ରାହୁଲଙ୍କୁ ଟାର୍ଗେଟ: ହିନ୍ଦୁସ୍ତାନ ଥିଲା, ଅଛି ଏବଂ ରହିବ

Above Post Content

ଚେନ୍ନାଇ: ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ବରିଷ୍ଠ ବିଜେର୍ପିି ନେତ୍ରୀ ସ୍ମୃତି ଇରାନୀ । ସେ ତାମିଲନାଡୁର ଚେନ୍ନାଇରେ ନିଜର ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ତାଙ୍କ ଭଳି ଅନେକ ଲୋକମାନେ ଆସିଛନ୍ତି, ଯାଇଛନ୍ତି । କିନ୍ତୁ ‘ହିନ୍ଦୁସ୍ତାନ’ ଅଛି, ଥିଲା ଏବଂ ରହିବ ।’ ରାହୁଲଙ୍କ ପାରିବାରିକ ଦୁର୍ଗ ଆମେଠିରୁ ସ୍ମୃତି ରାହୁଲଙ୍କୁ ପରାସ୍ତ କରିଥିଲେ । କଂଗ୍ରେସ ଏମ୍‌ପି ରାହୁଲ ଏଥର ମଧ୍ୟ ୱୟାନାଡ ଆସନରୁ ନିର୍ବାଚନ ହାରିବା ନିଶ୍ଚୟ ।

Middle post content

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଉପରେ ଗୁରୁତ୍ୱାରୋପ

After 2nd paragraph post ads

ଚେନ୍ନାଇର କେନ୍ଦ୍ରୀୟ ଆସନରୁ ଭାଜପା ପ୍ରାର୍ଥୀ ବିନୋଜ ପି. ସେଲଭାମଙ୍କ ପାଇଁ ପ୍ରଚାର ଚଳାଇଥିଲେ ସ୍ମୃତି ଇରାନି । ଏଠାରେ ସ୍ମୃତି କଂଗ୍ରେସ ସମେତ ବିରୋଧୀ ଦଳ ଉପରେ ଜୋରସୋର ବର୍ଷିଥିଲେ । ଏଥିସହିତ ସେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ । ପଶ୍ଚିମବଙ୍ଗ ଏବଂ କେରଳ ଭଳି ରାଜ୍ୟରେ ଘଟିଥିବା ଘଟଣାଗୁଡ଼ିକ ବିଷୟରେ କହିଥିଲେ । ଯେଉଁଠାରେ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ବିରୋଧରେ ହିଂସା ସୃଷ୍ଟି ହୋଇଥିଲା । ଯଦି ମୋର ସ୍ୱର ରାହୁଲଙ୍କ ପାଖରେ ପହଞ୍ଚେ ତେବେ ମୁଁ ତାଙ୍କୁ କହିବାକୁ ଚାହେଁ ଯେ ତୁମ ଭଳି ଅନେକ ଲୋକ ଆସିଛନ୍ତି ଏବଂ ଅନେକ ଲୋକ ଯାଇଛନ୍ତି; ଭାରତ ଅଛି, ଥିଲା ଏବଂ ରହିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami