ବଦ୍ରୀ-୩୧୩ : ତାଲିବାନର କମାଣ୍ଡୋ ଫୋର୍ସ, ଯାହାକୁ ଟ୍ରେନିଂ ଦେଇଛି ପାକିସ୍ତାନ

Above Post Content

ତାଲିବାନ ଆତଙ୍କବାଦୀ କହିଲେ ଆଖି ଆଗକୁ ଆସିଯାଏ ସାଲୱାର କମିଜ ପିନ୍ଧିଥିବା , ମୁଣ୍ଡରେ ପଗଡି ଓ ହାତରେ ଏକ-୪୭ ଧରିଥିବା ଏଭଳି ବ୍ୟକ୍ତିର ଚିତ୍ର ଯାହାକୁ ଦେଖିଲେ ଲାଗିବ ସମୟ ୧୪ଶହ ବର୍ଷ ପଛକୁ ଚାଲିଯାଇଛି । ନିକଟରେ କାବୁଲ ତାଲିବାନ ହାତରେ ପଡିବା ପରେ ଏହା କ୍ୟାଡର ବଡ଼ ବଡ଼ ମଲ ଦେଖି ଆବାକାବା ହେଇଯାଉଛନ୍ତି । ସେମାନେ ଆଇସକ୍ରିମ୍ ଖାଉଛନ୍ତି, ପିଲାଙ୍କ ଦୋଳିରେ ଝୁଲୁଛନ୍ତି । ତାଲିବାନ ଆତଙ୍କାଦୀଙ୍କ ଏହି ରୂପ ଦେଖି ଅନେକଙ୍କୁ ସୋସିଆଲ ମିଡିଆରେ ମେମ୍ ସେୟାର କରିବାର ବାହାନା ଦେଇଛି । କିନ୍ତୁ ତାଲିବାନର ଆଉ ଗୋଟିଏ ରୂପ ଦେଖି ଏବେ ଦୁନିଆ ଚମକି ପଡିଛି । ତାହା ହେଉଛି ତାଲିବାନର ହାଇଟେକ୍ କମାଣ୍ଡୋ ଫୋର୍ସ ବଦ୍ରି-୩୧୩ର ଚିତ୍ର ।

After 2nd paragraph post ads

ଆପଣ ଯେଉଁ ଫଟୋ ଦେଖୁଛନ୍ତି ତାହା ହେଉଛି ତାଲିବାନର କମାଣ୍ଡୋ ଫୋର୍ସ ବଦ୍ରୀ-୩୧୩ର ଚିତ୍ର । ଏଥିରେ ଆପଣ ତାଲିବାନ ଆତଙ୍କବାଦୀଙ୍କୁ ଆମେରିକୀୟ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍, ଭୟଙ୍କର ଏମ-୪ ରାଇଫଲ, ବଡି ଆର୍ମର, ନାଇଟ ଭିଜନ ଗଗଲସରେ ଦେଖିବାକୁ ମିଳିଛି । ଏହି କମାଣ୍ଡୋ ଫୋର୍ସକୁ କାବୁଲରେ ମୁତ୍ତୟନ କରାଯାଇଛି । ବିଶେଷଜ୍ଞଙ୍କ ଅନୁସାରେ ଏହି କମାଣ୍ଡୋ ଫୋର୍ସକୁ ବିଶେଷ କାରଣ ପାଇଁ କାବୁଲରେ ମୁତ୍ତୟନ କରାଯାଇଛି । ଆସନ୍ତୁ ଜାଣିବା ବଦ୍ରୀ-୩୧୩ କ’ଣ ଓ ଏହାକୁ କାହିଁକି କାବୁଲରେ ମୁତ୍ତୟନ କରାଯାଇଛି ।

ଟପ୍ କମାଣ୍ଡରଙ୍କୁ ସୁରକ୍ଷା ଦେବ ବଦ୍ରୀ-୩୧୩

Middle post content

ତାଲିବାନ ଏହି କମାଣ୍ଡୋ ଫୋର୍ସକୁ ଆଫଗାନୀ ସେନାଠାରୁ ଲୁଟ୍ ସାମଗ୍ରୀକୁ ନେଇ ଗଠନ କରିଛି । ଏହି କମାଣ୍ଡୋ ଫୋର୍ସ ତାଲିବାନ ରାଷ୍ଟ୍ରପତି ମୁଲ୍ଲା ବରାଦର ଓ ଅନ୍ୟ ଟପ୍ କମାଣ୍ଡରଙ୍କୁ ସୁରକ୍ଷା ଯୋଗାଇ ଦେବ । ଆଫଗାନୀ ମିଡିଆ ଅନୁସାରେ ଏବେ କାବୁଲର ସଡକରେ ଏହି କମାଣ୍ଡୋ ଫୋର୍ସକୁ ଦେଖିବାକୁ ମିଳୁଛି । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ସହିତ ବିରୋଧୀଙ୍କୁ ନିଷ୍କ୍ରିୟ କରିବାକୁ ଏହାକୁ ତାଲିବାନ ହାଇକମାଣ୍ଡ୍ ନିଯୁକ୍ତ କରିଛି । କାବୁଲରେ ତାଲିବାନ ନେତା ଆଗକୁ ରହିବେ । ବିରୋଧୀ ନର୍ଦ୍ଦନ ଆଲାଏନ୍ସର ଆକ୍ରମଣର ଭୟ ଥିବାରୁ କମାଣ୍ଡୋ ଫୋର୍ସକୁ ମୁତ୍ତୟନ କରାଯାଇଛି ।

ବଦ୍ରୀ-୩୧୩ ନାମ କାହିଁକି ?

ଡେଲି ମେଲ୍ ଅନୁସାରେ ଏହି କମାଣ୍ଡୋ ୟୁନିଟିର ନାମ କରଣ ବଦ୍ର ନାମକ ଯୁଦ୍ଧକୁ ନେଇ ହୋଇଛି । ୧୪ଶହ ବର୍ଷ ତଳେ ପ୍ରଫେଟ୍ ମହମ୍ମଦ ମାତ୍ର ୩୧୩ ଜଣ ଯୋଦ୍ଧାଙ୍କୁ ନେଇ ବଦ୍ର ଯୁଦ୍ଧ ଜିତିଥିଲେ । ଏହି କମାଣ୍ଡୋ ଫୋର୍ସକୁ ପାକିସ୍ତାନୀ ସେନା ତାଲିମ ଦେଇଛି । ଏକ ଅଜ୍ଞାତ ସ୍ଥାନରେ ଟ୍ରେନିଂ ନେଇଥିବା ଏହି ଫୋର୍ସ ସହର ଯୁଦ୍ଧ ପାଇଁ ବିଶେଷ ପ୍ରଶିକ୍ଷଣ ପାଇଛି । ତାଲିବାନର ସାଧାରଣ ସୈନିକ ପାହାଡି ଯୁଦ୍ଧରେ ପାରଙ୍ଗମ ହୋଇଥିବା ବେଳେ ସହର ଭିତରେ ଗରିଲା ଯୁଦ୍ଧରେ ଏହି ୟୁନିଟ୍ ମାହିର ଅଟେ ।

ପାକ୍ କମାଣ୍ଡୋଙ୍କଠାରୁ ବି ଅଧିକ ଭୟଙ୍କର ?

ବଦ୍ରୀ-୩୧୩ କମାଣ୍ଡୋ ଫୋର୍ସ ନାଇଟ୍ ଭିଜନ ଡିଭାଇସ ସାହାଯ୍ୟରେ ରାତିରେ ମଧ୍ୟ ଗରିଲା ଆକ୍ରମଣ କରିପାରିବେ । ୧୯୮୦ ଦଶକରେ ମୁଜାହିଦ୍ଦିନଙ୍କ ସହିତ ସୋଭିଏତ ଋଷ ବିରୋଧରେ ଯୁଦ୍ଧ ଲଢିଥିବା ପାକିସ୍ତାନୀ ଜୈଦ୍ ହାମିଦ ଅନୁସାରେ ତାଲିବାନୀ କମାଣ୍ଡୋ ପାକିସ୍ତାନୀ କମାଣ୍ଡୋଙ୍କଠାରୁ ଅଧିକ ସକ୍ଷମ ଭଳି ଲାଗୁଛନ୍ତି । ଏଣେ ଭାରତୀୟ ସୁରକ୍ଷା ବିଶେଷଜ୍ଞ ତାଲିବାନର ଏଭଳି କମାଣ୍ଡୋ ଫୋର୍ସ ଦକ୍ଷୀଣ ଏସିଆର ସୁରକ୍ଷା ଦୃଷ୍ଟିରୁ ବିପଜ୍ଜନକ ବୋଲି କହଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami