ଦିଙ୍କ ରାଜ୍ୟରେ ବ୍ୟାନ୍ ହେଲା କେରଳା ଷ୍ଟୋରି, ବେଙ୍ଗଲ ଫାଇଲ୍ସର ଡର

Above Post Content

ହଲିଉଡ୍ ଫିଲ୍ମ ଗାର୍ଡିଆନ୍ସ ଅଫ୍ ଗାଲାକ୍ସି ଓ ଆଉ ଦୁଇଟି ହିନ୍ଦି ଫିଲ୍ମକୁ ଫ୍ୟୁଜ୍ କରି ବକ୍ସ ଅଫିସରେ ସ୍ଲିପର ବ୍ଲକ୍ ବଷ୍ଟର ସାବ୍ୟସ୍ତ ହୋଇଥିବା କେରଳା ଷ୍ଟୋରିକୁ ନେଇ ଦେଶର ରାଜନୀତି ଗରମ ହେବାରେ ଲାଗିଛି। ସୋମବାର କେରଳା ଷ୍ଟୋରି ବିବାଦ ଭିତରକୁ ଧଷେଇ ପସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ମମତା ଦିଦି ଏହି ଫିଲ୍ମକୁ ନିଜ ରାଜ୍ୟରେ ବ୍ୟାନ୍ କରିଛନ୍ତି। ମମତାଙ୍କ ଅନୁସାରେ ଏହି ଫିଲ୍ମରେ କେରଳର ଅପମାନ କରାଯାଇଛି ଓ ଏଥିପାଇଁ ତାଙ୍କ ରାଜ୍ୟରେ ଉତ୍ତେଜନା ସୃଷ୍ଟି ହୋଇପାରେଫିଲ୍ମକୁ ବ୍ୟାନ୍ କରିବା ଆଳରେ ମମତା ବିଜେପିକୁ ଟାର୍ଗେଟ୍ କରିଛନ୍ତି। କହିଛନ୍ତି ଯେ , ଏହା ହେଉଛି ଏକ ମିଥ୍ୟା କାହାଣୀ ଉପରେ ଆଧାରିତ ବିଜେପି ଫିଲ୍ମ।

ଦିଦିଙ୍କ ବେଙ୍ଗଲ ଫାଇଲସ୍ ଚିନ୍ତା

After 2nd paragraph post ads

ସୋମବାର ଦିନ ପଶ୍ଚିମ ବଙ୍ଗରେ କେରଳ ଷ୍ଟୋରିକୁ ବ୍ୟାନ୍ କରି ମମତା କହିଛନ୍ତି ଯେ, ଏହି ଫିଲ୍ମ ସାମ୍ପ୍ରଦାୟୀକ ସଦଭାବକୁ ବିଗାଡିବ। ତେଣୁ ତାଙ୍କ ସରକାର ଫିଲ୍କକୁ ରାଜ୍ୟରେ ବ୍ୟାନ୍ କରୁଛନ୍ତି। ଏହା ସହିତ ସେ କାଶ୍ମୀର ଫାଇଲସକୁ ନେଇ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, କାଶ୍ମୀର ଫାଇଲ୍ସ ଯେମିତି ପ୍ରପୋଗଣ୍ଡା ଫିଲ୍ମ ଥିଲା ସେମିତି କେରଳ ଷ୍ଟୋରି ଏକ ପ୍ରପୋଗଣ୍ଡା ଫିଲ୍ମ। ଯାହାକି କେବଳ ଗୋଟିଏ ସମ୍ପ୍ରଦାୟକୁ ବଦନାମ କରିବାକୁ ତିଆରି ହୋଇଛି। କେବଳ ଏତିକି ନୁହେଁ ସେ କାଶ୍ମୀର ଫାଇଲସ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଟାର୍ଗେଟ୍ କରିବାକୁ ଭୁଲି ନାହାନ୍ତି। ବିବେକଙ୍କ ଆଗାମୀ ଫିଲ୍ମ ଡେଲି ଫାଇଲ୍ସକୁ ନିଶାନାକୁ ନେଇ ସେ କହିଛନ୍ତି ଯେ, ଏହି ଫିଲ୍ମ ବେଙ୍ଗଲ ଫାଇଲ୍ସ ଉପରେ ଆଧାରିତ ବୋଲି କୁହାଯାଉଛି। ଯାହାର ନିର୍ଦ୍ଦେଶକ କିଛି ଦିନ ତଳେ ପଶ୍ଚିମ ବଙ୍ଗ ଆସିଥିଲେ। ସୂଚନାଯୋଗ୍ୟ ଯେ, ନିକଟରେ ବିବେକ ଅଗ୍ନିହୋତ୍ରୀ ତାଙ୍କର ନୂଆ ଫିଲ୍ମ ଡେଲି ଫାଇଲ୍ସ ନୂଆଖୋଲି ଦଙ୍ଗା ଉପରେ ଆଧାରିତ ବୋଲି କହିଥିଲେ।

Middle post content

ଦିଦିଙ୍କ ଆଗରୁ ଷ୍ଚାଲିନଙ୍କ ରାଜ୍ୟରେ ବ୍ୟାନ୍

ଦିଦି ସରକାରୀ ଭାବେ କେରଳ ଷ୍ଟୋରୀକୁ ବ୍ୟାନ୍ କରିଛନ୍ତି। କିନ୍ତୁ ତାଙ୍କ ଆଗରୁ ତାମିଲନାଡୁରେ ସରକାରଙ୍କ ପରୋକ୍ଷ ସମର୍ଥନରେ ଏହି ଫିଲ୍ମ ବ୍ୟାନ୍ ହୋଇ ସାରିଛି। ଫିଲ୍ମକୁ ତାମିଲନାଡୁରେ ରିଲିଜ୍ ନକରିବାକୁ ରାଜ୍ୟର ମଲ୍ଚଟିପ୍ଲେକ୍ସ ୟୁନିଅନ୍ ଘୋଷଣା କରିଥିଲା। ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଛି। ଏପରିକି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ ବୋଲି କହି ସାରିଛନ୍ତି

ବିବାଦ ପଛର କାରଣ

କେରଳ ଷ୍ଟୋରିର କାହାଣୀ ଲଭ୍ ଜିହାଦ ଉପରେ ଆଧାରିତ। ଏକ ନର୍ସିଂ କଲେଜରେ ପଢୁଥିବା ଦୁଇ ଜଣ ହିନ୍ଦୁ ଝିଅ ଓ ଜଣେ ଖ୍ରୀଷ୍ଟିଆନ୍ ଝିଅଙ୍କୁ କେମିତି କଲେଜରେ ବଳାତ୍କାର ପରେ ଧର୍ମାନ୍ତରିତ କରାଯାଉଛି ତାରି ଉପରେ ଏହାର କାହାଣୀ ଆଧାରିତ। ଫିଲ୍ମରେ ଏହି ଝିଅ ମାନେ ଇସଲାମିକ୍ ଷ୍ଟେଟର ଜିହାଦର ଶିକାର ହୋଇଥିବା ଦାବି କରାଯାଇଛି। ଫିଲ୍ମର ଟ୍ରେଲରରେ 32 ହଜାର ଝିଅ କେରଳରେ ଲଭ୍ ଜିହାଦର ଶିକାର ହୋଇ ନିରୁଦ୍ଧିଷ୍ଟ ହୋଇଥିବା ଦାବି କରାଯାଇଛି।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami