ସଉକ ପୂରଣ ପାଇଁ ପୁରା ଶରୀରରେ ଟାଟୁ କଲେ ଦମ୍ପତି

Above Post Content

କଥାରେ ଅଛି ଭଗବାନ ସମସ୍ତଙ୍କ ଚେହେରା ବନାଇଥାନ୍ତି । କାହାକୁ ଗୋରା କରିଥିବା ବେଳେ କାହାକୁ କଳା କରିଥାନ୍ତି । ଏମିତି କି କାହାକୁ ସୁନ୍ଦର କରିଥିବା ବେଳେ କାହାକୁ ମଧ୍ୟ ଅସୁନ୍ଦର କରିଥାନ୍ତି । କିନ୍ତୁ ଏମିତି କିଛି ବ୍ୟକ୍ତି ଅଛନ୍ତି ଯିଏ ଭଗବାନଙ୍କ ସୃଷ୍ଟିକୁ ପସନ୍ଦ କରନ୍ତି ନାହିଁ । ସେଥିଲାଗି ନିଜ ଚେହେରାକୁ ନିଜ ପସନ୍ଦରେ ସଜାଇବାକୁ ଚାହାନ୍ତି । ସେମିତି ଏକ ବୃଦ୍ଧ ଦମ୍ପତି ନିଜ ସଉକ ପୂରଣ କରିବାକୁ ଯାଇ ନିଜର ପୁରା ଶରୀରରେ ଟାଟୁ କରି ବିଶ୍ୱ ରେକର୍ଡ଼ କରିଛନ୍ତି ।

ଆମେରିକାର ବାସିନ୍ଦା ଚାର୍ଲ୍ସ ହେଲମକେ ଓ ତାଙ୍କ ପତ୍ନୀ ଚାର୍ଲୋଟ ଗୁଟେନବର୍ଗ । ହେଲମେକଙ୍କ ବୟସ ୮୧ ହୋଇଥିବା ବେଳେ ଚାର୍ଲୋଟଙ୍କ ବୟସ ୭୬ । ଉଭୟଙ୍କୁ ଶରୀରରେ ଟାଟୁ କରିବା ବହୁତ ପସନ୍ଦ । ଆଉ ଏହି ପସନ୍ଦକୁ ନେଇ ନିଜ ଶରୀରରେ ଟାଟୁ ଆଙ୍କି ଉଭୟ ଚର୍ଚ୍ଚାକୁ ଆସିଛନ୍ତି । ହେଲମକେ କୁହନ୍ତି, ମୋତେ ଦେହରେ ଟାଟୁ କରିବା ବହୁତ ପସନ୍ଦ । ଯେତେବେଳେ ମୋତେ ୧୮ ବର୍ଷ ହୋଇଥିଲା ପ୍ରଥମ ଟାଟୁ କରିଥିଲି । ଦିନେ ଟାଟୁ ପାର୍ଲର ଯାଇଥିବା ବେଳେ ମୋର ଚାର୍ଲୋଟଙ୍କ ସହ ଭେଟ ହେଲା । ପ୍ରଥମ ଦେଖାରେ ହିଁ ଚାର୍ଲୋଟଙ୍କୁ ଭଲ ପାଇ ବସିଲି ଓ ବିବାହ ବି କଲି ।

After 2nd paragraph post ads
Middle post content

ସେତେବେଳେ ହେଲମକେ ଆମେରିକୀୟ ସେନାରେ ଚାକିରି କରିଥିଲେ । ଯାହାକୁ ଜୀବନସାଥୀ ଭାବେ ବାଛିଲେ ସେ ବି ଟାଟୁ ପ୍ରିୟ ଥିଲେ । ଆଉ ଏବେ ବିବାହର ଦୀର୍ଘ ବର୍ଷ ପରେ ୮୧ ବର୍ଷ ବୟସରେ ନିଜ ଶରୀରର ୯୭ ପ୍ରତିଶତରୁ ଅଧିକ ଟାଟୁରେ ଆଚ୍ଛାଦନ କରି ପାରିଛନ୍ତି । ସେହିପରି ଚାର୍ଲୋଟ କୁହନ୍ତି, ଯେତେବେଳେ ମୋତେ ୫୭ ବର୍ଷ ବୟସ ହୋଇଥିଲା ସେତେବେଳେ ମୁଁ ନିଜ ଶରୀରରେ ପ୍ରଥମ ଟାଟୁ କରିଥିଲି । ତାହାପରେ ଗୋଟିଏ ପରେ ଗୋଟିଏ କରି ପୁରା ଶରୀର ଟାଟୁରେ ପରିଣତ କରିଦେଇଛି । ୭୬ ବୟସରେ ୯୮ ପ୍ରତିଶତ ଟାଟୁ ନିଜ ଶରୀରରେ କରିଛି, ଯାହା ମୋର ଖୁବ୍ ପସନ୍ଦ ।

ଉଭୟ କୁହନ୍ତି, ଆମର ଗୋରା ଶରୀରକୁ ରଙ୍ଗୀନ ଟାଟୁରେ ପରିଣତ କରିଥିବାରୁ ଆମେ ବହୁତ ଖୁସି । ଦେହରେ ଟାଟୁ କରିବା ପାଇଁ ୨ ହଜାରରୁ ଅଧିକ ଘଣ୍ଟା ଧରି ଏକ ଚେୟାରରେ ବସି ଆମେମାନେ ନିଜ ନିଜର ସଉକ ପୂରଣ କରିବାରେ ସକ୍ଷମ ହୋଇପାରିଛୁ । ଶରୀରକୁ ସମ୍ପୂର୍ଣ୍ଣ ଟାଟୁରେ ଆଚ୍ଛାଦିତ କରିଥିବାରୁ ନିଜ ନାମକୁ ଗିନିଜ୍ ୱାର୍ଲ୍ଡ ରେକର୍ଡ଼ରେ ସାମିଲ କରିପାରିଛୁ । କେବଳ ସେତିକି ନୁହେଁ, ନିଜର ଏହି ସଉକ ପାଇଁ ଉଭୟ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ପାଖରେ ଆର୍ଟ ଗ୍ୟାଲେରୀ ଭାବେ ପରିଚିତ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami