ଅପରାଧିଙ୍କୁ ଦିଆଗଲା ନାଇଟ୍ରୋଜେନ ଗ୍ୟାସରେ ମୃତ୍ୟୁଦଣ୍ଡ

Above Post Content

ନ୍ୟୁୟର୍କ: ଆମେରିକାରେ ବଦଳିଲା ମୃତ୍ୟୁଦଣ୍ଡର ତରିକା । ଅପରାଧିଙ୍କୁ ଦିଆଯାଉଥିବା ମୃତ୍ୟୁଦଣ୍ଡରେ ଯନ୍ତ୍ରଣା କମ କରିବାକୁ ଭିନ୍ନ ଉପାୟ ଅବଲମ୍ବନ କରାଯାଇଛି । ଆମେରିକା ଆଲବାମା ରାଜ୍ୟରେ କେନେଥ ସ୍ମିଥ ନାମକ ଜଣେ ହତ୍ୟାକାରୀଙ୍କୁୁ ନାଇଟ୍ରୋଜେନ ଗ୍ୟାସ ସାହାଯ୍ୟରେ ମୃତ୍ୟୁଦଣ୍ଡ ଦିଆଯାଇଛି । ଅପରାଧିଙ୍କୁ ଦିଆଯାଉଥିବା ମୃତ୍ୟୁଦଣ୍ଡରେ ଯନ୍ତ୍ରଣା କମ କରିବାକୁ ଅନେକ କୌଶଳ ଅବଲମ୍ବନ କରାଯାଉଥିଲା । ହେଲେ ଆମେରିକାରେ ପ୍ରଥମ ଥର ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ମୃତ୍ୟୁଦଣ୍ଡ ଯେଉଁଥିରେ ଯନ୍ତ୍ରଣା କମ ହୋଇପାରିବ । ତେବେ ଏଭଳି ମୃତ୍ୟୁଦଣ୍ଡ ଦେବାରେ ଏହା ହେଉଛି ପ୍ରଥମ ମାମଲା ।

ନାଇଟ୍ରୋଜେନ ଗ୍ୟାସ ମାଧ୍ୟମରେ ପ୍ରଥମ ମୃତ୍ୟୁଦଣ୍ଡ

After 2nd paragraph post ads
Middle post content

୫୮ ବର୍ଷୀୟ କେନେଥ ସ୍ମିଥଙ୍କୁ ଫେସ୍ ମାସ୍କ ମାଧ୍ୟମରେ ନାଇଟ୍ରୋଜେନ୍ ଗ୍ୟାସ୍ ଦିଆଯାଇଥିଲା । ଆଉ ନାଇଟ୍ରୋଜେନ୍ ଗ୍ୟାସ୍ କାରଣରୁ ତାଙ୍କ ଶରୀରରେ ଅମ୍ଳଜାନର ଅଭାବ ଦେଖାଦେଇଥିଲା । ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଆମେରିକାର ଆଲାବାମା ଗଭର୍ଣ୍ଣର କେ ଇବେ କହିଛନ୍ତି ଯେ ନାଇଟ୍ରୋଜେନ ଗ୍ୟାସ ମାଧ୍ୟମରେ ପ୍ରଥମ ମୃତ୍ୟୁଦଣ୍ଡ ଦିଆଯାଇଛି । ମାରାତ୍ମକ ଇଞ୍ଜେକ୍ସନର ଏକ ସରଳ ବିକଳ୍ପ ଭାବରେ ରାଜ୍ୟ ଏହାକୁ ଆଗକୁ ବଢ଼ାଉଛି । ଦୋଷୀ କେନେଥ ସ୍ମିଥଙ୍କୁ ୧୯୮୮ ମସିହାରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ନଭେମ୍ବର ୨୦୨୨ରେ ମୃତ୍ୟୁଦଣ୍ଡ ଦିଆଯିବାର ଯୋଜନା ଥିଲା, କିନ୍ତୁ ଏହା ବିଫଳ ହୋଇଥିଲା ।

ଏହା ସବୁଠାରୁ କମ ଯନ୍ତ୍ରଣାମୁକ୍ତ ପଦ୍ଧତି

ସ୍ମିଥ, ଏଲିଜାବେଥ ସେନେଟଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତାଙ୍କୁ ହତ୍ୟା କରିବା ପାଇଁ ସେ ଏବଂ ଜଣେ ସହଯୋଗୀ ତାଙ୍କ ସ୍ୱାମୀଙ୍କଠାରୁ ୧ ହଜାର ଡଲାର ନେଇଥିଲେ । ଏଥିପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଉଲ୍ଲେଖ ଥାଉ କି ଜାତିସଂଘର ମାନବାଧିକାର ବିଶେଷଜ୍ଞ ତଥା ସ୍ମିଥଙ୍କ ଓକିଲ ମୃତ୍ୟୁଦଣ୍ଡ ନ ଦେବାକୁ ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଗୁରୁବାର ସନ୍ଧ୍ୟାରେ ଆମେରିକାର ସୁପ୍ରିମକୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଏହା ପରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଏନେଇ ଆଲାବାମା ପ୍ରଶାସକ କହିଛନ୍ତି, ଦୋଷୀକୁ ମୃତ୍ୟୁଦଣ୍ଡ ଦେବାର ଏହା ସବୁଠାରୁ କମ ଯନ୍ତ୍ରଣାମୁକ୍ତ ପଦ୍ଧତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami