ଜେଲେଂସ୍କିଙ୍କ ହତ୍ୟା ପାଇଁ ୟୁକ୍ରେନରେ ପହଂଚି ସାରିଲେଣି ୪ ହଜାର ଭଡାଟିଆ ହତ୍ୟାକାରୀ !

Above Post Content

୧୨ ଘଣ୍ଟାରେ ୟୁକ୍ରେନ ଉପରେ କବଜା ପାଇଁ ପୁଟିନ କରିଥିଲେ ଯୋଜନା । କିନ୍ତୁ ଯୋଜନ କେବଳ ଯୋଜନା ହୋଇ ରହିଗଲା । ଯୁଦ୍ଧର ୪ ଦିନ ପରେ ବି ସମ୍ପୂର୍ଣ୍ଣ ୟୁକ୍ରେନ ଋଷ ସେନା ଅଧିକାରକୁ ଆସି ପାରିନାହିଁ । ଋଷକୁ ଛାଡନ୍ତୁ ୟୁକ୍ରେନର ସମର୍ଥକ ମଧ୍ୟ ଭାବିଥିଲେ ୧୨ ଘଣ୍ଟା ନହେଲେ ବି ୨୪ ଘଣ୍ଟାରେ ରାଜଧାନୀ କିଭ୍ ର ପତନ ଅବଶ୍ୟମ୍ଭାବୀ । କିନ୍ତୁ ସମସ୍ତଙ୍କୁ ଚକିତ କରି ଏବେ ମଧ୍ୟ କିଭ୍ ଛିଡା ହୋଇଛି । କିଭ୍ ର ମୋର୍ଚ୍ଚାବନ୍ଦୀ ଋଷସେନାକୁ ଅଡୁଆରେ ପକାଇଛି । ଏଥିପାଇଁ ଅନେକ କାରଣ ରହିଛି । ତେବେ ତା’ ମଧ୍ୟରୁ ସବୁଠାରୁ ବଡ଼ କାରଣ ହେଉଛି କମେଡିଆନରୁ ରାଷ୍ଟ୍ରପତି ହୋଇଥିବା ଭ୍ଲାଦିମୋର ଜେଲେଂସ୍କି । ଜେଲେଂସ୍କିଙ୍କ ନେତୃତ୍ୱ ୟୁକ୍ରେନର ପ୍ରତିଟି ନାଗରିକଙ୍କୁ ଅସ୍ତ୍ର ଉଠାଇବାକୁ ଦେଇଛି ପ୍ରେରଣା । ଆମେରିକା ପଠାଇଥିବା ୩ଟି ଯୁଦ୍ଧ ବିମାନକୁ ଫେରାଇ ଦେଇ ଜେଲେଂସ୍କି ଯେଉଁଭଳି ଦେଶ ଛାଡିଯିବାକୁ ମନା କରିଦେଇଥିଲେ ତାହା ୟୁକ୍ରେନ ଯୁଦ୍ଧର ଟର୍ଣ୍ଣିଂ ପଏଣ୍ଟ୍ ବୋଲି କୁହାଯାଉଛି । ଏବେ ଋଷ ଜେଲେଂସ୍କି ନାମକ କଣ୍ଟାକୁ ବାହାର କରିବା ପାଇଁ ଗୁପ୍ତ ଯୋଜନା ଉପରେ କାମ କରୁଛି । ଆଉ ଏହି ଯୋଜନା ହେଉଛି ଭଡାଟିଆ ହତ୍ୟାକାରୀଙ୍କ ଏକ ଦଳ ।

ଯୁଦ୍ଧ ଆରମ୍ଭ ହେବା ପରେ ଜେଲେଂସ୍କି କହିଥିଲେ ଯେ, ମୁଁ ହେଉଛି ଋଷର ଟାର୍ଗେଟ୍ ନମ୍ବର ୱାନ୍ । ମୋ ପରିବାର ଟାର୍ଗେଟ୍ ନମ୍ବର ୨ । ପୁଟିନ୍ ମୋର ହତ୍ୟା କରିବାକୁ ଚାହୁଁଛନ୍ତି । ଏବେ ଜେଲେଂସ୍କିଙ୍କ ଦାବି ଉପରେ ମୋହର ମାରିଛି ଦି’ ଟାଇମ୍ସର ଏକ ରିପୋର୍ଟ୍

After 2nd paragraph post ads

ଜେଲେଂସ୍କିଙ୍କ ହତ୍ୟା ପାଇଁ ୟୁକ୍ରେନର ୪୦୦୦ ଭଡାଟିଆ ହତ୍ୟାକାରୀ

ଦ ଟାଇମ୍ସର ରିପୋର୍ଟ ଅନୁସାରେ ଜେଲଂସ୍କିଙ୍କ ହତ୍ୟା ପାଇଁ ପୁଟିନ୍ ୪ଶହ ଭଡାଟିଆ ହତ୍ୟାକାରୀଙ୍କୁ ନେଇ ତିଆରି ହୋଇଥିବା ଗୋଟିଏ ଡେଥ୍ ସ୍କ୍ୱାର୍ଡକୁ ୟୁକ୍ରେନ୍ ପଠାଇଛ୍ତି । ଏହି ଗ୍ରୁପର ନାମ ବୈଗନରଆଫ୍ରିକାରୁ ଏହି ଡେଥ୍ ଟିମକୁ ୟୁକ୍ରେନ୍ ପଠାଯାଇଛି । ସେମାନଙ୍କ ପାଖରେ ଥିବା ହିଟ୍ ଲିଷ୍ଟରେ ୨୩ ଜଣ ରାଜନୈତିକ ନେତା, ସରକାରୀ ଅଧିକାରୀ ଓ ସେନା ଅଧିକାରୀଙ୍କ ନାମ ରହିଛି । ଏହି ତାଲିକାରେ ରହିଛି ୟୁକ୍ରେନ୍ ପ୍ରଧାନମନ୍ତ୍ରୀ, କ୍ୟାବିନେଟ୍, କିଭ୍ ମେୟର ଓ ତାଙ୍କ ଭାଇଙ୍କ ନାମ

ଡେଥ୍ ସ୍କ୍ୱାର୍ଡର ମୁଖ୍ୟ ‘ପୁଟିନଙ୍କ ରୋଷେୟା’

Middle post content

ଦ ଟାଇମ୍ସ ଅନୁସାରେ ବୈଗନର ଟିମକୁ ୟେଭଘେନି ପ୍ରିଗୋଝିନ୍ ନାମକ କୁଖ୍ୟାତ ଭଡାଟିଆ ହତ୍ୟାକାରୀ ନେତୃତ୍ୱ ଦେଉଛି । ସେ ପୁଟିନଙ୍କ ଅତି ନିକଟତର । ପ୍ରିଗୋଝିନ୍ ଋଷରେ ‘ପୁଟିନଙ୍କ ରୋଷେୟା’ ନାମରେ କୁଖ୍ୟାତ । ୫ ସପ୍ତାହ ତଳେ ପ୍ରିଗୋଝିନ୍ ପୁଟିନଙ୍କୁ ସାକ୍ଷାତ କରିଥିଲା । ସେହି ସମୟରେ ମିଶନ ପାଇଁ ତାକୁ ମୋଟା ଅଙ୍କର ଟଙ୍କା ଦିଆଯାଇଥିଲା । ଏହି ହତ୍ୟାକାରୀଙ୍କୁ ଉନ୍ନତ ପ୍ରଶିକ୍ଷଣ ଦିଆଯାଇଥିଲା । ସେମାନେ ଜାନୁଆରି ମାସରେ ହିଁ ୟୁକ୍ରେନ୍ ମଧ୍ୟକୁ ପ୍ରବେଶ କରିଥିଲେ ।

ତେବେ ୟୁକ୍ରେନରେ ପହଂଚିବା ପରେ ସେମାନଙ୍କ ପ୍ଲାନକୁ ଝଟକା ଲାଗିଥିଲା । ଷଡ଼ଯନ୍ତ୍ର ବାବଦରେ ସୂଚନା ପାଇଁ କିଭ୍ ସହରରେ କର୍ଫ୍ୟୁ ଲଗାଇ ଦିଆଯାଇଥିଲା । ହତ୍ୟାକାରୀଙ୍କୁ ଖୋଜିବା ପାଇଁ ସେନା କର୍ଫ୍ୟୁ ଲଗାଇଥିଲା । ଏହି ସମୟରେ ଚେତାବନୀ ଦିଆଯାଇଥିଲା ଯେ, ୩୬ ଘଣ୍ଟା ମଧ୍ୟରେ ଯେଉଁମାନେ ଘରୁ ବାହାରକୁ ବାହାରିବେ ସେମାନଙ୍କୁ ହତ୍ୟା କରାଯିବ । ପ୍ଲାନ ବିଫଳ ହେବା ପରେ ମଧ୍ୟ ଏହି ହତ୍ୟାକାରୀଙ୍କ ମଧ୍ୟରୁ ଅନେକ ଏପର୍ଯ୍ୟନ୍ତ କିଭ୍ ଛାଡିନାହାନ୍ତି ।

ଏବେବି ଟାର୍ଗେଟରେ ଜେଲେଂସ୍କି

କୁହାଯାଉଛି ଯେ, ଏହି ଗ୍ରୁପ୍ ଏବେ ମଧ୍ୟ ଜେଲେଂସ୍କିଙ୍କ ହତ୍ୟା ପାଇଁ ସୁଯୋଗ ଖୋଜୁଛି । ସେମାନେ ଜେଲେଂସ୍କି ଓ ତାଙ୍କ ସାଥିଙ୍କ ଫୋନ୍ ଟ୍ରାକ୍ କରୁଛନ୍ତି । ଦ ରିପୋର୍ଟ ଏହା ମଧ୍ୟ ଦାବି କରିଛି ଯେ, ପୁଟିନ୍ ଓ ଜେଲେଂସ୍କିଙ୍କ ମଧ୍ୟରେ ଆଗକୁ ଶାନ୍ତିବାର୍ତ୍ତା ହେବାକୁ ଥିବାରୁ ଡେଥ୍ ଟିମକୁ କୌଣସି ପଦକ୍ଷେପ ନନେବାକୁ କୁହାଯାଇଛି । ତେବେ କ୍ରେମଲିନରୁ ସବୁଜ ସଂକେତ ମିଳିବା ପରେ ଅପରେସନ୍ ପୁଣିଥରେ ଆରମ୍ଭ ହେବ ।

ଆଫ୍ରିକା ଓ ମଧ୍ୟ ପ୍ରାଚ୍ୟରେ ପୁରା କରିଛି ଅନେକ ମିଶନ

ଏହି ଗ୍ରୁପ୍ ପୁଟିନଙ୍କ ଆଦେଶରେ ଆଫ୍ରିକା ଓ ମଧ୍ୟ ପ୍ରାଚ୍ୟରେ ଅନେକ ଅପରେସନ ସଫଳତାର ସହିତ ପୁରା କରିଛି । ବୈଗନର ଗ୍ରୁପରେ ସାମିଲ ଥିବା ଭଡାଟିଆ ହତ୍ୟାକାରୀ ଏବେ ଋଷ ସେନାକୁ ୟୁକ୍ରେନର ସାହାଯ୍ୟ କରୁଛନ୍ତି । ପୁଟିନଙ୍କର ଏହି ଗ୍ରୁପ ଉପରେ କେତେ ବିଶ୍ୱାସ ତାହା ଏଇଥିରୁ ଜଣା ପଡେ ଯେ, ଡିସେମ୍ବର ୨୦୨୧ରେ ସେ ନିଜ ୟୁକ୍ରେନ୍ ଅଭିଯାନ ବାବଦରେ ଗ୍ରୁପ୍ ମୁଖ୍ୟକୁ ଜଣାଇଥିଲେ । ଏହାର କେଇ ସପ୍ତାହ ପରେ ଋଷ ସେନାକୁ ଯୁଦ୍ଧ ଯୋଜନା ବାବଦରେ ସୂଚିତ କରାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami