ସୁର ପରିବାର ରାଜନୀତିରେ ନୂଆ ମୋଡ଼: ବାପାଙ୍କ ହାତ ଛାଡିଲେ ସିଦ୍ଧାର୍ଥ

Above Post Content

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପରିବାରରେ ରାଜନୀତିରେ ନୂଆ ମୋଡ଼ ଆସିଛି । ବୁଧବାର ସାନପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ୱର ଲୋକ ସଭା ଟିକେଟ୍ ପାଇବାବେଳେ ସୁର ରାଉତରାୟ କଂଗ୍ରେସର ସବୁ ପଦ ପଦବୀରୁ ଇସ୍ତଫା ଦେଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏବେ ସୁରଙ୍କ ବଡ଼ ପୁଅ ନିର୍ବାଚନ ଲଢିବା ନେଇ ବଡ଼ ବୟାନ ଦେଇଛନ୍ତି ।

ଏବେ ମନ୍ମଥ ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ

After 2nd paragraph post ads

କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବୁଧବାର ବିଜେଡିରେ ଯୋଗଦେଇଛନ୍ତି । ମନ୍ମଥ ସାମିଲ ହେବାର କିଛି ସମୟ ପରେ ବିଜେଡି ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରଥିଲା । ସେଥିରେ ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଭାବେ ଦଳ ମନ୍ମଥଙ୍କ ଉପରେ ଭରସା କରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମନ୍ମଥ ପଟ୍ଟନାୟକ ଦଳରେ ମିଶିବା କ୍ଷଣି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ସେଥିପାଇଁ ଶ୍ରୀମୟୀ ମିଶ୍ରଙ୍କ ବଦଳରେ ଦଳ ତାଙ୍କୁ ଏମପି ଟିକେଟ୍ ଦେଇଛିି । ଭାଜପା ଏମପି ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱରରୁ ଲୋକ ସଭା ପ୍ରାର୍ଥୀ କରିବା ନେଇ ପୂର୍ବରୁ ଘୋଷଣା କରିସାରିଛି । ତେବେ କିଛିଦିନ ତଳେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଶାସକ ଦଳରୁ ଲୋକ ସଭା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଶେଷ ସମୟରେ ତାଙ୍କ ଉପରେ ଦଳ ଭରସା ନ କରି ନୂଆ କରି ବିଜେଡିରେ ସାମିଲ ହୋଇଥିବା ମନ୍ମଥଙ୍କୁ ଆଗକୁ ଆଣିଛି ।

Middle post content

ବିଜେଡିରେ ମିଶିବାକୁ ମନ୍ମଥ ଧରିଥିଲେ ଜିଦ୍ 

ଏହାକୁ ନେଇ ଜଟଣୀ ବିଧାୟକ ସୁର ରାଉତରାୟ କଂଗ୍ରେସର ସବୁ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି, ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ପୁଅକୁ ବୁଝାଇପାରିଲି ନାହିଁ । ବିଜେଡିରେ ମିଶିବାକୁ ମନ୍ମଥ ଜିଦ୍ ଧରିଲେ । ଏହା ତାଙ୍କ ଆତ୍ମାକୁ ବାଧିଛି । ତେଣୁ ନୈତିକତା ଦୃଷ୍ଟିରୁ ସେ କଂଗ୍ରେସର ଯେଉଁସବୁ ପଦରେ ଥିଲେ ସେସବୁଥିରୁ ଇସ୍ତଫା ଦେଇଛନ୍ତି । ବଡ଼ ପୁଅକୁ କଂଗ୍ରେସ ନିମାପଡ଼ାରୁ ଟିକେଟ ଦେଲେ ଘରକୁ ଘର ଯାଇ ପ୍ରଚାର କରିବେ ବୋଲି ସେ କହିଛନ୍ତି । ଏହାକୁ ନେଇ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ସମାଲୋଚନା କରିଥିଲେ । ସେ କହିଥିଲେ, ‘ ବାପାଙ୍କ ୬୦ ବର୍ଷର ଇମେଜ ଚାଲିଗଲା । କ୍ଷମତା ଲୋଭକୁ କେହି ବି ଅଟକାଇ ପାରିବେନି । ଆମେ ଯେତେ ବୁଝାଇଲେ କ’ଣ ହେବ, କେହି ଅଟକାଇ ପାରିବେନି । କିନ୍ତୁ ଆମେ କଂଗ୍ରେସ ଛାଡ଼ିବୁ ନାହିଁ ।’

ସ୍ୱାଧୀନ ଭାବେ ଲଢିବେ ସିଦ୍ଧାର୍ଥ

ଏହାସହ ସେ କହିଛନ୍ତି, ‘ଆମେ ୫-ଟିକୁ ସଲାମ କରିପାରିବୁ ନାହିଁ । ଯିଏ ଠିକ୍‌ରେ ନାହିଁ, ସେ ଅଲଗା ଲାଇନ ଧରିଲା । କେବଳ ଏତିକି ନୁହେଁ, ସାନ ଭାଇ ମନ୍ମଥ ରାଉତରାୟକୁ ନେଇ ସିଦ୍ଧାର୍ଥ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ମୋ ଭାଇକୁ ବିଜେଡି ମୁର୍ଗା ବନାଇପାରେ । ତେବେ ଏସବୁ କହିବାର ୨ଦିନ ନ ଜାଉଣୁ ଏବେ ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଏକା ଲଢିବେ ବୋଲି କହିଛନ୍ତି । ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ଜଟଣୀରୁ ସ୍ୱାଧୀନ ଭାବେ ଲଢିବାକୁ କହିଛନ୍ତି । ସେ କହିଛନ୍ତି, କଂଗ୍ରେସରୁ ଲଢିବା ପାଇଁ ମୋର ମୁହଁ ନାହିଁ । ଜଟଣୀରେ କଂଗ୍ରେସ କର୍ମୀଙ୍କ ପ୍ରତି ଅନ୍ୟାୟ ହୋଇଛି । ତେଣୁ ମୁଁ ଏବେ ଲୋକଙ୍କ ହକ୍ ପାଇଁ ଲଢେଇ କରିବି ବୋଲି ସେ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami