ଡ୍ରଗ୍ସ କାଣ୍ଡରେ କିଙ୍ଗ୍ ଖାନଙ୍କ ପୁଅ ଗିରଫ ହେବା ପରେ ସାମ୍ନାକୁ ପୁଣି ଆସିଲା ମାୟନଗରୀର କଳା ସତ

Above Post Content

ବଲିଉଡ଼ । ହଜାର ହଜାର ଯୁବକ-ଯୁବତୀଙ୍କ ସ୍ୱପ୍ନର ଡେଷ୍ଟିନେସନ । ଯେଉଁଠି ଥରେ କ୍ଲିକ୍ ହେବାର ଅର୍ଥ ଷ୍ଟାରଡମର ଗ୍ୟାରେଣ୍ଟି । କିନ୍ତୁ ସେଇ ଷ୍ଟାରଡମର ଆଉ ଗୋଟିଏ କଳା ସତ ମଧ୍ୟ ଅଛିଯାହା ଯେତିକି ଭୟଙ୍କର ସେତିକି ରହସ୍ୟମୟ । ଏହି କଳା ସତ ହେଉଛି ବଲିଉଡର ଡ୍ରଗ୍ ମାଫିଆ ସହିତ ସମ୍ପର୍କ ଓ କେମିତି ଡ୍ରଗ୍ସର ଜାଲରେ ପଡି ବରବାଦ ହେଉଛି ଅନେକଙ୍କ ଜୀବନ ।

କ୍ରୁଇଜ୍ ସିପରେ ସାଥିଙ୍କ ସହିତ ରାଭ୍ ପାର୍ଟି କରିବା ବଲିଉଡ୍ ସୁପରଷ୍ଟାରଙ୍କ ପୁଅକୁ ମହଙ୍ଗା ପଡିଛିନାର୍କୋଟିକ୍ସ କ୍ରାଇମ୍ ବ୍ୟୁରୋ ତାଙ୍କୁ ପ୍ରଥମେ ଜେରା କରିବା ପରେ ଗିରଫ କରିଛି । ତେବେ ଏମିତି ନୁହେଁ ଯେ, ଶାହରୁଖଙ୍କ ପୁଅ ଆର୍ୟନ ପ୍ରଥମ ଷ୍ଟାର କିଡ୍ ଯିଏ ଡ୍ରଗ୍ସ ନେଇ ଧରା ପଡିଛନ୍ତି । ତାଙ୍କ ଆଗରୁ ମଧ୍ୟ ଅନେକ ଡ୍ରଗ୍ସ ନେଇ ଧରା ପଡିଛନ୍ତି । ତେବା ଆସନ୍ତୁ ନଜର ପକାଇବା ବଲିଉଡକୁ କେମିତି ଓ କେଉଁଠାରୁ ଆସିଥାଏ ଡ୍ରଗ୍ସବଲିଉଡର ଡ୍ରଗ୍ସ ଡିଲର କିଏ ଓ ଡିଲର କେଉଁଠାରୁ ଡ୍ରଗ୍ସ ଆଣିଥାଏ ।

After 2nd paragraph post ads

ବଲିଉଡ୍, ଦାଉଦ୍ ଭାଇ ଓ ପାକିସ୍ତାନ ଲିଙ୍କ୍

ବଲିଉଡ୍ ଓ ମାଫିଆର ସମ୍ପର୍କ ଢେର ପୁରୁଣା । ୧୯୭୦ ଦଶକର ମଧ୍ୟ ଭାଗରୁ ହିଁ ବଲିଉଡ୍ ଓ ମାଫିଆ ନିକଟତର ହୋଇଥିଲେ । ପ୍ରଥମେ ହାଜି ମସ୍ତାନ ବଲିଉଡ୍ ଗ୍ଲାମର ଦ୍ୱାରା ପ୍ରଭାବିତ ହୋଇ ସମ୍ପର୍କ ସ୍ଥାପନ କରିଥିଲା । ସେ ରାଜ କପୁରଙ୍କ ମେରା ନାମ ଜୋକର ଫିଲ୍ମକୁ ଫାଇନାନ୍ସ କରିଥିବା କଥା ମଧ୍ୟ କୁହାଯାଏ । ଏମିତିକି ହାଜି ମସ୍ତାନ ଜଣେ ସି’ ଗ୍ରେଡ୍ ଅଭିନେତ୍ରୀଙ୍କୁ ବିବାହ ମଧ୍ୟ କରିଥିଲା । ତେବେ ହାଜି ଅମଳର ଡନ୍ ବଲିଉଡ୍ ସହିତ ସମ୍ପର୍କ ସ୍ଥାପନ କରି ନିଜ ସୋସିଆଲ ଷ୍ଟାଟସ ବଢାଇବାକୁ ଚାହୁଁଥିଲେ । କିନ୍ତୁ ହାଜି ଯୁଗର ପତନ ସହିତ ଆସିଥିଲା ଦାଉଦ୍ ଇବ୍ରାହିମର ଯୁଗ । ଆଉ ଏହି ସମୟରେ ଦାଉଦ୍ ବଲିଉଡ ଫିଲ୍ମରେ ଖାଲି ଟଙ୍କା ଲଗାଇନଥିଲା ସେ ମଧ୍ୟ ବଲିଉଡ୍ ଅଭିନେତା, ଅଭିନେତ୍ରୀ ଓ ଅନ୍ୟମାନଙ୍କୁ ଡ୍ରଗ୍ସ ଯୋଗାଉଥିଲା । ଅବଶ୍ୟ ମାଗଣାରେ ନୁହେଁ ।ଏଥିପାଇଁ ଭାଇ ଟଙ୍କା ମଧ୍ୟ ନେଉଥିଲାଦାଉଦ୍ ୧୯୯୩ର ବମ୍ବେ ବ୍ଲାଷ୍ଟ ପରେ ଦୁବାଇ ଛାଡି କରାଚୀ ପଳାୟନ ପରେ ବଲିଉଡକୁ ଡ୍ରଗ୍ସ ପାକିସ୍ତାନରୁ ଆସିବା ଆରମ୍ଭ ହୋଇଥିଲା ।

ବଲିଉଡ ଡ୍ରଗ୍ସର ପାକ୍ ଲିଙ୍କ୍

ବଲିଉଡ୍ ପାଇଁ ଡ୍ରଗ୍ସ ଡିଲର ହେଉଛି ପାକିସ୍ତାନହେରୋଇନ, ବ୍ରାଉନ ସୁଗରର ଗୋଲ୍ଡେନ୍ ଟ୍ରାଇଙ୍ଗଲରେ ବସିଥିବା ପାକିସ୍ତାନରୁ ବଲିଉଡକୁ ଆସିଥାଏ ଡ୍ରଗ୍ସ । ନିଶାର ସୌଦାଗର ନିଜ ପିଆଦାଙ୍କ ଜରିଆରେ ବଲିଉଡର ନାମୀଦାମୀଙ୍କୁ ଯୋଗାଇଥାନ୍ତି ଡ୍ରଗ୍ସ

Middle post content

ବଲିଉଡରେ ଗ୍ଲାମର ଅଛି । ଟଙ୍କା ଅଛି । ଏହା ସହିତ ଲାଇମ ଲାଇଟରେ ରହିବାର ଚାପ ମଧ୍ୟ ବଢାଇ ଦେଇଥାଏ ମାନସିକ ଚାପ । ମାନସିକ ଚାପରୁ ମୁକ୍ତି ପାଇଁ କିଛି ନିଶାର ସାହାରା ନେଇଥାନ୍ତି । ସେହି ଭଳି ବ୍ୟକ୍ତିମାନଙ୍କୁ ଡ୍ରଗ୍ ମାଫିଆ ଯୋଗାଏ ଡ୍ରଗ୍ସ ସିଧା ପାକିସ୍ତାନରୁ ଭାୟା ପଂଜାବ ଦେଇ ଡ୍ରଗ୍ସ ଆସେ ମାୟାନଗରି । ଯାହା ଡିଷ୍ଟ୍ର୍ୟୁବରଙ୍କ ଜରିଆରେ ପହଂଚେ ଗ୍ରାହକଙ୍କ ପାଖରେ

ବଲିଉଡରେ ଟଙ୍କାର ଅଭାବ ନାହିଁଯାହା ଡ୍ରଗ୍ ବେପାରୀମାନଙ୍କୁ ବଲିଉଡ ଆଡକୁ ଆକର୍ଷିତ କରିଥିଲାଡ୍ରଗ୍ ବେପାରୀମାନେ ବଲିଉଡର ଅଭିନେତା, ପ୍ରଡ୍ୟୁସର, ନିର୍ଦ୍ଦେଶକ, ଯେଉଁମାନେ ଟଙ୍କାର ଗାଦିରେ ଶୋଉଛନ୍ତି ସେମାନଙ୍କୁ ନିଜର ଟାର୍ଗେଟ ବନାଇଲେ.. ସେମାନଙ୍କୁ ନିଜର ପ୍ରଥମ ଗ୍ରାହକ ବନାଇ ବିପୁଳ ଅର୍ଥ ଉପାର୍ଜନ କରିଥିଲେ ଏବଂ ହଜାର ହଜାର ଗୁଣ ଅଧିକ ଲାଭ କରିଥିଲେ | ଅର୍ଥାତ୍ ୧ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ ବିକ୍ରି କରି ଡ୍ରଗ୍ସ ବେପାରୀ ମାନେ ହାରାହାରି ୧୦ ଲକ୍ଷରୁ ଅଧିକ ଲାଭ କରନ୍ତି |

ଡ୍ରଗ୍ସର ଏତେ ଅଧିକ ମୂଲ୍ୟ ଏବଂ ଏତେ ଲାଭ ବଲିଉଡ ବ୍ୟତୀତ ଅନ୍ୟ କୈାଣସି ସ୍ଥାନରେ ଉପଲବ୍ଧ ହେବନାହିଁ ବୋଲି ଡ୍ରଗ୍ସ ବେପାରୀ ମାନେ ଜାଣିଥାନ୍ତି | ତେଣୁ ଡ୍ରଗ୍ ବେପାରୀମାନଙ୍କର ପୁରା ଗ୍ୟାଙ୍ଗ ବଲିଉଡରେ ହିଁ ସକ୍ରିୟ ହେବାକୁ ଲାଗିଲା | ଏହାତ ଥିଲା ଶୁଭାରମ୍ଭ..ଧିରେ ଧିରେ ଏହି ନିଶାର ଚେର ଲମ୍ବିଲା ସିଧା ଅନ୍ତର୍ଜାତୀୟ ଡ୍ରଗ୍ ମାଫିଆଙ୍କ ଆଡକୁ..ସେମାନଙ୍କ ଆଖି ବଲିଉଡ ଉପରେ ପଡିବା ପରେ ପାକିସ୍ତାନରୁ ଡ୍ରଗ୍ ଚୋରା ଚାଲାଣ ଆରମ୍ଭ ହୋଇଗଲା।

ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟର ଖୋଳତାଡ ଚାଲିଥିଲା ସେତେବେଳେ ବାହାରିଲା ବଡ ବଡ ତାରକାଙ୍କ ଡ୍ରଗ୍ସ ଲିଙ୍କ.. ଏମିତିକି ସୁଶାନ୍ତଙ୍କ ମୃତ୍ୟୁ ଏହି ନିଶା ପାଇଁ ହିଁ ହୋଇଥିବାର ସୂଚନା ମିଳିଲା.. ରିୟା ଚକ୍ରବର୍ତ୍ତୀଙ୍କ ମାଧ୍ୟମରେ, ଏନସିବି ବଲିଉଡର ନିଶା ସେବକ ଗ୍ୟାଙ୍ଗର ସମ୍ପୂର୍ଣ୍ଣ ଚିଠା ବାହାର କରିଥିଲା ଏବଂ ନିଶା ସେବକ ଗ୍ୟାଙ୍ଗକୁ ଡ୍ରଗ୍ସ ଯୋଗାଉଥିବା ବେପାରୀମାନେ ଧିରେ ଧିରେ ଧରାପଡ଼ିବା ଆରମ୍ଭ ହେଲେ। ଡ୍ରଗ୍ସ ଚୋରା ଚାଲାଣକାରୀମାନେ ବହୁତ କ୍ଷତି ସହିବାକୁ ଲାଗିଲେ। ବଲିଉଡରେ ଡ୍ରଗ୍ସ କିଣିବା ଏବଂ ବିକ୍ରି କରିବା ବନ୍ଦ ହୋଇଗଲା, ଏହି କାରଣରୁ କିଛି ଡ୍ରଗ୍ ମାଫିଆ ଏନସିବିର ଜୋନାଲ ଅଧିକାରୀ ସମୀର ୱାନକେଡେଙ୍କୁ ରାସ୍ତାରୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିଲେ। ସୂଚନାନୁସାରେ, ଏହି ଆକ୍ରମଣର ଯୋଜନା ଦୁବାଇରେ କରାଯାଇଥିଲା, ଏହା ପରେ ମୁମ୍ବାଇରେ ଡ୍ରଗ୍ସ ମାଫିଆର ଅପରେଟରମାନେ ଯୋଜନାବଦ୍ଧ ଭାବରେ ସମୀର ୱାନକେଡେଙ୍କୁ ଆକ୍ରମଣ କରିଥିଲେ।

ସର୍ଭେ କହୁଛି ସତ

ବଲିଉଡ ବଜାରରେ ବିକ୍ରି ହେଉଥିବା ଡ୍ରଗ୍ସର ସବୁଠୁ ବଡ ଭାଗ ପାକିସ୍ତାନରୁ ଆସେ | ଡ୍ରଗ୍ ବେପାରୀଙ୍କ ଏକ ସର୍ଭେରେ ଏହାର ପ୍ରମାଣ ମିଳିଥିଲା। ବାସ୍ତବରେ, ଆଇଆଇଏମ୍ ରୋହତକଙ୍କ ଏକ ଟିମ୍ ଦେଶର ତିନିଟି ସହରରେ ଦୋଷୀ ସାବ୍ୟସ୍ତ ହୋଇଥିବା ୮୭୨ ଡ୍ରଗ୍ସ ନିଶାବେପାରୀଙ୍କୁ ନେଇ ଏକ ସର୍ଭେ କରିଥିଲେ, ଯେଉଁଥିରେ ପ୍ରାୟ ୮୪ ପ୍ରତିଶତ ଅର୍ଥାତ୍ ୭୩୨ ଡ୍ରଗ୍ସ ବିକ୍ରେତା ଦାବି କରିଛନ୍ତି ଯେ ବଲିଉଡରେ ପହଂଚୁଥିବା ଅଧିକାଂଶ ଡ୍ରଗ୍ସ ସାମଗ୍ରୀ ପାକିସ୍ତାନରୁ ହିଁ ଆସିଥାଏ |

ପାକିସ୍ତାନରୁ କାଶ୍ମୀର, ପଞ୍ଜାବ, ନେପାଳ, ଆଫଗାନିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କା ଦେଇ ସିଧାସଳଖ ବଲିଉଡକୁ ପହଂଚିଯାଏ । ୮୭୨ ଜଣ ଡ୍ରଗ୍ସ ବିକ୍ରେତା କହିଛନ୍ତି ଯେ ବଲିଉଡରେ ଡ୍ରଗ୍ସ ଯୋଗାଇବା ପାଇଁ ପବ୍ ଏବଂ ବାର୍ ହେଉଛି ସବୁଠାରୁ ସହଜ ପ୍ଲାଟଫର୍ମ | ଯେଉଁଠାରେ ନୂତନ ଗ୍ରାହକ ମିଳନ୍ତି ଓ ମଜବୁତ କନେକସନ୍ ମଧ୍ୟ ହୋଇଥାଏ, ତାପରେ ସେହିମାନେ ପାଲଟିଯାଆନ୍ତି ନିୟମିତ ଗ୍ରାହକ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami