ପ୍ରେମିକଙ୍କୁ ସାଥୀରେ ନେଇ ଶାଶୁଘର ଗଲେ କନ୍ୟା, କାରଣ ଜାଣିଲେ ହେବେ ତାଜୁବ୍‌

Above Post Content

ଯଦି ମୁଁ ଶାଶୁଘର ଯିବି ମୋ ପୁରୁଣା ପ୍ରେମିକଙ୍କୁ ସାଥୀରେ ନେବି । ଏମିତି ଜିଦ୍ ଧରି ବସିଲେ କନ୍ୟା । ଏପରି ଅଜବ ସର୍ତ୍ତ ବର ଓ ଶାଶୁଘର ଲୋକଙ୍କ ନିକଟରେ ରଖିଲେ କନ୍ୟା । ଆଶ୍ଚର୍ଯ୍ୟଜନକ କଥା ହେଉଛି ବର ମଧ୍ୟ ଏଥିରେ ରାଜି ହୋଇଗଲେ । ଏହି ବିଷୟଟି ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଯେତେବେଳେ ଆପଣ ଶୁଣିବେ ଯେ ଆପଣ ବର ଅପେକ୍ଷା କନ୍ୟାଙ୍କୁ ଅଧିକ ପ୍ରଶଂସା କରିବେ, ଯିଏ ତାଙ୍କ ପୂର୍ବ ପ୍ରେମିକଙ୍କ ହାତ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

କନ୍ୟାଙ୍କ ଅଜବ ସର୍ତ୍ତ ଦେଖି ଲୋକେ ଆଶ୍ଚର୍ଯ୍ୟ

After 2nd paragraph post ads
Middle post content

ଏପରି ଘଟଣା ଘଟିିଛି କ୍ରିସ୍ ନାମକ ଜଣେ ଯୁବତୀଙ୍କ କ୍ଷେତ୍ରରେ । ତାଙ୍କୁ ୩୮ ବର୍ଷ । ସେ ୩୬ ବର୍ଷୀୟ ଜେମ୍ସ ଆର୍ମଷ୍ଟ୍ରଙ୍ଗଙ୍କୁ ବିବାହ କରିବାକୁ ଯାଉଥିଲେ । ବିବାହ ପୂର୍ବରୁ କ୍ରିସ୍ ଏପରି ଅଜବ ସର୍ତ୍ତ ରଖିଥିଲେ, ଯାହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କ୍ରିସ୍ କହିଛନ୍ତି, ସେ ତାଙ୍କ ପିଲାଦିନର ବନ୍ଧୁ ତଥା ତାଙ୍କ ଏକ୍ସ ବୟଫ୍ରେଣ୍ଡ ସହିତ ରହିବାକୁ ଚାହୁଁଛନ୍ତି । କ୍ରିସ୍‌ଙ୍କ ଏହି କଥାଶୁଣି ଜେମ୍ସଙ୍କର କୌଣସି ଅସୁବିଧା ନ ଥିଲା । ଏକ ସାକ୍ଷାତକାରରେ ଜେମ୍ସ କହିଥିଲେ ଯେ, ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପୂର୍ବ ପ୍ରେମିକଙ୍କୁ ମଧ୍ୟ ସେ ଖୁବ୍ ଭଲ ପାଆନ୍ତି ।

ଦୁର୍ଘଟଣାରେ ବିଗିଡ଼ି ଗଲା ପ୍ରେମିକଙ୍କ ମାନସିକ ସ୍ଥିତି 

କ୍ରିସ୍ ୨୦୦୬ରେ ତାଙ୍କର ପିଲାଦିନର ବନ୍ଧୁ ବ୍ରେଣ୍ଡନଙ୍କୁ ଭଲ ପାଉଥିଲେ । କିଛିଦିନ ପରେ କାର ଦୁର୍ଘଟଣା ହେତୁ ତାଙ୍କର ମାନସିକ ଅବସ୍ଥା ବିଗିଡ଼ି ଯାଇଥିଲା । ପ୍ରଥମେ କ୍ରିସ୍ ତାଙ୍କ ସହିତ ରହିଲେ, ତା’ପରେ ସେ ତାଙ୍କୁ ଛାଡ଼ି ଆଗକୁ ଯିବାକୁ ବଢ଼ିଲେ । ତଥାପି ସେ ବ୍ରେଣ୍ଡନଙ୍କଠାରୁ ଦୂରରେ ରହିପାରିଲେ ନାହିଁ । ତାଙ୍କର ଆଇନଗତ ଅଭିଭାବକ ହେବାକୁ ଆବେଦନ କଲେ । ଏହି ସମୟରେ ସେ ଜେମ୍ସଙ୍କୁ ଭେଟିଥିଲେ ଏବଂ ବିବାହ ସମୟରେ ଜେମ୍ସ ଏହା ମଧ୍ୟ ବୁଝିଥିଲେ । ସ୍ତ୍ରୀ ତାଙ୍କ ପୂର୍ବ ପ୍ରେମିକଙ୍କୁ ମଧ୍ୟ ଘରକୁ ଆଣିଥିଲେ । ଯିଏ ସୋସିଆଲ ମିଡିଆରେ ସେମାନଙ୍କ କାହାଣୀ ପଢ଼ନ୍ତି ଏହି ଦମ୍ପତିଙ୍କୁ ପ୍ରଶଂସା କରିବାକୁ ଆଦୌ ଭୁଲନ୍ତି ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami