ଥାଇଲ୍ୟାଣ୍ଡରେ କ’ଣ ପାଇଁ କୁକୁଡ଼ାଙ୍କୁ ଦିଆଯାଉଛି ଭାଙ୍ଗ ? କାରଣ ଜାଣିଲେ ହେବେ ଚକିତ…

Above Post Content

ଥାଇଲ୍ୟାଣ୍ଡରେ ବୃହତ୍ ସ୍ତରରେ କୁକୁଡା ଚାଷ ହୋଇଥାଏ । ସେଠାକର ଚାଷୀ ଆର୍ଥିକ ଲାଭ ପାଇଁ କୁକୁଡା ଚାଷ କରିଥାନ୍ତି । ବର୍ତ୍ତମାନ ଥାଇଲ୍ୟାଣ୍ଡର ଚାଷୀ ନିଜ କୁକୁଡ଼ା ଫାର୍ମରେ କୁକୁଡ଼ାଙ୍କୁ ଖାଇବାକୁ ଭାଙ୍ଗ ଦେଉଛନ୍ତି । ପୋଟ୍ ପଲ୍ୟୁଟ୍ରି ପ୍ରୋଜେକ୍ଟ ଅନ୍ତର୍ଗତରେ ସେମାନେ ଏମିତି କରୁଛନ୍ତି । ଯାହାକୁ ନେଇ ଅନେକ ଦେଶର ଚର୍ଚ୍ଚା ଚାଲିଛି । ବାକି ବିଶ୍ୱର ଲୋକ କୁକୁଡାଙ୍କୁ ଭାଙ୍ଗ ଦିଆଯିବ ଖବର ଶୁଣି ଚକିତ ହେଉଛନ୍ତି । ଥାଇଲ୍ୟାଣ୍ଡର ଉତ୍ତର ପ୍ରାନ୍ତରେ ଅବସ୍ଥିତ ଲମ୍ପାଗ ସହରର କୁକୁଡ଼ା ଚାଷୀ ଏଭଳି କରୁଛନ୍ତି । ଆସନ୍ତୁ ଜାଣିବା କ’ଣ ପାଇଁ ଏଭଳି ହେଉଛି..

କୁକୁଡାଙ୍କୁ ଭାଙ୍ଗ ଦେବାର କନେକ୍ସନ ଆଣ୍ଟିବାୟୋଟିକ୍ସ ସହିତ ରହିଛି । ଚାଷୀ ନିଜ କୁକୁଡାଙ୍କୁ ଆଣ୍ଟି ବାୟୋଟିକ୍ସ ଦେବାକୁ ଚାହୁଁନାହାନ୍ତି । କାରଣ ହେଉଛଇ ଯେ, ସେମାନେ କୁକୁଡାଙ୍କୁ ଆଣ୍ଟିବାୟୋଟିକ୍ସ ଦେବା ସତ୍ୱେ ମଧ୍ୟ ସେମାନଙ୍କୁ ଆଭିଆନ୍ ବ୍ରାଙ୍କାଇଟିସ୍ ରୋଗ ହୋଇଥିଲା । ଏଭଳି ମାମଲା ରୋକିବା ପାଇଁ ଚିୟାଙ୍ଗ୍ ମାଇ ବିଶ୍ୱବିଦ୍ୟାଳୟର କୃଷି ବୈଜ୍ଞାନିକ ଏକ ନୂଆ ପ୍ରୋଜେକ୍ଟ ଆରମ୍ଭ କରିଥିଲେ । ଏହି ପ୍ରୋଜେକ୍ଟ ଅନ୍ତର୍ଗତରେ କୁକୁଡାଙ୍କୁ ଭାଙ୍ଗ ଦିଆଯାଉଛି ।

After 2nd paragraph post ads

ଏହି ପ୍ରୋଜେକ୍ଟ ଜରିଆରେ କୁକୁଡାଙ୍କୁ ଭାଙ୍ଗ ଦିଆଯାଇ ଏହା ଦେଖାଯାଉଛି ଯେ, କୁକୁଡାଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କେଉଁ ଭଳି ପ୍ରଭାବ ପଡୁଛି । ଏଥିପାଇଁ ୧ ହଜାରରୁ ଅଧିକ କୁକୁଡାଙ୍କ ଉପରେ ପ୍ରୟୋଗ କରାଯାଉଛି । ଏହି ଏକ ହଜାର କୁକୁଡାଙ୍କୁ ଭାଙ୍ଗ ଦିଆଯାଇଛି । ସେମାନଙ୍କୁ ଅନେକ ଉପାୟରେ ଭାଙ୍ଗ ଦିଆଯାଇଛି । କିଛିଙ୍କୁ ଭାଙ୍ଗ ପତ୍ର ଖୁଆଯାଇଥିଲା ତ’ କିଛିଙ୍କୁ ପାଣିରେ ମିଶାଇ ଭାଙ୍ଗ ଦିଆଯାଇଥିଲା । ଭାଙ୍ଗର କୁକୁଡାର ସ୍ୱାସ୍ଥ୍ୟ ,ଅଣ୍ଡ ତଥା ମାଂସ ଉପରେ କେଉଁଭଳି ପ୍ରଭାବ ପଡୁଛି ତାହା ଦେଖିବା ପାଇଁ ଏହି ପରୀକ୍ଷଣ କରାଯାଉଛି ।

Middle post content

ବୈଜ୍ଞାନିକଙ୍କ ଦାବି ଯେ, ଯେଉଁ କୁକୁଡାଙ୍କୁ ଭାଙ୍ଗ ଦିଆଯାଇଥିଲା ସେମାନଙ୍କ ମଧ୍ୟରୁ ମାତ୍ର କିଛିଙ୍କୁ ହିଁ ଆଭିଆନ ବ୍ରାଙ୍କାଇଟିସ୍ ହୋଇଥିଲା ।

ଥାଇଲ୍ୟାଣ୍ଡର କୁକୁଡ଼ା ଚାଷ ସହିତ ଜଡିତ ଚାଷୀ ଏବେ ଏହି ପ୍ରୋଜେକ୍ଟ ସହିତ ମିଶୁଛନ୍ତି । ଯେମିତିକି ସେମାନଙ୍କୁ କୁକୁଡାଙ୍କୁ ଆଣ୍ଟି ବାୟୋଟିକ୍ସ ଦେବାକୁ ପଡିବ ନାହିଁ । କୃଷକଙ୍କ କହିବା ହେଉଛି ଯଦି ଏମିତି କରି କୁକୁଡାଙ୍କୁ ବଂଚାଯାଇ ପାରିବ ତେବେ ସେଥିରେ କିଛି ଅସୁବିଧା ନାହିଁ ନିକଟରେ ଥାଇଲ୍ୟାଣ୍ଡରେ ଭାଙ୍ଗକୁ ଆଇନଗତ ସ୍ୱିକତୀ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, କୁକୁଡାଙ୍କୁ ଦିଆ ଯାଉଥିବା ଆଣ୍ଟି ବାୟୋଟିକ୍ସ କାରଣରୁ କୁକୁଡା ମାଂସ ଖାଉଥିବା ବ୍ୟକ୍ତିଙ୍କର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଛି । ଆଣ୍ଟିବାୟୋଟିକ୍ସ ଯୁକ୍ତ ମାଂସ ଖାଇବା ଦ୍ୱାରା ମଣିଶ ଶରିରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଉଛି ବୋଲି ବୈଜ୍ଞାନିକ କହୁଛନ୍ତି । ଆଗାମୀ ମହାମାରୀ ଆଣ୍ଟି ବାୟୋଟିକ୍ସ କାରଣରୁ ଜନ୍ମ ନେବ ବୋଲି ବୈଜ୍ଞାନିକଙ୍କ ମତ । ଭବିଷ୍ୟତରେ ଯଦି ମହାମାରୀ ଆସେ ତେବେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କାରଣରୁ କୋଟି କୋଟି ସଂଖ୍ୟାରେ ଲୋକ ପ୍ରାଣ ହରାଇବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami