ଗାଈର ଅନ୍ତନଳୀରୁ ତିଆରି ହୁଏ ଟେନିସ୍ ର଼୍ୟାକେଟ୍

Above Post Content

ସାଧାରଣତଃ ଶୀତଋତୁରେ ଗୋଟିଏ ଖେଳର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଥାଏ । ଲୋକମାନେ ସନ୍ଧ୍ୟାରେ ହେଉ ବା ସକାଳେ ନିଜ ଘର ବାହାରେ ଟେନିସ୍ ବା ବାଡ଼ମିଣ୍ଟନ ଖେଳୁଥିବା ଦେଖିବାକୁ ମିଳିଥାଏ । ଅନେକ ଲୋକ ଟେନିସ୍ ଖେଳିବାକୁ ପସନ୍ଦ କରନ୍ତି । କିନ୍ତୁ ନିକଟରେ ଏହି ଖେଳ ସହିତ ଜଡ଼ିତ ଏକ ତଥ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅନ୍ତନଳୀରୁ ନିର୍ମିତ ର‌୍ୟାକେଟ ହୋଇଥାଏ ଆରାମଦାୟକ

After 2nd paragraph post ads
Middle post content

ଅନେକ ଲୋକଙ୍କ ଧାରଣା ଟେନିସ୍ ର଼୍ୟାକେଟ୍‌ର ଷ୍ଟ୍ରିଙ୍ଗଗୁଡ଼ିକ ପ୍ଲାଷ୍ଟିକରେ ନିର୍ମିତ । ମାତ୍ର ଏହି ର଼୍ୟାକେଟ ଷ୍ଟ୍ରିଙ୍ଗଗୁଡିକ ପ୍ଲାଷ୍ଟିକରୁ ନୁହେଁ, ବରଂ ଗାଈର ଅନ୍ତନଳୀରୁ ତିଆରି । ଏହାକୁ ପ୍ରସ୍ତୁତ କରିବା ପାଇଁ ଗାଈର ଅନ୍ତନଳୀରେ ଥିବା ସରୋସ ନାମକ ଢାଞ୍ଚାକୁ ବାହାର କରି ଶୁଖାଇ ଦିଆଯାଏ । ଏହି ମେମ୍ବ୍ରେନ କୋଲାଜେନ ଧାରଣ କରିଥାଏ ଯାହା ଅନ୍ତନଳୀକୁ ବିସ୍ତାର କରିବାରେ ସାହାଯ୍ୟ କରେ । ଏହି ନମନୀୟତା ଟେନିସ୍ ର଼୍ୟାକେଟ୍‌କୁ ବାଉନ୍ସ ଦେବାରେ ସାହାଯ୍ୟ କରେ । ଦୁନିଆର ଅଧିକାଂଶ ଟେନିସ୍ ର‌୍ୟାକେଟ ଗାଈ ଅନ୍ତନଳୀରୁ ନିର୍ମିତ । ଏହା ଖେଳକୁ ଅଧିକ ଆରାମଦାୟକ କରିଥାଏ ।

ଦୁଇଟି ଗାଈର ଅନ୍ତନଳୀରେ ତିଆରି ହୁଏ ଗୋଟିଏ ର‌୍ୟାକେଟ୍‌

ଟେନିସ୍ ର଼୍ୟାକେଟ୍‌ର ଇତିହାସ ବିଷୟରେ କହିବାକୁ ଗଲେ ଏହା ପ୍ରଥମେ ମେଣ୍ଢା ଅନ୍ତନଳୀରୁ ୧୮୭୫ରେ ତିଆରି କରାଯାଉଥିଲା । କିନ୍ତୁ ୧୯୬୦ ପରେ, ଗାଈର ଅନ୍ତନଳୀ ଷ୍ଟ୍ରିଙ୍ଗ୍ ଏଥିରେ ବ୍ୟବହୃତ ହେବାକୁ ଲାଗିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦୁଇଟି ଗାଈର ଅନ୍ତନଳୀ ଗୋଟିଏ ର଼୍ୟାକେଟର ଷ୍ଟ୍ରିଙ୍ଗ ତିଆରି କରିବା ପାଇଁ ବ୍ୟବହୃତ ହୁଏ । କେତେକ ଟେନିସ୍‌ରେ କୃତ୍ରିମ ଷ୍ଟ୍ରିଙ୍ଗ୍ ବ୍ୟବହୃତ ହୁଏ କିନ୍ତୁ ଖେଳାଳିମାନେ ଅନ୍ତନଳୀରେ ତିଆରି ର଼୍ୟାକେଟ୍‌କୁ ଅଧିକ ପସନ୍ଦ କରନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami