ବିହନ ପିଣ୍ଡୁଳାରେ ବନୀକରଣ ନିଶା

Above Post Content

ଚାରା ରୋପଣ ହେଉ ଅବା ବନୀକରଣ ସେଥିପାଇଁ ସେ ସବୁବେଳେ ତତ୍ପର । ଯେତେବେଳେ ବନୀକରଣ ବା ଚାରା ରୋପଣର କଥା ଉଠେ, ତାଙ୍କର ନିଆରା ଢ଼ଙ୍ଗର ଚାରା ରୋପଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ବିହନ ପିଣ୍ଡୁଳାରୁ ସେ କରିଛନ୍ତି ବନୀକରଣର ବିକଳ୍ପ । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଉଜୁଡ଼ି ଯାଉଥିବା ସବୁଜିମାକୁ ଫେରାଇ ଆଣିବା ପାଇଁ ତାଙ୍କର ନିଆରା ପ୍ରୟାସ । କେତେବେଳେ ବିହନ ପିଣ୍ଡୁଳାରେ ସାମାଜିକ ବାର୍ତା ତ  ଆଉ କେତେବେଳେ କୁନିକୁନି ପିଲାଙ୍କୁ ବିହନ ପିଣ୍ଡୁଳାର ତାଲିମ । ସେ ହେଉଛନ୍ତି ପରିବେଶବିତ୍ ସୁଶାନ୍ତ ସାହୁ

Middle post content
sushant sahu, environmentalist, tree afforestation program, seed pods, seed bundles, seed bundle training, bhubaneswar chandaka jungle, bharatpur, ghangapatna jungle
After 2nd paragraph post ads

ସୁଶାନ୍ତଙ୍କର ଏହି ବନୀକରଣ ଆନ୍ଦୋଳନ ୨୦୧୯ ମସିହାରୁ । ରାଜଧାନୀ ଭୁବନେଶ୍ୱର ଆଖପାଖରେ ରହିଥିବା ଚନ୍ଦକା ଜଙ୍ଗଲ, ଭରତପୁର ସଂରକ୍ଷିତ ଜଙ୍ଗଲ ଏବଂ ଘଙ୍ଗାପାଟଣା ସଂରକ୍ଷିତ ଜଙ୍ଗଲରେ ଦୀର୍ଘ ୨ ବର୍ଷ ହେବ ଏହି ଅଭିଯାନ ଆରମ୍ଭ କରିଛନ୍ତି । ଦିନ ଦିନ ଧରି ବସି ବିହନ ପିଣ୍ଡୁଳା ପ୍ରସ୍ତୁତ କରି ଖାଲି ସ୍ଥାନକୁ ନିକ୍ଷେପ କରି ସେ ଅନେକ ଗଛ ସୃଷ୍ଟି କରିପାରିଛନ୍ତି । ୨  ବର୍ଷ ମଧ୍ୟରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ  ବିହନ ପିଣ୍ଡୁଳା ପ୍ରସ୍ତୁତ କରି ଜଙ୍ଗଲ ମଧ୍ୟକୁ ନିକ୍ଷେପ କରିଛନ୍ତି ।  ସେଥିରେ ରହିଛି ତେନ୍ତୁଳି ଓ ପଣସ ।  ଯାହାକି ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ସହ ପରିବେଶ ସନ୍ତୁଳନରେ ବେଶ ସହାୟକ ହେବ । ବିହନ ପିଣ୍ଡୁଳାକୁ ନେଇ ଲୋକଙ୍କ ସଚେତନତା ପାଇଁ ବିଭିନ୍ନ ପର୍ବପର୍ବାଣୀ ଦିବସରେ ଜନସଚେତନତା ସୃଷ୍ଟି କରିବାରେ ସେ ପ୍ରୟାସ ଜାରି ରଖିଛନ୍ତି । ଏହି ପ୍ରଭାବୀ ବନୀକରଣ ପାଇଁ ସେ ବିଭିନ୍ନ ସ୍ଥାନରେ ସଚେତନତା ମଧ୍ୟ କରୁଛନ୍ତି ।  କିଛି ଲୋକ ତାଙ୍କୁ ‘ସିଡ୍‌ବଲ୍ ମ୍ୟାନ୍‌’  ଆଖ୍ୟା ମଧ୍ୟ ଦେଇଛନ୍ତି । ଏ ସମ୍ପର୍କରେ ସୁଶାନ୍ତ କହନ୍ତି ଚାରା ରୋପଣରେ ଆମକୁ ଅଧିକ ସମୟ ଏବଂ ଅଧିକ ଖର୍ଚ୍ଚ ଲାଗିଥାଏ । ବିହନ ପିଣ୍ଡୁଳା ହେଉଛି ଚାରା ରୋପଣର ଏକ ସହଜ ଉପାୟ । ସ୍ୱଳ୍ପ ସମୟ ଏବଂ ସ୍ୱଳ୍ପ ଖର୍ଚ୍ଚରେ  ପ୍ରଭାବୀ ବନୀକରଣ ହୋଇଥାଏ ।  ଏହି କୌଶଳକୁ  ଅନେକ ପାଶ୍ଚାତ୍ୟ ଦେଶ ମଧ୍ୟ ଆପଣେଇଲେଣି ।       

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami