ଟି-ଟ୍ୱେଣ୍ଟି ୱାର୍ଲଡ କପରେ ବିଷ୍ଫୋରଣ

Above Post Content

ବିଶ୍ୱକପ୍ ଆରମ୍ଭରୁ ବିପର୍ଯ୍ୟୟ

After 2nd paragraph post ads
Middle post content

() କ୍ରିକେଟ ଏକ ଅନିଶ୍ଚିତତା ଭରା ଖେଳ ଏକଥା ସତ କିନ୍ତୁ 2022 ଟି-ଟ୍ୱେଣ୍ଟି ବିଶ୍ୱକପର ପ୍ରଥମ ମ୍ୟାଚ୍ ଯେଉଁଭଳି ଭାବେ ବିପର୍ଯ୍ୟୟ ସୃଷ୍ଟି କଲା ତାହା ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରୁଛି । କ୍ୱାଲିଫାଇଙ୍ଗ ରାଉଣ୍ଡର ପ୍ରଥମ ମ୍ୟାଚରେ ପୂର୍ବତନ ବିଶ୍ୱକପ୍ ବିଜୟୀ ତଥା ବର୍ତ୍ତମାନର ଏସିଆ କପ ୱିନର ଶ୍ରୀଲଙ୍କାକୁ ଅତି ଶୋଚନୀୟ ଭାବେ ପରାସ୍ତ କରିଛି ଟିମ୍ ନାମିବିଆ । ଏହି ମ୍ୟାଚର ଫଳାଫଳ କ୍ରିକେଟ ପ୍ରେମୀଙ୍କୁ ସ୍ତବ୍ଧ କରି ଦେଇଥିବା ବେଳେ ସିଂହଳୀ ପ୍ଲେୟାରଙ୍କ ମନୋବଳ ଭାଙ୍ଗି ଦେଇଛି । କ୍ରିକେଟ ସମୀକ୍ଷକଙ୍କ ଅନୁମାନ କହୁଥିଲା ଯେ ଶ୍ରୀଲଙ୍କା ଅତି ସହଜରେ କ୍ୱାଲିଫାଇଙ୍ଗ ରାଉଣ୍ଡରୁ ଉତିର୍ଣ୍ଣ ହୋଇ ସୁପର ଟୁଏଲଭରେ ପହଞ୍ଚିବ । ଆଉ ଟିମ ଶ୍ରୀଲଙ୍କା ବି ଏଇ ବିଗତ କିଛି ମାସର ପରଫରମାନ୍ସକୁ ଦେଖି ନିଜକୁ ୱାର୍ଲଡ କପର ପ୍ରମୁଖ ଦାବିଦାର ମନେ କରୁଥିଲା । ହେଲେ ନାମିବିଆର ବିଷ୍ଫୋରକ ବ୍ୟାଟିଂ ଓ ଦୁର୍ଦ୍ଧଶ ବୋଲିଂ ସମୀକ୍ଷକଙ୍କ ମୁହଁ ଚୁପ କରି ଦେଇଥିବା ବେଳେ ସିଂହଳୀ ଦଳର ସ୍ୱପ୍ନକୁ ଧୂଳିସାତ କରି ଦେଇଛି । ଆଜିର ଉଦଘାଟନି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଟିମ ଶ୍ରୀଲଙ୍କା ଆଉ ନାମିବିଆ ପକ୍ଷରୁ ଓପନିଂ କରିବାକୁ ମୈଦାନକୁ ଓହ୍ଲାଇଥିଲେ ମାଇକେଲ ଭା ଲିଙ୍ଗେନ ଓ ଡିଭାନ ଲା କକ୍ । ହେଲେ ଟିମ ନାମିବିଆକୁ ପ୍ରାରମ୍ଭିକ ବିପର୍ଯ୍ୟୟର ସାମନା କରିବାକୁ ପଡିଥିଲା । ମାତ୍ର 16 ରନ ଭିତରେ ପାଭିଲିୟନ ଫେରିଯାଇଥିଲେ ଦୁଇ ଓପନର । ତିନି ନମ୍ବରରେ ଆସିଥିବା ଇଟନ ଆସୁଆସୁ ବିଷ୍ଫୋରକ ବ୍ୟାଟିଂ କରିଥିଲେ । ହେଲେ ସେ ବି କ୍ରିଜରେ ବେଶି ସମୟ ତିଷ୍ଠି ନଥିଲେ । 12 ବଲରେ ଦୁଇଟି ଛକ୍କା ଓ ଗୋଟିଏ ଚୌକା ସହ 20 ରନ କରି ଆଉଟ ହୋଇଥିଲେ । ସେହିଭଳି ବାର୍ଡ 26 ରନ ଓ ଇରାସମସ 20 ରନ ଓ ଡେଭିଡ ୱେସେ 0ରେ ଆଉଟ ହୋଇଯାଇଥିଲେ । କିନ୍ତୁ ଫ୍ରାଏଲିଙ୍କ ଓ ସ୍ମିଟ୍ ଖେଳିଥିଲେ ଆକର୍ଷଣୀୟ ପାଳି । ମାତ୍ର 28 ବଲରେ 4ଟି ଚୌକା ସହ ଫ୍ରାଏଲିଙ୍କ 44 ରନ କରିଥିବା ବେଳେ ଇଂନିସର ଶେଷ ବଲରେ ରନ୍ ଆଉଟ ହୋଇ ଯାଇଥିଲେ । ସେପଟେ ସ୍ମିଟ୍ କିନ୍ତୁ 16 ବଲରେ 2ଟି ଛକ୍କା ଓ 2ଟି ଚୌକା ସହ 31 ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । ନିର୍ଦ୍ଧାରିତ 20 ଓଭରରେ ଟିମ ନାମିବିଆ 7 ୱିକେଟ ହରାଇ କରିଥିଲା 163 ରନ ଶ୍ରୀଲଙ୍କା ପକ୍ଷରୁ ମଧୂଶାନ ଦୁଇଟି ୱିକେଟ ନେଇଥିବା ବେଳେ ଥିକସାନା, ଚମିରା, କରୁଣାରତ୍ନେ ଓ ହାସରଙ୍ଗା ନେଇଥିଲେ ଗୋଟିଏ ଲେଖାଁଏ ୱିକେଟ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami