ଅଲମ୍ପିକ୍ସରେ ମାନବତାର ଉଦାହରଣ, ଏକା ସ୍ୱର୍ଣ୍ଣ ପଦକ ନେବାକୁ ମନା କଲେ ପ୍ରତିଦ୍ୱନ୍ଦ୍ୱୀ

Above Post Content

ଦୁନିଆରେ ସବୁ ଖେଳାଳୀଙ୍କ ସ୍ୱପ୍ନ ହେଉଛି ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା । ଏହା ହେଉଛି କ୍ରୀଡା ଜଗତର ମହାକୁମ୍ଭ । ଯେଉଁଠି ପଦକ ଜିତିବା ଅର୍ଥ ହେଉଛି ବିଶ୍ୱ ଆଗରେ ନିଜର ଶ୍ରେଷ୍ଠତା ଜାହିର କରିବା । ପଦକ ପାଇଁ ଅଲମ୍ପିକ୍ସରେ ଚାଲେ କଡା ପ୍ରତିଦ୍ୱନ୍ଦ୍ୱିତା । ଏମିତିରେ ଯଦି କୌଣସି ଖେଳାଳୀ ଅଲମ୍ପିକ୍ସ ଗୋଲ୍ଡ ମେଡାଲ ନେବାକୁ ମନା କରିଦିଅନ୍ତି , ତାହା ପୁଣି ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମାନ ପଦକ ମିଳିଲେ ହିଁ ନେବେ ବୋଲି ତେବେ ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗେ ସେତିକି ଖେଳ ଭାବନା ଉପରେ ବିଶ୍ୱାସ ଆସେ ।

ନିକଟରେ ଟୋକିଓ ଅଲମ୍ପିକ୍ସରେ ଖେଳୁଆଡ୍ ମନୋଭାବର ଏକ ଚମତ୍କାର ଉଦାହରଣ ଦେଖିବାକୁ ମିଳିଛି । ଯାହା ଆପଣଙ୍କର ମାନବତା ଉପରେ ବିଶ୍ୱାସକୁ ମଜବୁତ କରିବ । କତରର ଏଥଲିଟ୍ ମୁତାଜ ଏସ୍ସା ବାରସିମ୍ ଏହି ଉଦାହରଣ ପେସ କରିଛନ୍ତି । ସେ ଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ସହିତ ପୁରା ଦୁନିଆର ଦିଲ୍ ଜିତିଛନ୍ତି । ବାରସିମ୍ ଫାଇନାଲ କାଳରେ ଆହତ ହୋଇଥିବା ଇଟାଲିର ଗିୟନମାର୍କୋ ତାମ୍ବରିଙ୍କୁ ମଧ୍ୟ ସ୍ୱର୍ଣ୍ଣ ପଦକ ଦିଆଇଛନ୍ତି । ଚାଲନ୍ତୁ ଜାଣିବା କ’ଣ ଥିଲା ସେହି ଘଟଣା ଓ କେମିତି ଗୋଟିଏ ଖେଳରେ ଦୁଇ ଜଣ ପାଇଥିଲେ ସ୍ୱର୍ଣ୍ଣ ପଦକ ।

After 2nd paragraph post ads

ଉଭୟ ଲଗାଇଥିଲେ ୨.୩୭ ମିଟରର ଲମ୍ଫ

ପୁରୁଷ ହାଇ ଜମ୍ପ୍ ଇଭେଣ୍ଟ କାଳରେ ଏହି ଘଟଣା ଘଟିଥିଲା । ବାରିଶିମ୍ ଓ ତାମ୍ବେରି ଉଭୟ ୨.୩୭ ମିଟର ଜମ୍ପ୍ ମାରି ସଂଯୁକ୍ତ ଭାବେ ପ୍ରଥମ ସ୍ଥାନରେ ରହିଥିଲେ । ଫଳରେ ଟାଇ ବ୍ରେକ୍ ପାଇଁ ଇଭେଣ୍ଟ୍ ଅଧିକାରୀ ଉଭୟଙ୍କୁ ଆହୁରି ତିନୋଟି ଜମ୍ପ୍ ପ୍ରଦାନ କରିବାକୁ କହିଥିଲେ । ତେବେ ଦୁହିଁଙ୍କ ମଧ୍ୟରୁ କେହି ମଧ୍ୟ ତିନିଥର ଜମ୍ପ୍ ମାରିଥିଲେ ମଧ୍ୟ ୨.୩୭ ମିଟରରୁ ଅଧିକ ଡେଇଁ ପାରିନଥିଲେ । ଯେତେବେଳେ ତିନି ଜମ୍ପ ପରେ ମଧ୍ୟ ବିଜେତା ବଛା ଯାଇ ପାରିଲା ନାହିଁ ସେତେବେଳେ ଉଭୟଙ୍କ ପୁଣିଥରେ ଆଉ ଗୋଟିଏ ଗୋଟିଏ ଜମ୍ପ୍ ମାରିବାକୁ କୁହାଯାଇଥିଲା । କିନ୍ତୁ ସେତେବେଳକୁ ଇଟାଲି ଖେଳାଳୀ ଆହତ ହୋଇ ସାରିଥିଲେ । ଶେଷ ଜମ୍ପ୍ କାଳରେ ତାଙ୍କ ପାଦରେ ଆଘାତ ଲାଗିଥିଲା । ଏମିତିରେ ସେ ନିଜ ନାଁ ଖେଳରୁ ପ୍ରତ୍ୟାହର କରିଥିଲେ । ଏବେ ବାରଶିମଙ୍କ ପାଖରେ ଗୋଟିଏ ଭଲ ଜମ୍ପ୍ ମାରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିବାର ସୁଯୋଗ ଥିଲା । କିନ୍ତୁ ସେ ଅଧିକାରୀମାନଙ୍କଠାରୁ ଏହା ଜାଣିବାକୁ ଚାହିଁଥିଲେ ଯେ, ଯଦି ସେ ମଧ୍ୟ ଖେଳରୁ ନିଜ ନାମ ଫେରାଇ ନିଅନ୍ତି ତେବେ କ’ଣ ହେବ ?

Middle post content

ଅଧିକାରୀ ରୁଲ୍ ବୁକ୍ ଖୋଜିଲେ

କତ୍ତର ଖେଳାଳୀଙ୍କ ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଇଭେଣ୍ଟ୍ ଅଧିକାରୀ ରୁଲ୍ ବୁକ୍ ଦରାଣ୍ଡି ଥିଲେ । ଆଉ ଉତ୍ତର ପାଇବା ପରେ କତର ଖେଳାଳୀଙ୍କୁ କୁହାଯାଇଥିଲା ଯେ, ଯଦି ସେ ମଧ୍ୟ ତାଙ୍କ ନାମ ପ୍ରତ୍ୟାହାର କରନ୍ତି ତେବେ ନିୟମ ଅନୁସାରେ ଉଭୟଙ୍କ ସ୍ୱର୍ଣ୍ଣ ପଦକ ମିଳିବ ।ହାପରେ ତାମ୍ବରି ନିଜ ନାମ ଖେଳରୁ ଫେରାଇ ନେଇଥିଲେ । ଆଉ ଉଭୟଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା ।

Tamberi and Barshim broke into a hug, Italy’s Gianmarco Tamberi, Qatar’s Mutaz Essa Barshim, share Olympic gold, tokyo olympics 2020, rising odisha
Tamberi and Barshim Broke into a Hug.

ଆମେ ଆଗାମୀ ପୀଢିକୁ ସନ୍ଦେଶ ଦେଇଛୁ

ବାରଶିମ୍ ନିଜର ଏହି ଐତିହାସିକ ନିଷ୍ପତ୍ତି ବାବଦରେ ପରେ କହିଥିଲେ ଯେ, ଖେଳରେ ଜିତିବା ହିଁ ସବୁକିଛି ହୋଇନଥାଏ । ଆମେ ଆଗାମୀ ପୀଢିକୁ ସନ୍ଦେଶ ଦେଇଛୁ ଯେ, କେଉଁଭଳି ଖେଳିବା ଆବଶ୍ୟକ । କେମିତି ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମଧ୍ୟ ସମ୍ମାନ ଦେବାର ଆବଶ୍ୟକତା ରହିଛି ଓ ଯିଏ ହକଦାର ତାଙ୍କ ସହିତ ସଫଳତାକୁ ବାଣ୍ଟିବା ଆବଶ୍ୟକ । ତାମ୍ବେରି ଖୁସୀରେ ବାରଶିମଙ୍କୁ କୁଣ୍ଢାଇ ପକାଇଥିଲେ ଓ ଉଭୟ ଅଲମ୍ପିକ୍ ଷ୍ଟାଡିୟମର ଚକ୍କର କାଟି ନିଜ ଭାବନାକୁ ଜାହିର କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami