ସାମ୍ବାଦିକାଙ୍କୁ ମାଡ଼ ଘଟଣା: ୮ କୁ ଘଞ୍ଚିଲା ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି

Above Post Content

ଭୁବନେଶ୍ୱର: ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ଅଭିଯୋଗରେ ଗିରଫ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି ୮ ତାରିଖକୁ ଘୁଞ୍ଚିଛି । ଏହାର ପରବର୍ତ୍ତୀ ଶୁଣାଣି ୮ ତାରିଖରେ ହେବ ବୋଲି ଜଣାଯାଇଛି । ଅପଡେଟ୍ କେସ ଡାଏରି ଓ ପୁରୁଣା କେସ୍ ରେକର୍ଡ ଦାଖଲ ଲାଗି ତଲବ କରାଯାଇଛି ।

ପୋଲିସ ଦୁଇ ଘଣ୍ଟା କରିଥିଲା ଜେରା

After 2nd paragraph post ads
Middle post content

ମହିଳା ସାମ୍ବାଦକଙ୍କୁ ମାଡ଼ ମାରିବା ଓ ଅସଦାଚରଣ କରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଟୁଟୁ ନାୟକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିଲା । ମାମଲା ରୁଜୁ ହେବା ପରେ ଟୁଟୁଙ୍କୁ ଖାରବେଳନଗର ଥାନାରେ ହାଜର ହେବା ପାଇଁ ପୋଲିସ ପକ୍ଷରୁ ନୋଟିସ୍ କରାଯାଇଥିଲା । ଏହା ପରେ ତଦନ୍ତକାରୀ ଅଧିକାରୀ ତାଙ୍କୁ ଜେରା କରିବା ସହ ବୟାନ ରେକର୍ଡ କରିଥିଲେ । ପ୍ରାୟ ଦୁଇ ଘଣ୍ଟା ଜେରା ପରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ଖାରବେଳନଗର ଥାନାରେ କେସ୍ ନଂ-୫୫୩/୨୩ ଓ ଆଇପିସି ଦଫା-୩୪୧, ୩୫୪, ୩୨୩, ୨୯୪ରେ ମାମଲା ରୁଜୁ ହୋଇଥିଲା ।

ମହିଳା ସାମ୍ବାଦିକମାନେ ଡ଼ିସିପିଙ୍କୁ ଦେଲେ ଦାବିପତ୍ର

ଅନ୍ୟପକ୍ଷରେ ମହିଳା ସାମ୍ବାଦିକଙ୍କୁ ମାଡ଼ ଘଟଣାକୁ ଗୁରୁତର ସହ ନେଇଛନ୍ତି ମହିଳା କମିସନ । ଗଣମାଧ୍ୟମରେ ପ୍ରକାଶିତ ଖବର ଆଧାରରେ ନିଜ ଆଡ଼ୁ ମାମଲାକୁ ଗ୍ରହଣ କରିବା ସହ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି । ତଦନ୍ତ କରିବା ସହ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଆସନ୍ତା ୨୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଟୁଟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଜି ପୂର୍ବାହ୍ନରେ ରାଜଧାନୀର ମହିଳା ସାମ୍ବାଦିକମାନେ ଡିସିପି ପ୍ରତୀକ ସିଂହଙ୍କୁ ଭେଟି ଦାବିପତ୍ର ଦେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami