରୁତ୍ୱ ଦିଆଯାଉଛି । ଗତ କେଇ ବର୍ଷ ମଧ୍ୟରେ ଭାରତରେ ସାକ୍ଷରତା ହାର ବଢିବା ସହିତ ପ୍ରଜନନ ହାର ମଧ୍ୟ କମିଛି । ୨୦୦୦ରେ ଭାରତରେ ପ୍ରଜନନ ହାର ୩.୨ ପ୍ରତିଶତ ଥିଲା, ଯାହା ୨୦୧୬ରେ ୨.୪ ପ୍ରତିଶତ ହୋଇଛି । ଶିକ୍ଷାର ପ୍ରସାର ସହିତ ଭାରତୀୟଙ୍କ ମଧ୍ୟରେ ଫ୍ୟାମିଲି ପ୍ଲାନିଂକୁ ନେଇ ସଚେତନତା ବଢୁଛି । ୧୯୯୦ରେ ଭାରତରେ ଜନସଂଖ୍ୟା ବୃଦ୍ଧି ହାର ୨.୦୭ ଥିଲା, । ୨୦୧୯ରେ ଏହା ହ୍ରାସ ପାଇ ୧.୦ ପ୍ରତିଶତକୁ

ଜନସଂଖ୍ୟା ବିସ୍ଫୋରଣ ଉପରେ ଅଧ୍ୟୟନ

Middle post content

ମେଡିକାଲ ଜର୍ଣ୍ଣାଲ ଲାନସେଟ୍ ଅନୁସାରେ ଏକବିଂଶ ଶତାବ୍ଦୀର ଅନ୍ତ ବେଳକୁ ଭାରତ ଜନସଂଖ୍ୟା ୧୦୯ କୋଟି ହେବ । ଏହି ସଂଖ୍ୟାରେ ପହଂଚିବାକୁ ଲାନସେଟ୍ ୧୫ ବର୍ଷରୁ ୪୯ ବର୍ଷୀୟ ଭାରତୀୟ ମହିଳାଙ୍କ ପ୍ରଜନନ ହାର ସହିତ ସାକ୍ଷରତା, ପରିବାର ନିୟୋଜନ ଆଦି ମାନକକୁ ସାମିଲ କରିଥିଲା । ଯାହା ଆଧାରରେ ଲାନସେଟ୍ ଦାବି କରିଥିଲା ଯେ, ଭାରତରେ ଜନସଂଖ୍ୟା ବୃଦ୍ଧି ବଡ ସମସ୍ୟା ନୁହେଁ । ତେବେ ଲାନସେଟ୍ ଏହା ମଧ୍ୟ କହିଛି ଯେ, ୨୦୪୮ ବେଳକୁ ଭାରତର ଜନସଂଖ୍ୟା ୧୬୦ କୋଟି ହେବ । କିନ୍ତୁ ଏହାପରେ ଭାରତର ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବ ।

ଆଇନକୁ ନେଇ ଉଠୁଛି ରାଜନୈତିକ ଦାବି

ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ରାଜନୈତିକ ଦଳ କଠୋର ଆଇନ ଦାବି କରୁଛନ୍ତି । ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଏହି ଦାବି ଅଧିକ ଜୋର ଧରିଛି । ୧୫ ଅଗଷ୍ଟ, ୨୦୧୯ରେ ଲାଲକିଲ୍ଲାରୁ ଭାଷଣ ଦେଇ ନରେନ୍ଦ୍ର ମୋଦି କହିଥିଲେ ଯେ, ଭାରତରେ ଜନସଂଖ୍ୟା ବିସ୍ଫୋରଣ ହେବାକୁ ଯାଉଛି । ଯାହା ଆଗାମୀ ପୀଢି ପାଇଁ ଅନେକ ସଂକଟର କାରଣ ହେବ । ବିଜେପି ଜନସଂଖ୍ୟା ନିୟନ୍ତ୍ରଣ ନୀତି ପାଇଁ ଦାବି କରୁଛି । ଆରଏସଏସ ମୁଖ୍ୟ ମୋହନ ଭାଗବତ ନିକଟରେ ଜନସଂଖ୍ୟା ନିୟନ୍ତ୍ରଣ ନୀତି ପାଇଁ ପରାମର୍ଶ ଦେଇଥିଲେ । ବିଜେପିର ଅନେକ ନେତା ମଧ୍ୟ ମଝିରେ ମଝିରେ କଠୋର ଆଇନ ପ୍ରଣୟନ ପାଇଁ ଦାବି କରନ୍ତି ।

ଅନ୍ୟପକ୍ଷରେ ଆସାମରେ ନିକଟରେ ଲାଗୁ ହେବାକୁ ଥିବା ଆଇନକୁ ଯଦି ଦେଖିବା ତେବେ ଜଣା ପଡିବ ଯେ, ଏହି ଆଇନ ଆସାମର ଚା’ବଗିଚାରେ କାମ କରୁଥିବା ଅନୁସୂଚିତ ଓ ଆଦିବାସୀଙ୍କ ପାଇଁ ଏହି ଆଇନ ଲାଗୁ ହେବ ନାହିଁ । ଭାରତରେ ଧର୍ମ ଓ ଜାତି ରାଜନୀତି ଚରମରେ ଅଛି । ଯଦି କୌଣସି ଆଇନ ତିଆରି ହେଉଛି ତେବେ ଏହା ସମ୍ବିଧାନର ପରିଧି ଭିତରେ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହେବା ଉଚିତ । କିନ୍ତୁ ସରକାର ନିଜ ଭୋଟ୍ ବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ କିଛି ବିଶେଷ ବର୍ଗକୁ ଏଥିରୁ ରିହାତି ଦେଇଥାନ୍ତି । ମିଜୋରାମର ଜଣେ ମନ୍ତ୍ରୀ ନିଜ ବିଧାନସଭା କ୍ଷେତ୍ରରେ ସର୍ବାଧିକ ସନ୍ତାନ ବିଶିଷ୍ଟ ପରିବାରକୁ ଏକ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ମିଜୋରାମରେ ଜନସଂଖ୍ୟା ଘନତ୍ୱ ବହୁତ କମ । ଏମିତିରେ ମନ୍ତ୍ରୀଙ୍କ ଏଭଳି କହିବା କିଛି ଭୁଲ ନୁହେଁ । ଏଭଳି ପରିସ୍ଥିତିରେ ଏହା କହିବା ସମ୍ଭବତଃ ଭୁଲ ହେବ ନାହିଁ ଯେ, ଜନସଂଖ୍ୟା ନିୟନ୍ତ୍ରଣ ଆଇନ ସମ୍ପୂର୍ଣ୍ଣ ଭାବେ ରାଜନୈତିକ

କାହାର ଜନସଂଖ୍ୟା ବୃଦ୍ଧି ହାର ଅଧିକ

ଦେଶରେ ଏହା ସାଧାରଣ ଧାରଣା ଯେ, ମୁସଲିମ୍ ଅଧିକ ସନ୍ତାନ ଜନ୍ମ କରନ୍ତି । ଭାରତର କୌଣସି ଗରିବ ଓ ଅଶିକ୍ଷିତ ପରିବାରରେ ପିଲାଙ୍କ ସଂଖ୍ୟା ସହରରେ ରହୁଥିବା ଶିକ୍ଷିତ ପରିବାର ତୁଳନାରେ ଅଧିକ । ଗାଁରେ ଗୋଟିଏ ପରିବାରରେ ଦୁଇରୁ ଅଧିକ ପିଲା ସାଧାରଣ କଥା । ତଥ୍ୟ ଅନୁସାରେ ୨୦୦୧ରେ ହିନ୍ଦୁ ଜନସଂଖ୍ୟା ବୃଦ୍ଧି ହାର ୧୯.୯୨ ପ୍ରତିଶତ ଥିଲା । ଯାହା ୨୦୧୧ରେ ହ୍ରାସ ପାଇ ୧୬.୬୭ ପ୍ରତିଶତ ହୋଇଥିଲା । ସେହିଭଳି ମୁସଲିମଙ୍କ ମଧ୍ୟରେ ଜନସଂଖ୍ୟା ବୃଦ୍ଧିହାର ୨୦୦୧ରେ ୨୯.୦୫ ପ୍ରତିଶତ ଥିଲା । ଯାହା ୨୦୧୧ରେ ୨୪.୦୬ ପ୍ରତିଶତ ହୋଇଥିଲା । ମୁସଲିମଙ୍କ ମଧ୍ୟରେ ଜନସଂଖ୍ୟା ବୃଦ୍ଧିହାର ହିନ୍ଦୁଙ୍କ ତୁଳନାରେ ୮ ପ୍ରତିଶତ ଅଧିକ । ଅନ୍ୟପକ୍ଷରେ ହିସାବ ଅନୁସାରେ ସଂଖ୍ୟା ଦୃଷ୍ଟିରୁ ମୁସଲିମଙ୍କ ଜନସଂଖ୍ୟା ବୃଦ୍ଧିହାର ଅଧିକ କମିଛି । କିନ୍ତୁ ମାହୋଲ ଏମିତି ତିଆରି କରାଯାଇଛି ଯେ, ଲାଗୁଛି ମୁସଲିମଙ୍କ ଜନସଂଖ୍ୟ ତିବ୍ର ଗତିରେ ବୃଦ୍ଧି ପାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami