ଦୀପ୍ ଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Above Post Content

ଭୁବନେଶ୍ୱର: ଏସିଆନ ଗେମ୍ସ ୨୦୨୩ରେ ଓଡ଼ିଶାର ମହିଳା ହକି ଖେଳାଳି ଦୀପ୍‌ଗ୍ରେସ ଏକ୍କାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏସିଆନ ଗେମ୍ସରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା । ଏଥିରେ ଦୀପ୍‌ଗ୍ରେସଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ୱୀକାର କରିବା ସହ ତାଙ୍କୁ ରାଜ୍ୟ ଯୁବପିଢ଼ିଙ୍କ ପାଇଁ ଏକ ଆଦର୍ଶ ବୋଲି କହି ଦୀପ ଗ୍ରେସଙ୍କୁ ମୁଖ୍ୟମନ୍ତ୍ରୀ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୀପ୍ ଗ୍ରେସ ଦେଶର ଆଥ୍‌ଲେଟିକ୍ସଙ୍କ ପାଇଁ ଆଶା ଏବଂ ଗର୍ବର ପ୍ରତୀକ ପାଲଟିଛନ୍ତି । କିଛି ଚମତ୍କାର ପ୍ରଦର୍ଶନ ସହିତ ଦୀପ ଗ୍ରେସ ତାଙ୍କର ଦୃଢ଼ତା ପ୍ରମାଣ କରିଛନ୍ତି । ଗତକାଲି ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ଦଳର ଖେଳାଳି ଓ ସମସ୍ତ କର୍ମଚାରୀଙ୍କ ପାଇଁ ମଧ୍ୟ ୩ ଲକ୍ଷ ଲେଖାଏଁ ପୁରସ୍କାରା ରାଶି ଘୋଷଣା କରିଥିଲେ ।

Middle post content

୨୦୨୩ ଏସିଆନ ଗେମ୍ସରେ ଭାରତୀୟ ମହିଳା ହକି ଟିମ ସେମି ଫାଇନାଲକୁ ଯାଇଥିଲେ ହେଁ ଚାଇନା ଠାରୁ ହାରି ଯାଇଥିଲା । ଫଳରେ ସବିତା ପୁନିଆଙ୍କ ଭାରତୀୟ ଟିମକୁ ବ୍ରୋଞ୍ଜ ପଦକ ପାଇଁ ଜାପାନ ସହ ଲଢ଼େଇ କରିବାକୁ ପଡ଼ିଥିଲା । ଜାପାନ ୨୦୧୮ରେ ଭାରତକୁ ୨-୧ରେ ହରାଇଥିଲା । ଏବେ ଭାରତ ସମାନ ୨-୧ରେ ଜାପାନକୁ ହରାଇ ବ୍ରୋଞ୍ଜ ପଦକ ଜିତିଛି । ଆଜିର ବ୍ରୋଞ୍ଜ ଲଢ଼େଇରେ ଭାରତ ପାଇଁ ଦୀପିକା ଓ ସୁଶୀଲା ଚାନୁ ସ୍କୋର କରିଛନ୍ତି । ଜାପାନ ପାଇଁ ଏକମାତ୍ର ଗୋଲ ଅଧିନାୟକ ନାଗାଇ ୟୁରି ଦେଇଛନ୍ତି । ମ୍ୟାଚ୍ ଆରମ୍ଭରୁ ହିଁ ଭାରତ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା ।

After 2nd paragraph post ads

ସୁନ୍ଦରଗଡ଼ ଜିଲାର ଲୁଲକିଡିହି ଗ୍ରାମରୁ ଆସିଥିବା ୨୮ ବର୍ଷୀୟା ଦୀପ୍ ଗ୍ରେସ୍ ୨୦୧୧ରେ ଆର୍ଜେଣ୍ଟିନାରେ ଫୋରନେଶନ ଟୁର୍ନାମେଣ୍ଟରେ ଅନ୍ତର୍ଜାତୀୟ ସ୍ତରରେ ପ୍ରବେଶ କରିଥିଲେ । ସେବେଠାରୁ ସେ ଜାତୀୟ ଦଳର ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଆସିଛନ୍ତି । ମେ’ ୨୦୨୩ରେ ସେ ୨୫୦ ଅନ୍ତର୍ଜାତୀୟ କ୍ୟାପ ଶେଷ କରିଥିଲେ । ସେ ଭାରତୀୟ ଦଳର ଏକ ଅଂଶ ଯିଏକି ରିଓ ଅଲିମ୍ପିକ ଗେମ୍ସରେ ଅଂଶଗ୍ରହଣ କରିଥିଲେ । ସେ ମହିଳା ଏସିଆ କପ୍ ୨୦୧୩ରେ ବ୍ରୋଞ୍ଜ ପଦକ, ୨୦୧୬ ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ସ୍ୱର୍ଣ୍ଣ, ୨୦୧୭ରେ ଏସିଆ କପ୍‌ରେ ସ୍ୱର୍ଣ୍ଣ, ୨୦୧୮ରେ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ସିଲଭର, ୧୮ତମ ଏସୀୟ ଗେମ୍ସରେ ସିଲଭର ଜିତିଥିଲେ । ଜାକର୍ତ୍ତା-ପାଲେମ୍ବାଙ୍ଗ ଏବଂ ବର୍ମିଂହାମ ୨୦୨୨ କମନୱେଲ୍‌ଥ ଗେମ୍ସରେ ବ୍ରୋଞ୍ଜ ପାଇଥିଲେ । ୨୦୨୨ରେ ସ୍ପେନରେ ଅନୁଷ୍ଠିତ ଏଫ୍‌ଆଇଏଚ୍ ମହିଳା ଜାତୀୟ କପ୍‌ରେ ଭାରତର ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami